BREAKING
Loading...
:

ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ଅଗଷ୍ଟ ମାସ ବୈଠକ

 


ଭଞ୍ଜନଗର(ନୀଳଚକ୍ର Live)ଭଞ୍ଜନଗର ବରିଷ୍ଠ ନାଗରିକ ମଞ୍ଚ ର ଅଗଷ୍ଟ ମାସ ବୈଠକ ଆଜି ପୂର୍ବାହ୍ନ ରେ ସ୍ଥାନୀୟ ନାୟକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ସୋମନାଥ ନାୟକ ଅଧ୍ୟକ୍ଷତା କରିଥିଲେ ତାଙ୍କ ସହ କାର୍ଯ୍ୟକାରୀ ସଭାପତି ଶିବରାମ ପଣ୍ଡା, ଉପସଭାପତି ବାଳକୃଷ୍ଣ ବେହେରା, ସମ୍ପାଦକ ରବୀନ୍ଦ୍ରନାଥ ଆଚାର୍ଯ୍ୟ ଓ କୋଷାଧକ୍ଷ ବ୍ରଜଗୋପାଳ ମହାରଣା ମଂଚାସୀନ ଥିଲେ।ସୁସାହିତ୍ୟିକ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସୁନାମ ଧନ୍ୟ ପ୍ରଧାନ ଶିକ୍ଷକ ନଟବର ସାହୁ, ବ୍ରଜଗୋପାଳ ମହାରଣା ଙ୍କ ମାତା ଧର୍ମ ପ୍ରାଣା ଲାବଣ୍ୟ ଦେବୀଙ୍କ ବିୟୋଗରେ ସଭା ଆରମ୍ଭରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।କେନ୍ଦ୍ର ସରକାର କରୋନା ମହାମାରୀ ଆଳରେ ବରିଷ୍ଠ ନାଗରିକ ମାନଙ୍କୁ ରେଳ ଟିକଟ ରେ ମିଳୁଥିବା ରିହାତି ଉଛେଦ କରିଦେଇଥିବାରୁ କ୍ଷୋଭ ପ୍ରକାଶ କରାଯାଇଥିଲା।

ପୁନଃ ତାହାଚାଲୁ କରିବା ପାଇଁ ଏକ ଚିଠି ରେଳମନ୍ତ୍ରୀ ମାନ୍ୟବର ଅଶ୍ୱିନୀ ବୈଷ୍ଣବ ଙ୍କୁ ଦେବାପାଇଁ, ଓ ଓଡିଶା ବିଧାନ ସଭା ବାଚସ୍ପତି ଶ୍ରୀଯୁକ୍ତ ଆରୁଖଙ୍କୁ ବରିଷ୍ଠ ନାଗରିକ ମାନଙ୍କୁ ସର୍ବ ନିମ୍ନ ଦୁଇହାଜର ମାସିକ ବାର୍ଦ୍ଧକ୍ୟ ଭତ୍ତା ଦେବା, ଓଡିଶା ର ପ୍ରତ୍ୟେକ ନାଗରିକ ମଞ୍ଚ କୁ ଚିତ୍ତ ବିନୋଦନ କେନ୍ଦ୍ର ଯୋଗାଇଦେବାକୁ ସରକାରକଙ୍କୁ ଜୋର ଦେବାପାଇଁ ଆଇନ ପାରିତ କରିବାକୁ ଧ୍ୟାନ ଆକର୍ଷଣ କରି ଚିଠି ଲେଖିବାପାଇଁ ନିର୍ଧାରଣ କରାଯାଇଛି। ଅମୃତ ମହୋଛବ ପାଳନ ଅବକାଶରେ କରୋନା ନିୟମକୁ ଆଖି ଆଗରେ ରଖି ଆଗାମୀ ସ୍ୱାଧୀନତା ଦିବସ ପାଳନ କରିବାକୁ ଠିକ କରାଯାଇଛି ଶେଷରେ କାର୍ଯ୍ୟକାରୀସଭ୍ୟ ଅଭିମନ୍ୟୁ ଭୂୟାଁ ଧନ୍ୟ ବାଦ ଅର୍ପଣ କରିଥିଲେ।

ନିରାକାର ସାହୁ///ନୀଳଚକ୍ର Live

Post a Comment

Previous Post Next Post
Header ADS