ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ବି.ଡିପୁର ଶାସନ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସହ ସୁରଭି -୨୦୨୨ ଚନ୍ଦ୍ରଶେଖର କୃଷି ନୋଡାଲ ଉଚ୍ଚ ବିଦ୍ୟାଳୟ, ବି.ଡିପୁର ଶାସନ ରେ ଆୟୋଜିତ ହୋଇଯାଇଛି। ସି.ଆର.ସି,ସି ହରିଶ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱ ରେ ବି.ଡି.ପୁର କ୍ଲଷ୍ଟର ୧୪ ଗୋଟି ବିଦ୍ୟାଳୟ ର ଛାତ୍ରଛାତ୍ର ମାନଙ୍କୁ ନେଇ ଛାତ୍ର,ଛାତ୍ରୀ ବିତର୍କ, ବତ୍କୃତା, ପ୍ରବନ୍ଧ, ଚିତ୍ରାଙ୍କନ, ହସ୍ତାକ୍ଷର ଓ ସୁତ୍ରଲିଖନ୍, ସଙ୍ଗୀତ, ନୃତ୍ୟ, କୁଇଜ୍, ସୃଜଶୀଳ ଲିଖନ, ଦଳଗତ ସାଂସ୍କୃତିକ ଭଳି ପ୍ରତିଯୋଗିତା କନିଷ୍ଠ ଓ ବରିଷ୍ଠ ସ୍ତରରେ ଆୟୋଜନ କରାଯାଇଥିଲା। ଏଥିରେ ରେ କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ବିପ୍ର ଚରଣ ବାରିକ,ସରପଞ୍ଚ ଶ୍ରୀମତୀ ରଶ୍ମିତା ସାହୁ,ସରପଞ୍ଚ ଙ୍କ ପ୍ରତିନିଧି ଶିଶିର କାନ୍ତ ସାହୁ,s.m.c ର ସଭାପତି ବିଘ୍ନରାଜ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଥିଲେ।ଏଥିରେ କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ଶ୍ରୀ ବାରିକ ନିଜର ବକ୍ତବ୍ୟ ରେ କହିଥିଲେ ଆଜିର ଶିଶୁ କାଲିର ନାଗରିକ ଏ ଦେଶର ଭବିଷ୍ୟତ ସେମାନଙ୍କ ଉପରେ ନିର୍ଭର କରେ ପିଲାଙ୍କ ଅନ୍ତର୍ନିହିତ ଲୁକାୟିତ ପ୍ରତିଭାକୁ ବିକଶିତ କରିବାରେ ଓଡିଶା ସରକାର ଙ୍କ ଏହା ଏକ ସୁନ୍ଦର କାର୍ଯ୍ୟକ୍ରମ ଏବଂ ଓଡିଶା ସରକାର ଙ୍କ ସ୍କୁଲ ପିଲାଙ୍କୁ ପାଇଁ ସରକାର ଙ୍କ ବିଭିନ୍ନ ଯୋଜନା,ବିଦ୍ୟାଳୟ ୫ଟି ଅଧୀନରେ ହାଇସ୍କୁଲ ରୂପାନ୍ତରଣ ରେ ସୁଦୃଢ଼ ଶୈକ୍ଷିକ ଭିତ୍ତିଭୂମି ଓ ପରିବେଶକୁ ଗୁରୁତ୍ୱ,ପ୍ରତ୍ୟେକ ବ୍ଲକ ରେ ଆଦର୍ଶ ବିଦ୍ୟାଳୟ,ପିଲା ଙ୍କୁ
ମାଗଣା ରେ ସାଇକେଲ, ଖାଦ୍ୟ, ପୋଷାକ, ଆଧୁନିକ ଜ୍ଞାନ କୌଶଳ ରେ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ସ୍ମାର୍ଟ କ୍ଲାସ, ଇ-ଲାଇବ୍ରେରୀ, ଲେବ୍ରୋଟରୀ, ଉତ୍ତମ ଟଏଲେଟ୍, ପାନୀୟ ଜଳର ବ୍ୟବସ୍ଥା ସାଙ୍ଗକୁ ଖେଳପଡ଼ିଆ ଭଳି ସୁବିଧା ଛାତ୍ରଛାତ୍ରୀମାନଙ୍କ ସୁନେଲୀ ଭବିଷ୍ୟତ ଗଠନରେ ବେଶ ସହାୟକ ହେବ ଓ ନିଜ ନାମ ସହିତ ନିଜ ବିଦ୍ୟାଳୟ,ପିତାମାତା , ଅଞ୍ଚଳ , ରାଜ୍ୟ ଓ ଦେଶର ନାମକୁ ଉଚ୍ଚ କରିପାରିବେ ଓ ଏଥିରେ ସହିତ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ତମ ଶିକ୍ଷା ଦ୍ୱାରା ନିଜର ଭବିଷ୍ୟତ ଗଢିବା ପାଇଁ ପରାମର୍ଶ ଦେଇଥିଲେ । ଏଥିରେ ଆୟୋଜକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦିବାକର ପୋଲାଈ ଙ୍କ ସଭାପତିତ୍ୱ ରେ ପୁରସ୍କାର ବିତରଣ ସଭା ଆୟୋଜିତ ହୋଇଥିଲା ଏଥିସହିତ ଧରଣୀଧର ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କେଦାରନାଥ ସାମଲ ଏବଂ ଚନ୍ଦ୍ର ଶେଖର କୃଷି ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ଗୌଡ଼ ସଂମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ।
ଉପସ୍ଥିତ ଅତିଥିମାନେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ଦଳଗତ ସଂସ୍କୃତିକ ପ୍ରତିଯୋଗିତା ରେ ଚନ୍ଦ୍ର ଶେଖର କୃଷି ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଥିଲା ସଭାପରିଚାଳନା ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରେ ସହକାରୀ ଶିକ୍ଷକ ନାରାୟଣ ବେହେରା ଓ ହରପ୍ରିୟା ବେହେରା ସହଯୋଗ କରିଥିଲେ। ଶେଷେର ସହକାରୀ ଶିକ୍ଷକ ଶିବ ପ୍ରସାଦ ରଥ ସମସ୍ତ ଅଥିତି ଓ ଶିକ୍ଷକ, ଶିକ୍ଷୟିତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ବ୍ୟୁରୋ ରିପୋର୍ଟ, ନୀଳଚକ୍ର Live
Post a Comment