BREAKING
Loading...
:

ମେଡିକାଲ୍ କ୍ୟାମ୍ପସରୁ ବାଇକ୍ ଓ ଫୋନ ଚୋରି ଘଟଣାରେ ୫ ଗିରଫ:୧୩ ବାଇକ୍ ,୫୭ ମୋବାଇଲ ଜବତ।

 


ବ୍ରହ୍ମପୁର(ନୀଳଚକ୍ର Live)  ପୁଲିସ ଜିଲ୍ଲାକୁ ମିଳିଛି ଏକ ବଡ଼  ଧରଣର ଲୁଟେରା ଗ୍ୟାଙ୍ଗ ।ବାଇକ ଓ ମୋବାଇଲ ଫୋନ ଚୋରି କରୁଥିବା ଗ୍ୟାଙ୍ଗ କୁ  ଧରିବାରେ ସଫଳ ହୋଇଛି। ଦୀର୍ଘ ଦିନ ହେବ ସହରର ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନରେ ସୁଯୋଗ ଦେଖି କରୁଥିଲେ ଚୋରି। ଏମକେସିଜି ମେଡିକାଲ୍ କ୍ୟାମ୍ପସ ପରିସରରେ ସର୍ବଦା ନଜର ରଖି ପ୍ଲାନ ମୁତାବକ  ଚୋରି କରୁଥିଲେ ବାଇକ୍। ଜଣେ ସିକ୍ୟୁରିଟି ଗାର୍ଡ ସଂପୃକ୍ତ ରହି ହସ୍ପିଟାଲ ଭିତରେ  ରୋଗୀ ଏବଂ ରୋଗୀ ସମ୍ପର୍କୀୟ ମାନଙ୍କୁ   ଟାର୍ଗେଟ କରି ସେମାନଙ୍କ ମୋବାଇଲ ଫୋନ ଅଭିନବ ଉପାୟରେ ଚୋରିକରୁଥିଲେ।

ଗିରଫ ହୋଇଥିବା ଅଭିଯୁକ୍ତ ମଧ୍ୟରେ ତିନି ଜଣ ଯୁବକ ରହିଥିବା ବେଳେ ଦୁଇଜଣ ନାବାଳକ ରହିଛନ୍ତି, ଏମାନଙ୍କ ଠାରୁ ୧୩ଗୋଟି ମୋଟର ସାଇକେଲ ସହ ୫୭ଟି ମୋବାଇଲ୍ ଫୋନ୍ ଜବତ ହୋଇଛି ଅଭିଯୁକ୍ତ ମାନେ ହେଲେ ଏଲ୍. ଶିବ ରେଡ୍ଡୀ (୨୬), ଉପେନ୍ଦ୍ର ନାୟକ (୨୬), ଶ୍ରୀକାନ୍ତ ପାଢ଼ୀ (୩୦), ଚନ୍ଦନ ବିଶ୍ଵାସର (୧୭),ଆକାଶ ପରିଡ଼ା (୧୭)।ପୁଲିସ ସୂଚନା ପ୍ରକାରେ ଚଳିତ ମାସ ଅଗଷ୍ଟ ୦୪ ତାରିଖରେ ଆଙ୍କୁଲି ନିଗମନଗର ଚତୁର୍ଥ ଲାଇନ ବାସିନ୍ଦା ନାରାୟଣ ଦାସ ଙ୍କ ହୋଣ୍ଡା ୟୁନିକର୍ଣ (ଓଡି -୦୭ ଏକ୍ସ ୪୮୮୦)ବାଇକ ମଧ୍ୟ ରାତ୍ରରେ ଚୋରି ହୋଇଥିବା ନେଇ ସ୍ଥାନୀୟ ବୈଦ୍ୟନାଥପୁର ଥାନାରେ  ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିର୍ତ୍ତି କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା।

ଏସ୍ପିଙ୍କ ତତ୍ତ୍ଵାବଧାନରେ  ବୈଦ୍ୟନାଥପୁର ଥାନା  ପୁଲିସ୍ ପକ୍ଷରୁ ଏକସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲ ,ଗୁଇନ୍ଦା  ଆଧାରରେ   ହିଞ୍ଜିଳି ତଳ ରେଗିଡିସାହିର ଚନ୍ଦନ ବିଶ୍ଵାସର କୁ ଅଟକରଖି ପଚରାଉଚରା କରାଯିବା ବେଳେ ଚୋରି ଘଟଣାସଂପୃକ୍ତରେ ଲିପ୍ତ ରହିଥିବା ସମସ୍ତଙ୍କ ନାମ କହିଥିଲା ।ସେଠାରୁ ପୁଲିସ ବଡ଼ ରାକେଟ ସମ୍ବନ୍ଧରେ ଜାଣିବାକୁ ପାଇଥିଲା ଏବଂ ପରେ ସମସ୍ତ ଚୋରି ଘଟଣାରେ ବାବଦରେ ସୂଚନା ପାଇ ବାଇକ ଓ ମୋବାଇଲ୍ କୁ ପୁଲିସ ଠାବ  କରିଥିଲା।୫ ଜଣକୁ ଗିରଫ କରାଯିବା ସହ ଆଜି ଅପରାହ୍ନ ରେ କୋIର୍ଟ ଚାଲାଣ କରାଯାଇଛି। ଜବତ ବାଇକ ଓ ମୋବାଇଲ ଫୋନ ଗୁଡ଼ିକୁ ବୈଦ୍ୟନାଥପୁର ଥାନା ରେ ରଖାଯାଇଛି। ସେଠାରୁ ପ୍ରକୃତ ମାଲିକ    ମାନେ ନିଜ ପରିଚୟ ପତ୍ର ସହ ବିଲ ନେଇ ଗଲେ ସେମାନଙ୍କୁ ଦିଆଯିବା ବ୍ୟବସ୍ଥା କରାଯାଇଛି ବୋଲି ଆଜି ଅପରାହ୍ନ ସମୟରେ ଏସପି ଅଫିସ ପରିସରରେପ୍ରେସମିଟ କରି ବ୍ରହ୍ମପୁର ଏସ୍ପି ପୁଲିସ ଡ଼ା.ସର୍ବଣା ବିବେକ ଏମ ସୂଚନା ଦେଇଛନ୍ତି।ପ୍ରେସମିଟରେ ବେଳେ ଟାଉନ୍ ଏସଡିପିଓ ରଜୀବି ଲୋଚନ ପଣ୍ଡା,ବୈଦ୍ୟନାଥପୁର ଥାନା ଅଧିକାରୀ ରାମ କୁମାର ମୁର୍ମୁ, ଏସଆଇ ବିଭୂତି ସେଠୀ, ଲାଞ୍ଜିପଲ୍ଲୀ ଫାଣ୍ଡି ଅଧିକାରୀ ଗିରି ଗୋବର୍ଦ୍ଧନ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ।

ବ୍ରହ୍ମହପୁରରୁ ବନିତା ବେହେରାଙ୍କ ରିପୋର୍ଟ

Post a Comment

أحدث أقدم
Header ADS