BREAKING
Loading...
:

ଜଗନ୍ନାଥ ପ୍ରସାଦ ରେ ମିଶନ ଶକ୍ତି ସ୍କୁଟର ଯୋଜନା ପାଈଁ ଆବେଦନ ସଂଗ୍ରହ ଅଭିଯାନ


 ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live) ରାଜ୍ୟ ସରକାର ଙ୍କ ମହିଳା ସଶକ୍ତିକରଣ ପାଇଁ ଗଠିତ ମିଶନ ଶକ୍ତି ତରଫରୁ SSG ମହାସଂଘ,କାର୍ଯ୍ୟରତ କମ୍ୟୁନିଟି ସପୋର୍ଟ ଷ୍ଟାଫ,ଓ ଇସି ସଦସ୍ୟଙ୍କ ଯାତାୟାତ ର ସୁଗମ ପାଇଁ ମିଶନ ଶକ୍ତି ସ୍କୁଟର ଯୋଜନା ଏକ ଉଚିତ ପଦକ୍ଷେପ।crp, mbk, Bank mitra ମାନଙ୍କ ପାଇଁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧ ରେ ସ୍କୁଟର ଯୋଗାଇବା ପାଇଁ ଜଗନ୍ନାଥ ପ୍ରସାଦ ମିଶନ ଶକ୍ତି କାର୍ଯ୍ୟାଳୟ ରେ ଆବେଦନ ସଂଗ୍ରହ ଅଭିଯାନ ଆରଂମ୍ବ ହୋଇଛି।







Hond ,TVS କମ୍ପାନୀ ତରଫରୁ demo ଦେଖା ଯିବା ସହ ଆବେଦନ ସଂଗ୍ରହ କରା ଯାଉଛି। ଜଗନ୍ନାଥ ପ୍ରସାଦ ବ୍ଲକ ଅଧ୍ୟକ୍ଷା ଜୟଶ୍ରୀ ସାହୁ,ଜଗନ୍ନାଥ ପ୍ରସାଦ ବିଡିଓ ଅନୁପ ପଣ୍ଡା, ବ୍ଲକ ଉପାଧ୍ୟକ୍ଷ ରଞ୍ଜିତ ପାତ୍ର,ସିଡ଼ିପିଓ ଦର୍ଶନୀ ନାୟକ, ମିଶନ ଶକ୍ତି ର ଜଗନ୍ନାଥ ପ୍ରସାଦ ବ୍ଲକ କୋରଡିନେଟର ଶ୍ରୀମତି ସୀତା ବରାଳ,ପ୍ରମୁଖ ମିଶନ ଶକ୍ତି ସ୍କୁଟର ଯୋଜନା ପାଈଁ ଆବେଦନ ସଂଗ୍ରହ ସମୟ ରେ ଉପସ୍ଥିତ ରହି ଥିଲେ। ଏହି ସମୟରେ ବହୁ ମିଶନ ଶକ୍ତି ସମ୍ପୃକ୍ତ କର୍ମଚାରୀ ଉପସ୍ଥିତ ଥିଲେ

Post a Comment

أحدث أقدم
Header ADS