BREAKING
Loading...
:

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ସଂଗଠନ ଗଂଜାମ ଜିଲ୍ଲା ଶାଖାର ସାଧାରଣ ସଭା ଅନୁଷ୍ଠିତ

 


ଆସିକା(ନୀଳଚକ୍ର live)ଆସିକାସ୍ଥିତ ଗ୍ଲୋବାଲ ଡ୍ରାଇଭିଙ୍ଗ ସ୍କୁଲର ସମ୍ମିଳନୀ କକ୍ଷରେ ଓଡ଼ିଶା ଆଦର୍ଶ  ବିଦ୍ୟାଳୟ ଶିକ୍ଷକ ସଂଗଠନ ଗଂଜାମ ଜିଲ୍ଲା  ଶାଖାର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।  ଏହି ସଭାରେ ଜିଲ୍ଲାର  ସମସ୍ତ 22 ଗୋଟି ବ୍ଲକରେ ଥିବା ସମସ୍ତ ବିଦ୍ୟାଳୟର ବହୁସଂଖ୍ୟକ ଶିକ୍ଷକ ଉପସ୍ଥିତ ଥିଲେ । ସଭାରେ ମୁଖ୍ଯତ ସଂଘର ପୁନର୍ଗଠନ କରାଯିବା ସହ  ସଂଘର ଆଗାମୀ କାର୍ଯ୍ୟପନ୍ଥା  ପାଇଁ ବିଭିନ୍ନ  ପଦକ୍ଷେପ  ନିଆଗଲା ।

ଏତଦବ୍ୟତୀତ  ବୈଠକରେ ମୁଖ୍ଯତ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ବୈଠକଟି ଓଡ଼ିଶା ଆଦର୍ଶ  ବିଦ୍ୟାଳୟ ଚମାଖଣ୍ଡି , ଛତ୍ରପୁର ବ୍ଲକର ଶିକ୍ଷକ  ଶ୍ରୀଯୁକ୍ତ ଶିବ ସେଠୀ  ସଭାପତିତ୍ବ କରିଥିବା ବେଳେ ଓଡ଼ିଶା ଆଦର୍ଶ  ବିଦ୍ୟାଳୟ ବେଲଗୁଣ୍ଠା ବ୍ଲକର ଶିକ୍ଷକ  ଶ୍ରୀଯୁକ୍ତ  ସଂଗ୍ରାମ ପାଣିଗ୍ରାହୀ ପରିଚାଳନା  କରିଥିଲେ । ଏହି ସଭାରେ ସଭାପତି ରୂପେ ଶ୍ରୀଯୁକ୍ତ ଶିବ ସେଠୀଙ୍କୁ ସର୍ବସମ୍ମତ ପ୍ରସ୍ତାବ ଅନୁଯାଇ ଚୟନ କରାଗଲା ।

ସେହିପରି  ଉପସଭାପତି ରୂପେ ଶ୍ରୀଯୁକ୍ତ ସଦାଶିବ ପ୍ରଧାନ,  ସମ୍ପାଦକ ରୂପେ ଶ୍ରୀଯୁକ୍ତ ସଂଗ୍ରାମ ପାଣିଗ୍ରାହୀ, ଯୁଗ୍ମସଂପାଦକ ରୂପେ ସୁଶ୍ରୀ ଅଜିତା କୁମାରୀ ଗୌଡ , କୋଷାଧ୍ୟକ୍ଷ ରୂପେ ଶ୍ରୀଯୁକ୍ତ  ଜଗଦୀଶ ମୁନିଙ୍କୁ ଚୟନ  କରାଯାଇଛି । ଏହା ସହ ଉପଦେଷ୍ଟା ରୂପେ ଶ୍ରୀଯୁକ୍ତ ରୋଶନ କୁମାର ସାବତ , ଶ୍ରୀଯୁକ୍ତ  ମନୋଜ କୁମାର ନନ୍ଦି , ସୁଶ୍ରୀ ରଶ୍ମିତା କୁମାର ସ୍ବାଇଁଙ୍କୁ ଚୟନ କରାଯାଇଥିବା ବେଳେ ମିଡିଆ ସଂଯୋଜକ ରୂପେ ଶ୍ରୀଯୁକ୍ତ ଅରୁଣ କୁମାର ପଟ୍ଟନାୟକଙ୍କୁ ମନୋନୀତ କରାଯାଇଛି । ସଭା ଶେଷରେ ଧନ୍ୟବାଦ ଜ୍ଞାପନ  କରିଥିଲେ ଶ୍ରୀଯୁକ୍ତ  ପ୍ରଣୀତ କୁମାର ସାହୁ ।

ବ୍ୟୁରୋ ରିପୋର୍ଟ, ନୀଳଚକ୍ର Live

Post a Comment

Previous Post Next Post
Header ADS