BREAKING
Loading...
:

କାର୍ତ୍ତିକ ପୁର୍ଣିମା ଦିନ ଚନ୍ଦ୍ରଗ୍ରହଣ-୫.୫୪ପୂର୍ବରୁ ଡଙ୍ଗା ଭସାଇବେ

 


ପୁରୀ(ନିରାକାର ସାହୁ)କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣ ହେଉ ଥିବାରୁ ଭୋର ୫ ଟା ବାଜି ୪୫ ମିନିଟ ୫୩ ସେକେଣ୍ଡ ପାକ ତ୍ୟାଗ କରିବେ। ସନ୍ଧ୍ୟା ୬ ଟା ୧୮ ମିନିଟ ୪୭ ସେକେଣ୍ଡରେ ଗ୍ରହଣର ହେବ ସର୍ବ ମୋକ୍ଷ।ସେଥିପାଇଁ ଭୋର ୫ ଟା ୫୪ ପୂର୍ବରୁ ଡଙ୍ଗା ଭସାକାର୍ଯ୍ୟ ସାରିବାକୁ ପରାମର୍ଶ ଦିଆ ଯାଇଛି। ଗ୍ରହଣ ପାଇଁ ଶ୍ରୀ ଜୀଉଙ୍କ ନୀତି ନିର୍ଘଣ୍ଟରେ ପରିବର୍ତ୍ତନ କରା ଯାଇଛି। ଶ୍ରୀ ଜୀଉଙ୍କ ହେବ ସ୍ଵତନ୍ତ୍ର ରୀତି ନୀତି । ୮ ତାରିଖ ମଧ୍ୟ ମଧ୍ୟରାତ୍ର ୧୨ ଟାରେ ହେବ ଦ୍ଵାର ଫିଟା ନୀତି।ଆଉ ପରେ ମଙ୍ଗଳ ଆଳତୀ, ମୈଲମ ଆଉ ଅବକାଶରେ ପୂଜା ହେବେ ମହାପ୍ରଭୁ।ଆଉ ତା ପରେ ସୁନାବେଶ ପରେ ପରେ ଗୋପାଳ ବଲ୍ଲଭ ଭୋଗ ମଣ୍ଡପ ନୀତି ହେବ।

ଯାହାକୁ ନେଇ ବୈଠକ ନିଷ୍ପତି ନିଆ ଯାଇଛି। ନିଷ୍ପତି ଏମିତି ହୋଇଛି କି ଭୋର ୫ ଟା ୪୫ ମିନିଟ୍ ୫୩ ସେକେଣ୍ଡରେ ପାକ ତ୍ୟାଗ ହେବ କରାଯିବ ଯେଉଁଟାକି ପୂର୍ବରୁ ସମୟ ଥିଲା ୮ ଟା ୨୯।ପୂର୍ବରୁ ନୀତି ନିର୍ଘଣ୍ଟ ହୋଇଥିଲା। ସକାଳ ୮ ଟା ୨୯ ରେ ପାକ ତ୍ୟାଗ କରାଯିବ କିନ୍ତୁ ଗତ କାଲିର ବୈଠକରେ ଏହାକୁ ବଦଳାଇ ଦିଆ ଯାଇଛି।

ଭୋର ୫ ଟା ବାଜି ୪୫ ମିନିଟ ୫୩ ସେକେଣ୍ଡରେ ପାକ ତ୍ୟାଗ କରାଯିବ ସେହି ପରି ସନ୍ଧ୍ୟା ୬ ଟା ୧୮ ମିନିଟ ୪୭ ସେକେଣ୍ଡରେ ହେବ ଗ୍ରହଣର ସର୍ବ ମୋକ୍ଷ।ତେବେ ପଞ୍ଚୁକ ନୀତି ଶେଷ କରିବା ପାଇଁ ସମସ୍ତ ସେବାୟତଙ୍କ ସାହାଯ୍ୟ ଲୋଡିଛନ୍ତି ପ୍ରଶାସନ ସେହି ପରି ଭକ୍ତ ମାନେ ଭୋର ୫ ଟା ୫୪ ପୂର୍ବରୁ ଡ଼ଙ୍ଗା ଭସା କାର୍ଯ୍ୟ ଶେଷ କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଶାସନ। ତେବେ ଆଶା କରୁଛି ଏହି ଆର୍ଟିକିଲ ଆପଣ ମାନଙ୍କୁ କିଛି ବିଶେଷ ତଥ୍ୟ ପ୍ରଦାନ କରିଥିବ।

Post a Comment

Previous Post Next Post
Header ADS