BREAKING
Loading...
:

ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ବୈଠକ

 


ଭଞ୍ଜନଗର(ନିରାକାର ସାହୁ) ନଭେମ୍ବର ମାସର ମଞ୍ଚ ବୈଠକ06.11.2022 ଭଞ୍ଜନଗର ର ନାୟକ ଭବନ ଠାରେ ମଧ୍ୟାହ୍ନ ରେ ସଭାପତି ଶ୍ରୀଯୁକ୍ତ ସୋମନାଥ ନାୟକଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଅଛି | ତାଙ୍କ ସହ ଉପସଭାପତି ବାଳକୃଷ୍ଣ ବେହେରା, ସହସମ୍ପାଦକ ସନ୍ତୋଷ କୁମାର ପଣ୍ଡା, ବରିଷ୍ଠ ଆଇନଜୀବୀ ବିଜୟ କୁମାର ପାତ୍ର ଓ ସମ୍ମାନିତ ଅତିଥି ଶ୍ରୀଯୁକ୍ତ ଗୋପାଳକୃଷ୍ଣ ଲେଙ୍କା ମଂଚାସୀନ ଥିଲେ | ଏହି ବୈଠକରେ ସର୍ବଶ୍ରୀ ରଘୁନାଥ ସାହୁ, ସୁରେନ୍ଦ୍ର ନାଥ ସାହୁ, ପ୍ରତାପ ଚନ୍ଦ୍ର ସାହୁ, ରଘୁନାଥ ପାତ୍ର, ଗୋବିନ୍ଦ ଚନ୍ଦ୍ର ଲେଙ୍କା, ରବିନାରାୟଣ ସାମନ୍ତ, ଭାସ୍କର ପ୍ରଧାନ, ବାଳକୃଷ୍ଣ ପାଢ଼ୀ, ବିପିନ କୁମାର ବେହେରା, ସନ୍ତୋଷ କୁମାର ମିଶ୍ର, ଲଡ଼ୁକିଶୋର ପ୍ରଧାନ ପ୍ରମୁଖ ଆଲୋଚନା ରେ ଭାଗ ନେଇଥିଲେ | ନୂତନ ସଦସ୍ୟ ବାବୁ ପାତ୍ର ଙ୍କୁ ପରିଚୟ ପତ୍ର ଦିଆଯାଇ ସ୍ୱାଗତ କରାଗଲା | ସର୍ବଶମ୍ମତି କ୍ରମେ ନିଷ୍ପତି ନିଆଗଲା ଯେ ନୂଆ ତହସିଲଦାର ଙ୍କୁ ସମ୍ବର୍ଦ୍ଧନା ଜଣାଇବା ସଙ୍ଗେ ସଙ୍ଗେ ମଞ୍ଚର ସ୍ଥାୟୀ କାର୍ଯାଳୟ ପାଇଁ ଏକ ଘର ଡିହ ଯୋଗାଇ ଦେବାପାଇଁ ଦୃଷ୍ଟି ଆକର୍ଷଣ କରାଯିବ | ଗତ ଅକ୍ଟୋବର 1 ତାରିଖ ବରିଷ୍ଠ ଆନ୍ତର୍ଜାତିକ ଦିବସରେ ଇ ମଞ୍ଚକୁ ସରକାରୀ ସ୍ତରରେ କାର୍ଯ୍ୟକ୍ରମ କୁ ଲୋଡ଼ା ଯାଇନଥିବାରୁ କ୍ଷୋଭ ପ୍ରକାଶ ପାଇଥିଲା | ବୈଠକ ଶେଷ ରେ ସହସମ୍ପାଦକ ହରିକୃଷ୍ଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ |

Post a Comment

Previous Post Next Post
Header ADS