BREAKING
Loading...
:

ମହୁଚାଷ ଦକ୍ଷତା ବିକାଶ ତାଲିମ ଶିବିର


ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)ଓଡ଼ିଶା ବନାଞ୍ଚଳ  ଉନ୍ନୟନ ଭାଗ-୨ ତରଫରୁ କ୍ଷୁଦ୍ର ପରିମାଣର ଆୟ ସୃଷ୍ଟି କରୁଥିବା କାର୍ଯ୍ୟକଳାପ ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ,ଇଚ୍ଛୁକ ଚାଷୀ,ମାନଙ୍କୁ ଜଗନ୍ନାଥ ପ୍ରସାଦ ର ଉତ୍ତର ଘୁମୁସର ବନାଞ୍ଚଳ କାର୍ଯ୍ୟାଳୟ ପରିସର ରେ ମହୁଚାଷ ଦକ୍ଷତା  ବିକାଶ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଢୀଅ ସାହି, ବଣିଆପଲ୍ଲୀ ଓ ତାଳପଙ୍କା  ବନ ସୁରକ୍ଷା ସମିତି ର କର୍ମଚାରୀ ଯୋଗ ଦେଇଥିଲେ।ଏହି ଶିବିର ରେ ଜଗନ୍ନାଥ ପ୍ରସାଦର ଭାରପ୍ରାପ୍ତ ରେଞ୍ଜର ଶ୍ରୀ କୁମର ବେହେରା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ।


ମହୁଚାଷ ତାଲିମ ଦାତା ମହେନ୍ଦ୍ର କୁମାର ନାୟକ ମହୁଚାଷ ଉପରେ ଵିସ୍ତୃତ ଭାବେ ତାଲିମ ଦେଇଥିଲେ।ମହୁଚାଷ କରି ସ୍ୱଳ୍ପ ଖର୍ଚ୍ଚ ରେ ଲାଭବାନ ହୋଇ ପାରିବେ ସେ ସଂକ୍ରାନ୍ତ ରେ ଅଲୋକ ପାତ କରିଥିଲେ।ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଭାଗ-୨ ର ବିଷୟ ବସ୍ତୁ ବିଶେଷଜ୍ଞ ସାନ୍ତୁନୁ କୁମାର ସାହୁ,କାହ୍ନୁ ଚରଣ ସାହୁ,କିଟ TBI ର ମାର୍କେଟିଂ ଅଧିକାରୀ ରାଜକିଶୋର ସ୍ୱାଇଁ,ଯୋଗ ଦେଇଥିଲେ। ସଂଯୋଜିକା ଶ୍ରୀମତି ସୁପ୍ରଭା ପଣ୍ଡିତ ତାଲିମ ଶିବିର ର ପରିଚାଳନା କରିଥିଲେ,,








ସଂଯୋଜକ ମଧୁସୂଦନ ସ୍ୱାଇଁ, ପ୍ରଶାନ୍ତ କୁମାର ସାହୁ ସହାୟତା କରିଥିଲେ,ସ୍ୱାତି ଜୀବିକା ଜୀବନ 
ଉନ୍ନୟନ ଅଧିକାରିଣୀ ଶ୍ରଦ୍ଧାଙ୍ଗିନୀ ମଲ୍ଲିକ, ଶିଶିର କୁମାର ଦାସ, ରୁଦ୍ର ସାହୁ ତାଲିମ ଶିବିର ରେ ସହଯୋଗ କରିଥିଲେ।ଅତିଥି ରୂପେ ଆଇନଜୀବୀ ନିରାକାର ସାହୁ , ସାମ୍ବାଦିକ ଚନ୍ଦ୍ର କେତୁ ରାଉତ,ଓ  ଗ୍ରାମ ବନ ସହାୟକ ଲୋକନାଥ ଆଚାର୍ଯ୍ୟ   ଯୋଗ ଦେଇଥିଲେ, ଓ ମହୁଚାଷ କରିବା ପାଇଁ ଉଚ୍ଚାହିତ କରିଥିଲେ।ବନପାଳ ଦିଲ୍ଲୀପ କୁମାର ଦାସ,ବନପାଳ ଶରତ ମହାନ୍ତି, ବନରଖି ଚନ୍ଦ୍ର ଶେଖର ପାଣିଗ୍ରାହୀ ବନରଖି ପ୍ରଭାସିନୀ ଗୌଡ଼, ସୁଜ୍ଞାନୀ ବେହେରା, ପ୍ରମୁଖ ତାଲିମ ଶିବିର ରେ ସହାୟତା କରିଥିଲେ।

Post a Comment

Previous Post Next Post
Header ADS