BREAKING
Loading...
:

ମେରା ମାଟି ମେରା ଦେଶ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ।

 


ଜଗନ୍ନାଥ ପ୍ରସାଦ: ୧୫.୦୮.୨୦୨୩ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡ଼ିଗ୍ରୀ କଲେଜ ପରିସରରେ ସ୍ଵାଧୀନତା ଦିବସ ପାଳନ ସହ "ମେରା ମାଟି ମେରା ଦେଶ୍ " କାର୍ଯ୍ୟକ୍ରମ ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ଡ଼ିଗ୍ରୀ କଲେଜ ଜାତୀୟ ସେବା ଯୋଜନା, ଯୁବ ରେଡକ୍ରସ୍ ଓ ମୋ କଲେଜ ଅଭିଯାନ ତରଫରୁ ଆୟୋଜିତ ମେରା ମାଟି ମେରା ଦେଶ୍ ମହାନ୍ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଜାତୀୟ ସେବା ଯୋଜନା ଅଧିକାରୀ ଡ଼ଃ ପ୍ରମୋଦ କୁମାର ଚୌଧୁରୀ ଛାତ୍ରଛାତ୍ରୀ ମାନଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ । କଲେଜ ଅଧ୍ୟକ୍ଷ ଛାତ୍ରଛାତ୍ରୀ ମାନଙ୍କୁ "ମେରା ମାଟି ମେରା ଦେଶ୍ ମହାନ୍" ର ପଞ୍ଚ ପ୍ରତିଜ୍ଞା ବିଷୟରେ ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଶ୍ରୀଯୁକ୍ତ ବିଭୂତି ଭୂଷଣ ପ୍ରଧାନ, ଶ୍ରୀ ବିରଞ୍ଚି ନାରାୟଣ ପ୍ରଧାନ, ଶ୍ରୀ ଶ୍ରୀକାନ୍ତ ପାତ୍ର ସମୂହ ଉପସ୍ଥିତ ରହି ସୁଚିନ୍ତିତ ମନ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଆୟୋଜନରେ ଡି଼.ଇ.ଓ ସରୋଜ କୁମାର ନାୟକ ସ୍ବେଚ୍ଛାସେବୀ ଗୋପାଳ ନାୟକ, ଆଶିଷ କୁମାର ପାଢ଼ୀ, ଶୋଭନ ସାହୁ, ଅଶୋକ ବାରିକ, ରାଜେନ୍ଦ୍ର ନାୟକ ଓମ୍ ପ୍ରସାଦ ପ୍ରଧାନ, ପି. କ୍ରିଷ୍ଣା ରାଓ, ସୁଜାତା ପ୍ରଧାନ, ବିଷ୍ଣୁ ପ୍ରିୟା ପ୍ରଧାନ, ବିଜୟଲକ୍ଷ୍ମୀ ପ୍ରଧାନ, ସୋନୁ ବେହେରା ପ୍ରମୁଖ ସହଯୋଗ କରିଥିଲେ । ପରିସରରେ ଅଧ୍ୟାପକ ଡ଼ଃ ପ୍ରମୋଦ କୁମାର ଚୌଧୁରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

Previous Post Next Post
Header ADS