BREAKING
Loading...
:

ମେରି ମାଟି ମେରା ଦେଶ୍ କାର୍ଯ୍ୟକ୍ରମ ଅନୁଷ୍ଠିତ


ଜଗନ୍ନାଥ ପ୍ରସାଦ: ୧୮.୦୮.୨୦୨୩ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଜଗନ୍ନାଥ ପ୍ରସାଦ ପରିସରରେ ଭାରତ ସରକାରଙ୍କ ପ୍ରାୟୋଜିତ ତଥା ଜାତୀୟ ସେବା ଯୋଜନା ତରଫରୁ "ମେରି ମାଟି ମେରା ଦେଶ୍" କାର୍ଯ୍ୟକ୍ରମ ଅଧ୍ୟକ୍ଷ ଶ୍ରୀଯୁକ୍ତ ନୃସିଂହ ଚରଣ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଅଧକ୍ଷ ପ୍ରଥମେ ଛାତ୍ରଛାତ୍ରୀ ମାନଙ୍କୁ ଏଇ ମାଟି ପାଇ ସେବା କରିବା ପାଇଁ ଶପଥ ପାଠ କରାଇଥିଲେ ଓ ମାଟିର ସମ୍ମାନ କରି ଦେଶର ବୀର ମାନଙ୍କ ବନ୍ଦନା କରିବା ପାଇଁ ଉଦବୋଧନ ଦେଇଥିଲେ । ମୁଖ୍ୟ ଅତିଥି ରୂପେ ସ୍ଥଳ ବାହିନୀରୁ ସେବା ନିବୃତ ଶ୍ରୀ ସିମାଞ୍ଚଳ ବେହେରା ଓ ସମ୍ମାନନୀୟ ଅତିଥି ଭାବେ ଆଶାମ ରାଇଫଲରୁ ଅବସର ନେଇଥିବା ଶ୍ରୀ ଦିଲ୍ଲୀପ କୁମାର ପ୍ରଧାନ, ଶ୍ରୀ ସୁନୀଲ କୁମାର ମୁନି ଗଞ୍ଜାମ ଜିଲ୍ଲା ଜାତୀୟ ସେବା ଯୋଜନା ସହ ସଂଯୋଜକ, ପ୍ରାଧ୍ୟାପକ ଶ୍ରୀଯୁକ୍ତ ଲୋକନାଥ ମହାନ୍ତି, ପ୍ରାଧ୍ୟାପକ ଡ଼ଃ ଜୟଦେବ ଗୌଡ଼, ଅଧ୍ୟାପକ ଶ୍ରୀଯୁକ୍ତ ସୁନିର କାନ୍ତ ମିଶ୍ର ଯୋଗ ଦେଇଥିଲେ । ବକ୍ତା ମାନେ  "ମେରି ମାଟି ମେରା ଦେଶ୍" ସମ୍ପର୍କରେ ଆଲୋକପାତ କରି ଦେଶ ମାତୃକାର ସେବା କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ସନ୍ଦେଶ ଦେଇଥିଲା ।



ବିଶେଷ କରି ଶ୍ରୀ ସୀମଞ୍ଚଳ ବେହେରା ତାଙ୍କର ଅଙ୍ଗେ ନିଭାଇ ଥିବା ରୋମାଞ୍ଚକର ୧୯୭୧ ର ଭାରତ - ପାକିସ୍ଥାନ ଯୁଦ୍ଧ ବିଷୟରେ ପିଲା ମାନଙ୍କୁ ଅବଗତ କରାଇଥିଲେ  ଏବଂ ୧୯୭୧ ଠାରୁ ୧୯୭୩ ପର୍ଯ୍ୟନ୍ତ କେମିତି ପାକିସ୍ତାନର ୭୨ ଖଣ୍ଡ ଗାଁକୁ ସେମାନଙ୍କ ଆକ୍ତିଆରରେ କବଜା କରି ରଖିଥିଲେ ସେ ବିଷୟରେ ଅବଗତ କରାଇଥିଲେ । ଛାତ୍ରଛାତ୍ରୀ ମାନଙ୍କୁ ସ୍ଥଳ ବାହିନୀ, ଆକାଶ ବାହିନୀ ଓ ଜଳ ବାହିନୀ ରେ ଯୋଗ ଦେଇ ଦେଶ ସେବାରେ ବ୍ରତ ହେବାକୁ ପିଲା ମାନଙ୍କୁ ପ୍ରେରଣା ଦେଇଥିଲେ । ଏହାକୁ ଜାତୀୟ ସେବା ଯୋଜନା ଅଧିକାରୀ ସୁଶ୍ରୀ ସୁନୀତା ଗୌଡ଼ ଓ ଡି.ଇ.ଓ ଶ୍ରୀ ସରୋଜ କୁମାର ନାୟକ ପରିଚାଳନା କରିଥିଲେ ଏବଂ ସ୍ବେଛାସେବୀ ଶୋଭନ ସାହୁ, ଗୋପାଳ ପଟ୍ର, ଚନ୍ଦନ ପ୍ରଧାନ, ସୁମନ ପାତ୍ର ସହଯୋଗ କରିଥିଲେ । ଅଧ୍ୟାପକ ଶ୍ରୀ ସୁନିର କାନ୍ତ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସ୍ବେଚ୍ଛାସେବୀ ଚନ୍ଦନ ପ୍ରଧାନ ଦେଶାତ୍ମକ ବୋଧ ସଙ୍ଗୀତରେ ନୃତ୍ୟ ମାଧ୍ୟମରେ ପିଲାମାନଙ୍କୁ ସଚେତନ କରାଇଥିଲେ ।

Post a Comment

Previous Post Next Post
Header ADS