BREAKING
Loading...
:

ବି.ଡି.ପୁର ଗ୍ରାମ ପଞ୍ଚାୟତ ଦ୍ୱାରା ପ୍ରଥମେ ସି ସି କେମେରା ଲାଗିଲା

 


ଜଗନ୍ନାଥ ପ୍ରସାଦ(ନିରାକାର ସାହୁ) ଜଗନ୍ନାଥ ପ୍ରସାଦ ବ୍ଲକ ଅଧୀନସ୍ଥ ବି.ଡି.ପୁର ଗ୍ରାମପଂଚାୟତ ରେ ଜଗନ୍ନାଥ ପ୍ରସାଦ ପୋଲିସ ଥାନା ଅଧିକାରୀ  ଦିଲ୍ଲୀପ କୁମାର ସ୍ୱାଇଁ  ଏବଂ ବି.ଡି.ଓ  ଅନୁପ କୁମାର ପଣ୍ଡା ଙ୍କ ଦ୍ୱାରା ନୂତନ ଭାବେ ସିସି କେମେରା ସଂଯୋଗୀକରଣ ର ଶୁଭାରମ୍ଭ ହୋଇଯାଇଛି ।

ଏହା ସଂଯୋଗୀକରଣ  ଦ୍ୱାରା ଦୈନଦିନ ବହୁ ଚୋରି ଡକାୟତି ଅପରାଧୀ କାର୍ଯ୍ୟରେ ଲିପ୍ତଥିବା ଲୋକ ଙ୍କ କାର୍ଯ୍ୟ ହ୍ରାସ ପାଇବା ସଙ୍ଗେ ସଙ୍ଗେ ସେମାନଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ରେ ସହଜ ହେବ ଏବଂ ଅସାମାଜିକ ବ୍ୟକ୍ତି ଓ ବିଭିନ୍ନ ସମୟ ରେ ମଦ୍ୟପ ମାନେ ଅତ୍ୟଧିକ ମଦ୍ୟପାନ କରି ଯୋଉଁ ଭଳି ଭାବେ ଦ୍ରୁତଗତି ରେ ଗାଡି ଚାଳନା କରି ସେମାନଙ୍କ ଦୁର୍ଘଟଣା ଘଟିବା ସଙ୍ଗେ ସଙ୍ଗେ ଅନ୍ୟ ମାନଙ୍କୁ ମଧ୍ୟ ବିପଦ ଘଟାଉଛନ୍ତି ସେମାନଙ୍କୁ ମଧ୍ୟ ଚି଼ହ୍ନଟ କରିବା ଏବଂ ମଦୁଆ ମାନଙ୍କୁ ସବାଡ଼ କରିବାରେ ସହାୟକ ହେବ ।






ଏହି କାର୍ଯ୍ୟାକ୍ରମ ରେ କନ୍ଧମାଳ ସାଂସଦ ପ୍ରତିନିଧି  ବିପ୍ର ଚରଣ ବାରିକ,ସରପଞ୍ଚ ଙ୍କ ପ୍ରତିନିଧି  ଶିଶିର କାନ୍ତ ସାହୁ,ପୂର୍ବତନ ସମିତି ସଭ୍ୟ  ଅମିର କୁମାର ସ୍ୱାଇଁ, ପ୍ରଭାତ କୁମାର ବାରିକ, କୃଷ୍ଣ ଚନ୍ଦ୍ର ସେଠି, ପ୍ରମୋଦ କୁମାର ରାଉତ,କୃଷ୍ଣ ଚନ୍ଦ୍ର ସ୍ୱାଇଁ , ମହେଶ କୁମାର ରଥ,ଜିତେନ୍ଦ୍ର ରଥ, ଚକ୍ରଧର ପାଣିଗ୍ରାହୀ, ତ୍ରିନାଥ ସ୍ୱାଇଁ,ଧବଳେଶ୍ୱର ସ୍ୱାଇଁ, ସନ୍ତୋଷ ବାରିକ, ବିଦେଶୀ ଖଟେଇ,କହ୍ନୁ ଚାରଣ ପରିଛା,ପ୍ରିୟ ରଞ୍ଜନ ରଥ, ଅନୁପ କୁମାର ଭୂୟାଁ ପ୍ରମୁଖ ମାନ୍ୟ ଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହା ଜଗନ୍ନାଥ ପ୍ରସାଦ ବ୍ଲକ ରେ ପ୍ରଥମ କରି ବି.ଡି.ପୁର ଗ୍ରାମପଂଚାୟତ ରେ ସିସିକେମେରା ସଂଯୋଗୀକରଣ  କରିଥିବାରୁ ଜଗନ୍ନାଥ ପ୍ରସାଦ ଆଇ.ଆଇ.ସି ଓ ବି.ଡି.ଓ ପଂଚାୟତ ବାସୀ ତଥା ଜନପ୍ରତିନିଧି ମାନଙ୍କୁ ଧନ୍ୟବାଦ ଦେଇଥିଲେ ।

Post a Comment

Previous Post Next Post
Header ADS