ଜଗନ୍ନାଥ ପ୍ରସାଦ (ନିରାକାର ସାହୁ) ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୩ତମ ସ୍ଵନକ୍ଷତ୍ର ଦିବସ ଉତ୍ସବ କଲେଜ ପରିସରରେ ପାଳିତ ହୋଇଯାଇଛି। ଭାରତ ସ୍କାଉଟର ରୋଭର କଲର ପାର୍ଟି ଓ ଯୁବ ରେଡକ୍ରସ୍ ସ୍ବେଚ୍ଛାସେବୀ ମାନେ ଅତିଥି ମାନଙ୍କୁ ସ୍ଵାଗତ କରି ପାଛୋଟି ନେଇଥିଲେ । ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନ ପ୍ରଥମେ ବିଘ୍ନ ବିନାସନ ପ୍ରଭୁ ଗଣନାଥଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସଭାକୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ ।
ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ କଲେଜର ସାଂସ୍କୃତିକ ସମ୍ପାଦକ ପ୍ରାଧ୍ୟାପକ ଲୋକନାଥ ମହାନ୍ତି ।ଏହି ପ୍ରତିଷ୍ଠା ଦିବସରେ ଅତିଥି ଭାବେ ପ୍ରାଧ୍ୟାପକ ଡଃ ଜୟ ଦେବ ଗୌଡ଼, ସୁଧାଂଶୁ ରଞ୍ଜନ ଦାସ, ମହେଶ ପ୍ରସାଦ ପଟ୍ଟନାୟକ, ସୁନିଲ୍ କୁମାର ମୁନି, ପଦ୍ମନାଭ ପ୍ରଧାନ , ଶଙ୍କର୍ଷଣ ପାତ୍ର ଓ ସିମାଚଳ ପଣ୍ଡା ଆଦି କଲେଜର ୩୨ ବର୍ଷର ଅନୁଭୂତି ଏବଂ କଲେଜ ପ୍ରତିଷ୍ଠା ଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ବିକାଶ ଧାରା ଉପରେ ଆଲୋକପାତ କରିଥିଲେ ।
ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନ କଲେଜର ଭିତ୍ତି ସ୍ଥାପନ ସହିତ ଛାତ୍ରଛାତ୍ରୀ ମାନଙ୍କୁ ଭବିଷ୍ୟତରେ କିପରି ଭଲ ମଣିଷ ହୋଇ ପାରିବେ ସେ ବିଷୟରେ ଉଦବୋଧନ ଦେଇଥିଲେ । ଏଥି ସହିତ ଛାତ୍ରଛାତ୍ରୀ ମାନେ ମଧ୍ୟ କଲେଜର ଐତିହ୍ୟକୁ ନିଜ ନିଜ ବକ୍ତବ୍ୟରେ କହିଥିଲେ । ଡି.ଇ.ଓ ସରୋଜ କୁମାର ନାୟକ, ଭବାନୀ ଶଙ୍କର ମାଝୀ, ସ୍ବେଚ୍ଛାସେବୀ ଶୋଭନ ସାହୁ,
ରାଜେନ୍ଦ୍ର ନାୟକ, ଆଶିଷ ଡାକୁଆ,କାହ୍ନା ବାରିକ, ଶୁଭମ ମହାନ୍ତି ଓ କଲେଜର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପକ ସୁନିର କାନ୍ତ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment