ବେଲଗୁଣ୍ଠା(ନିରାକାର ସାହୁ) ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ନିକଟସ୍ଥ ଚଢ଼ିଆପଲ୍ଲୀ ମେଇନ ରୋଡ଼ ଓମ ଶାନ୍ତି ନଗର ସ୍ଥିତ ପ୍ରଜାପିତା ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ପ୍ରଭୁ ସ୍ମୃତି ଭବନ ତରଫରୁ ଗୁରୁବାର ଠାରୁ ଶନିବାର ପର୍ଯ୍ୟନ୍ତ ତିନିଦିନ ଧରି ପବିତ୍ର ରକ୍ଷା ବନ୍ଧନ ମହୋତ୍ସବ କେନ୍ଦ୍ର ସଞ୍ଚାଳିକା ବ୍ରହ୍ମକୁମାରୀ ରାଜେଶ୍ୱରୀ ଭଉଣୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପାଳିତ ହୋଇ ଯାଇଛି ।
ଏହି କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ପ୍ରଭୁ ସ୍ମୃତି ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଘୁଆପଲ୍ଲୀ ସ୍ଥିତ ପ୍ରଜାପିତା ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାଖା କେନ୍ଦ୍ରର କେନ୍ଦ୍ର ସଞ୍ଚାଳିକା ଶାନ୍ତି ଭଉଣୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥିଭାବେ ବି.କେ ସତ୍ୟବାନ ଭାଇ, ବାମଦେବ ଭାଇ , ଭଞ୍ଜନଗର ରୋଟାରୀ କ୍ଲବ ପ୍ରାକ୍ତନ ସଭାପତି ତଥା ବିଶିଷ୍ଠ ଗୋଷ୍ଠି ସଙ୍ଗଠକ ଭି.ଦେବୀପ୍ରସାଦ ପାତ୍ର, ବେଲଗୁଣ୍ଠା ଏନଏସି ଦୁଇ ନମ୍ବର ୱାର୍ଡ କାଉନସିଲର ତଥା ସାମାଜିକ ଯୁବ ସଙ୍ଗଠକ ଦିବ୍ୟରଞ୍ଜନ ଦାସ, ଭଞ୍ଜନଗର ଡିଆଇବି ଇନ୍ସପେକ୍ଟର ମୃତାଞ୍ଜୟ ସାବତ, ଜଗନ୍ନାଥ ମହାନ୍ତି, ଏସ,.ଏନ ହୁସେନ,ବେଲଗୁଣ୍ଠା ମିଡ଼ିଆ କ୍ଲବ ସଭାପତି ତଥା ରାଜ୍ୟ ସାମ୍ବାଦିକ ସଙ୍ଘ(ଏସୟୁଜେ) ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ଏଲ.ସତୀଶ ରେଡ୍ଡୀ ,ବିକେ.ଶିବରାମ ଭାଇ , ପବିତ୍ର ଭାଇ,ନାରାୟଣ ଭାଇ ପ୍ରମୁଖ ଯୋଗ ଦେଇଥିଲେ ।
ପବିତ୍ରତା ମାଧ୍ୟମରେ ଈଶ୍ୱରୀୟ ସତ୍ତା ସହିତ ଜଡ଼ିତ ଭାଇ ଭଉଣୀଙ୍କ ପବିତ୍ର ପ୍ରେମର ସ୍ୱରୂପ ରକ୍ଷା ବନ୍ଧନରେ ସାରା ଜଗତକୁ ଶାନ୍ତି,ସୌହାର୍ଦ୍ଦ୍ୟ ଓ ଭାଇଚାରାର ଏକତା ସୂତ୍ରରେ ବାନ୍ଧିବା ରକ୍ଷା ବନ୍ଧନ କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା । କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଭାଇଙ୍କୁ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଚନ୍ଦନ ତିଳକ ଓ ଉତ୍ତରୀୟ ଆଧାରରେ ସ୍ୱାଗତ କରାଯାଇ ଥିଲା । ପଵିତ୍ରତାର ପ୍ରତୀକ ରାକ୍ଷୀକୁ କେନ୍ଦ୍ର ସଞ୍ଚାଳିକା ରାଜେଶ୍ୱରୀ ଭଉଣୀ ସମସ୍ତ ଭାଇ ଓ ଭଉଣୀଙ୍କୁ ବାନ୍ଧି ଥିବା ବେଳେ ମୁଖ୍ୟ ଅତିଥି ଶାନ୍ତି ଭଉଣୀ ପ୍ରତ୍ୟେକଙ୍କ ଈଶ୍ୱରୀୟ ସନ୍ଦେଶକୁ ପଢ଼ି ଶୁଣାଇଥିଲେ । କାର୍ଯ୍ୟକ୍ରମ ଶେଷରେ ସମସ୍ତେ ଈଶ୍ୱରୀୟ ପକ୍ତି ଭୋଜନ ଗ୍ରହଣ କରିଥିଲେ ।
ଏଥିପୂର୍ବରୁ ଓମ ଶାନ୍ତି ନଗରସ୍ଥିତ ସେବା କେନ୍ଦ୍ରର ଭଉଣୀ ମାନେ ପ୍ରଥମ ଓ ଦ୍ୱିତୀୟ ଦିବସରେ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ,ବେଲଗୁଣ୍ଠା ପୋଲିସ ଥାନା ,ବ୍ଲକ କାର୍ଯ୍ୟାଳୟ ଆଦିକୁ ଯାଇ ନିଷ୍ଠାପର କାର୍ଯ୍ୟରେ ନିୟୋଜିତ ବିଭିନ୍ନ ପଦାଧିକାରୀଙ୍କୁ ସୁରକ୍ଷା ରାକ୍ଷୀ ବାନ୍ଧିଥିଲେ ।
ସମସ୍ତ କାର୍ଯ୍ୟକ୍ରମରେ କେନ୍ଦ୍ରର ମୁଖ୍ୟ ସହଯୋଗୀ ବି.କେ.ରବି ଭାଇ ସଂଯୋଜନା କରିଥିବା ବେଳେ କେନ୍ଦ୍ରର ମମତା ଭଉଣୀ,ମାମା ଭଉଣୀ ,ବି.କେ ଭିକାରୀ ଭାଇଙ୍କ ସହ ବି.କେ ଚିନ୍ତାମଣି ଭାଇ, ସନ୍ଧ୍ୟା ଭଉଣୀ, ରଶ୍ମି ଭଉଣୀ ପ୍ରମୁଖ ସହଯୋଗ କରିଥିଲେ । ତୃତୀୟ ତଥା ଶେଷ ଦିବସରେ ଏହି ରକ୍ଷା ବନ୍ଧନ କାର୍ଯ୍ୟକ୍ରମରେ ସେବା କେନ୍ଦ୍ର ଅନ୍ତର୍ଗତ ଅଞ୍ଚଳର ବହୁ ଭାଇ ଓ ଭଉଣୀ ଯୋଗ ଦେଇଥିଲେ।

Post a Comment