BREAKING
Loading...
:

ଗଣିତ ବିଭାଗର ପ୍ରାଧ୍ୟାପକଙ୍କ ଅବସର ଗ୍ରହଣ

 


ଜଗନ୍ନାଥ ପ୍ରସାଦ(ନିରାକାର ସାହୁ) ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଗଣିତ ବିଭାଗର ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ସତ୍ୟନାରାୟଣ ମହାନ୍ତିଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି +୨ ବିଜ୍ଞାନ କଲେଜର ପ୍ରତିଷ୍ଠାରେ ସତ୍ୟନାରାୟଣ ମହାନ୍ତିଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ ।

କଲେଜ ଷ୍ଟାଫ୍ କାଉନସିଲର ସମ୍ପାଦକ ଅଧ୍ୟାପକ ରାଧା ମାଧବ ପ୍ରଧାନ ସଭାର ଉଦ୍ଦେଶ୍ୟ ସହିତ ଶ୍ରୀଯୁକ୍ତ ମହାନ୍ତିଙ୍କ କଲେଜ ପ୍ରତି ଅବଦାନ ସମ୍ପର୍କରେ ଅଭିଭାଷଣ ରଖିଥିଲେ । କଲେଜର ବିଭିନ୍ନ ବିଭାଗର ପ୍ରାଧ୍ୟାପକ ଲୋକନାଥ ମହାନ୍ତି, ସୁଧାଂଶୁ ରଞ୍ଜନ ଦାସ, ଡ଼ଃ ଜୟ ଦେବ ଗୌଡ଼, ମିହିର କୁମାର ଶତପଥୀ, ପ୍ରଶାନ୍ତ ରଥ, ଭାସ୍କର ଗୌଡ଼, ପ୍ରାଧ୍ୟାପିକା ଆରତୀ ମହାପାତ୍ର, ଅଧ୍ୟାପକ ସୁନିଲ୍ କୁମାର ମୁନି, ମହେଶ ପ୍ରସାଦ ପଟ୍ଟନାୟକ ,

ଡେମୋଷ୍ଟେଟର ସୁଶାନ୍ତ କୁମାର ପାତ୍ର, ଶଙ୍କରଶଣ ପାତ୍ର, ଏ ରାମମୂର୍ତ୍ତି ଦୋରା, ହେଡ୍ କ୍ଲାର୍କ ସୀମାଚଳ ପଣ୍ଡା ଆଦି ଶ୍ରୀଯୁକ୍ତ ମହାନ୍ତିଙ୍କ କର୍ମମୟ ଜୀବନ ବିଷୟରେ ବକ୍ତବ୍ୟ ରଖିଥିଲେ। କିଛି ଦିନ ତଳେ ଅବସର ଗ୍ରହଣ କରିଥିବା ପ୍ରାଧ୍ୟାପକ ଡ଼ଃ ଶିରିଶ କୁମାର ଷଡଙ୍ଗୀ ମଧ୍ୟ ଅତିଥି ରୂପେ ଯୋଗ ଦେଇ ଅବସର ଜୀବନର ଅନୁଭୂତି ଓ ମହାନ୍ତି ସାର୍ ଙ୍କ ବିଷୟରେ ବହୁତ୍ ପ୍ରଶଂସା କରିଥିଲେ । 





ଛାତ୍ରଛାତ୍ରୀ ମାନେ ମଧ୍ୟ ମହାନ୍ତି ସାର୍ ଙ୍କ  ଶିକ୍ଷାଶୈଳୀର ଉଚ୍ଚ ପ୍ରଶଂସା କରି ସାର୍ ଆପଣ ବହୁତ୍ ମନେ ପଡ଼ିବେ ବୋଲି କହିଥିଲ । ଅଧ୍ୟାପକ ସୁନିର କାନ୍ତ ମିଶ୍ର ମାନପତ୍ର ପଠନ କରିଥିଲେ  ଓ କଲେଜ ଅଧକ୍ଷ ଓ ସମସ୍ତ କର୍ମଚାରୀ ମିଶି ଉପୟାନ, ପୁଷ୍ପଗୁଚ୍ଛ, ଉପହାର ଦେଇ ଶ୍ରୀଯୁକ୍ତ ମହାନ୍ତିଙ୍କୁ ସମ୍ବର୍ଦ୍ଧନା କରିଥିଲେ । ଛାତ୍ରଛାତ୍ରୀ ମାନେ ମଧ୍ୟ ମହାନ୍ତି ସାର୍ ଙ୍କୁ ବିଦାୟ କାଳୀନ ଉପହାର ପ୍ରଦାନ କରିଥିଲେ ।

ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ଛାତ୍ରୀ ଇପ୍ସିତା ମହାନ୍ତି । ଡି.ଇ.ଓ ସରୋଜ କୁମାର ନାୟକ, ଭବାନୀ ଶଙ୍କର ମାଝୀ ଓ କଲେଜର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ଷ୍ଟାଫ କାଉନସିଲ ସହ ସମ୍ପାଦକ ସୁଶାନ୍ତ କୁମାର ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

Previous Post Next Post
Header ADS