BREAKING
Loading...
:

ବି.ଡିପୁର ଗ୍ରାମପଞ୍ଚାୟତ ରେ ୭୭ତମ ସ୍ୱାଧୀନତା ଦିବସ ବହୁ ଆଡମ୍ବର ସହକାରେ ପାଳନ କରା ଯାଇଛି


ଜଗନ୍ନାଥ ପ୍ରସାଦ(ନୀଳଚକ୍ର live)ଜଗନ୍ନାଥ ପ୍ରସାଦ ବ୍ଲକ ଅଧିନସ୍ଥ ବି.ଡିପୁର ଗ୍ରାମପଞ୍ଚାୟତ ରେ ୭୭ତମ ସ୍ୱାଧୀନତା ଦିବସ ବହୁ ଆଡମ୍ବର ସହକାରେ ପାଳନ କରା ଯାଇଛି । ଏହି କାର୍ଯ୍ୟକ୍ରମ ରେ  ସରପଞ୍ଚ ଶ୍ରୀମତି ରଶ୍ମିତା ସାହୁ ଜାତୀୟ ପତକା ଉତ୍ତୋଳନ କରିଥିଲେ। ଏଥିରେ ରେ ସରପଞ୍ଚ ଶ୍ରୀମତୀ ରଶ୍ମିତା ସାହୁ,ସମିତି ସଭ୍ୟା ଶ୍ରୀମତୀ ଗୀତାରାଣୀ ବାରିକ,ନାଏବ ସରପଞ୍ଚ ଶ୍ରୀମତୀ ଲଷ୍ମୀ ସ୍ୱାଇଁ,କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ବିପ୍ର ଚରଣ ବାରିକ,ସରପଞ୍ଚ ଙ୍କ ପ୍ରତିନିଧି ଶ୍ରୀ ଶିଶିର କାନ୍ତ ସାହୁ,ପୂର୍ବତନ ସମିତି ସଭ୍ୟ ଶ୍ରୀ ଅମିର କୁମାର ସ୍ୱାଇଁ,ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ,  ଗ୍ରାମ ରୋଜକାର ସେବକ ସରୋଜ କୁମାର ନାୟକ,ଯୋଗାଣ ସହାଇକା ଶ୍ରୀମତୀ ରଶ୍ମିତା ସାହୁ,ଦିଲ୍ଲୀପ କୁମାର ସେଠୀ କୃଷ୍ଣ ଚନ୍ଦ୍ର ସେଠୀ ,

କୃଷ୍ଣ ଚନ୍ଦ୍ର ସ୍ୱାଇଁ , ପ୍ରଭାତ କୁମାର ବିଷୋୟୀ, ଗୌରହରୀ ବେହେରା,ଜିତେନ୍ଦ୍ର ରଥ, ନାରାୟଣ ସାହୁ ଚକ୍ରଧର ପାଣିଗ୍ରାହୀ,ତ୍ରିନାଥ ସ୍ୱାଇଁ,ସନ୍ତୋଷ ବାରିକ,ରବୀନ୍ଦ୍ର କୁମାର ତ୍ରିପାଠୀ,ବିଦେଶୀ ଖଟେଇ,କହ୍ନୁ ଚାରଣ ପରିଛା,ମଧୁସୂଦନ କର ,ପଂଚାୟତର ଆଶା,ଅଙ୍ଗନୱାଡି କର୍ମୀ, ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ବୃନ୍ଦ ,ଏମବିକେ ଓ ସିଆରପି ପ୍ରମୁଖ ବହୁ ମାନ୍ୟଗଣ୍ୟ ଗୁରୁଜନ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ରେ ମୁଖୀ ଅତିଥି ଭାବେ କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ବିପ୍ର ଚରଣ ବାରିକ ଯୋଗଦେଇ ତାଙ୍କର ବକ୍ତବ୍ୟ ରେ କହିଥିଲେ କି ଆଜି ପଲ୍ଲୀ ଠାରୁ ଦିଲ୍ଲୀ ପ୍ରଯ୍ୟନ୍ତ ସାରା ଦେଶ ସ୍ୱାଧୀନତା ଦିବସ ପାଳନ କରୁଛି ।












ଜଣେ ଭାରତୀୟ ଭାବରେ ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ।ଏହି ପବିତ୍ର ଦିବସ ଅବସରରେ ଉପସ୍ଥିତ ସମସ୍ତ ଅତିଥି ମାନଙ୍କୁ ଅଭିନନ୍ଦନ ଜଣାଇବା ଦେଶର ଯେଉଁ ଵୀର ପୁତ୍ରମାନେ ତ୍ୟାଗ ଓ ବଳିଦାନ ଦେଇ ଏବଂ ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ଶହୀଦ ହୋଇଥିବା ଅମର ଯୱାନମାନେ ଦେଶ କୁ  ସ୍ଵାଧୀନ ଆଣିଥିଲେ ସେମାନଙ୍କୁ ତାଙ୍କର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ଦୀର୍ଘ ଦୁଇ ଶତାବ୍ଦୀର ପରାଧୀନତା,ଅକଥନୀୟ ଅତ୍ୟାଚାର ଅସୁମାରୀ ତ୍ୟାଗ ଓ ବଳିଦାନ ଦେଇ ଦେଶର ଵୀର ପୁତ୍ରମାନଙ୍କର ଦ୍ବାରା ଭାରତ ସ୍ଵାଧୀନ ହୋଇ ଦାସତ୍ଵରୁ ମୁକ୍ତ ହେବାପାଇଁ ସମର୍ଥ ହୋଇଥିଲା । ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ଜବାହାର ଲାଲ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ମୌଲାନା ଆଜାଦ, ଡଃ ବି.ଆର.ଆମ୍ବେଦକର, ଡଃ ରାଜେନ୍ଦ୍ର ପ୍ରସାଦ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ବାଜି ରଉତ,ଉତ୍କଳ ଗୌରବ ମଧୁସୂଦନ ଦାସ, ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ସହିଦ୍ ଲକ୍ଷ୍ଣଣ ନାଏକ,ରାଣୀ ଲକ୍ଷ୍ମୀବାଈ, ବୀର ସୁରେନ୍ଦ୍ର ସାଏ,  ରମାଦେବୀ, ମାଳତୀ ଚୌଧୁରୀ, ଡଃ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ଓ ପାର୍ବତୀ ଗିରିଙ୍କ ପରି ମହାନ୍ ସଂଗ୍ରାମୀ ମାନଙ୍କ ନେତୃତ୍ୱରେ ଆମେ ସ୍ୱାଧୀନତା ହାସଲ କରିଛୁ। ଓଡିଶା ମାଟିର ବରପୁତ୍ର ସୁବାଷ ଚନ୍ଦ୍ର ବୋଷଙ୍କ ସ୍ଲୋଗାନ "ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ଵାଧୀନତା ଦେବି' ଦେଶବାସୀଙ୍କ ମନପ୍ରାଣରେ ଆନ୍ଦୋଳନର ବହ୍ନି ପ୍ରଜ୍ବଳନ କରିଥିଲା ଏବଂ ମହାତ୍ମା ଗାନ୍ଧୀଙ୍କ "କର ବା ମର" ଆହ୍ଵାନରେ ସାରା ଭାରତ ପ୍ରକମ୍ପିତ ହୋଇଉଠିଥିଲା । ଶେଷରେ ୧୯୪୭ ଅଗଷ୍ଟ ମାସ ୧୪ ତାରିଖ ମଧ୍ୟ ରାତ୍ରୀରେ ବ୍ରିଟିଶ ମାନେ ଆମ ଦେଶ ଛାଡି ପଳାୟନ କରିଥିଲେ ୧୯୪୭ ଅଗଷ୍ଟ ମାସ୧୫ ତାରିଖରେ ଦେଶ ସ୍ଵାଧୀନ ହୋଇଥିଲା । ଏବଂ ସେହିଦିନ ଠାରୁ ଆମ ଦେଶର ବୀର ପୁତ୍ରମାନଙ୍କର ତ୍ୟାଗ ଓ ବଳିଦାନକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଅଗଷ୍ଟ ୧୫ ତାରିଖକୁ ସାଧୀନତା ଦିବସ ରୂପେ ପାଳନ କରି ଆସୁଛନ୍ତି।   ସାଂସଦ ଙ୍କ ପ୍ରତିନିଧି ନିଜର ବକ୍ତବ୍ୟ ରେ କହିଥିଲେ କି ଆମର ଜଗନ୍ନାଥ ପ୍ରସାଦ ବ୍ଲକ ଏକ ଅବହେଳିତ ବ୍ଲକ ଥିଲା ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଏ ଅଂଚଳ ପ୍ରତି ଯେଉଁ ପ୍ରତି ବଦ୍ଧତା ଓ ମାନ୍ୟବର  ଅର୍ଥ ମନ୍ତ୍ରୀ  ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଙ୍କ ପରିକଳ୍ପନା ତଥା ତାଙ୍କର ପ୍ରଚେଷ୍ଟା ରେ ଆଜି ଏହି ଅଂଚଳ ବିକାଶ ର ଶୀର୍ଷ ରେ ପହଂଚିଛି।ଏହି ଅଂଚଳ ଗମନା ଗମନ ଠାରୁ ଆରମ୍ଭ କରି ସ୍ମର୍ଟ ହାଇସ୍କୁଲ ର ରୂପାନ୍ତିକାରଣ, ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟ କୋଠାଘର, ଅଙ୍ଗନବାଡି ଘର, ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ସାଙ୍ଗକୁ ସବୁ ଗାଁ ର ରାସ୍ତା ଘାଟ ର ସୁଦୃଢ଼ୀକରଣ ହୋଇପାରିଛି। ଆମ ଓଡିଶା ନବୀନ ଓଡିଶା ରେ ପ୍ରତ୍ୟେକ ପଂଚାୟତ କୁ ୫୦ ଲକ୍ଷ ଟଙ୍କା ମନ୍ଦିର, କୋଠଘର ଇତ୍ୟାଦି ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିଛନ୍ତି ସେଥିରେ ଅଂଚଳ ବାସୀ ଧନ୍ୟବାଦ ଓ କୃତଜ୍ଞତା ଦେଇଛନ୍ତି ପରିଶେଷରେ ଗ୍ରାମପଂଚାୟତ ର ମେଣ୍ଟପୁର ଶିବ ମନ୍ଦିର ନୂତନ ପୋଖରୀ ହୁଡା ଠାରେ ବସୁଧା ବନ୍ଦନା ଅମୃତ ବାଟିକା ଯୋଜନା ରେ ଦେଶର ଵୀର ପୁତ୍ରମାନଙ୍କର ବଳିଦାନ ଓ ଅସୁମାରୀ ତ୍ୟାଗ  ଉଦେଶ୍ୟ ଚାରା ରୋପଣ କରାଯାଇଥିଲା

Post a Comment

Previous Post Next Post
Header ADS