BREAKING
Loading...
:

ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାମୁହିକ ଛୁଟି ଓ ଗଣଧାରଣା


ଜଗନ୍ନାଥପ୍ରସାଦ (ନୀଳଚକ୍ର Live) ଗଞ୍ଜାମ  ଜିଲା ଜଗନ୍ନାଥ ପ୍ରସାଦ ବ୍ଲକର ସମସ୍ତ ବର୍ଗର  ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଭିନ୍ନ ଦାବିକୁ ନେଇ ସାମୁହିକ ଛୁଟି ନେବା ଦ୍ୱାରା ବ୍ଲକର ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବନ୍ଦ ରହିଛି। ହଜାର ହଜାର ଛାତ୍ର ଛାତ୍ରୀଙ୍କ ପାଠ ପଢା ବନ୍ଦ ରହିଛି !ବୁଧବାର ଠାରୁ ପ୍ରାଥମିକ ଶିକ୍ଷକ ସଂଘ ତିନି ଦଫା ଦାଵୀ ପୂରଣ ପାଇଁ  ବ୍ଲକର 550 ଶିକ୍ଷକ ଛୁଟିରେ ରହିବା ସହ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବା ଯୋଗୁଁ ପାଠପଢା ସହ ପିଲାଙ୍କ ମଧ୍ୟାନ୍ନ ଭୋଜନ କାର୍ଯ୍ୟକ୍ରମ ଠପ ହୋଇଯାଇଛି!

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ଏହି କାର୍ଯ୍ୟବନ୍ଦ ଓ ଗଣଧାରଣାକୁ ଦାବୀ ପୂରଣ ପର୍ଯ୍ୟନ୍ତ ଚାଲୁ ରଖିବାକୁ ସଭାପତି ଶ୍ରୀ ପତିତପାବନ ନାୟକ, ସଭାପତି ଶ୍ରୀ ଉମାଶଙ୍କର ସ୍ୱାଇଁ, ସାଧାରଣ ସମ୍ପାଦକ ଶ୍ରୀ ଅନ୍ନଦା ତ୍ରିପାଠୀ ଓ ଶ୍ରୀ ମାଧବା ନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି ।






ତେବେ ଦାବୀ ଗୁଡ଼ିକ ମଧ୍ୟରେ ପ୍ରାଥମିକ ଶିକ୍ଷକ ନିଯୁକ୍ତିରେ ଠିକା ନିଯୁକ୍ତିପ୍ରଥା ବନ୍ଦ କରିବା,ଏକ୍ସକ୍ୟାଡର ଶିକ୍ଷକଙ୍କୁ କ୍ୟାଡରଭୁକ୍ତ କରିବା ସହିତ କନିଷ୍ଠଶିକ୍ଷକ, କଳାଶିକ୍ଷକ, କ୍ରୀଡ଼ାଶିକ୍ଷକଙ୍କୁ ନିୟମିତ କରିବା, ସମସ୍ତବର୍ଗର ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ବେତନ(୪୨୦୦ ଗ୍ରେଡ୍‌ ପେ’)ପ୍ରଦାନ କରିବା , ନୂତନ ପେନ୍‌ସନ୍‌ ବ୍ୟବସ୍ଥା ଉଚ୍ଛେଦ କରି ପୁରାତନ ପେନ୍‌ସନ୍‌ ବ୍ୟବସ୍ଥା ପ୍ରଚଳନ ପ୍ରମୁଖ ଦାବି ରହିଛି। ଏହି ଧାରଣାରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନର ରାଜ୍ୟ ଓ ଜିଲ୍ଲା ସଙ୍ଘର  ନିର୍ଦ୍ଦେଶ କ୍ରମେ ଜଗନ୍ନାଥ ପ୍ରସାଦ  ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସମସ୍ତ ଶିକ୍ଷୟିତ୍ରୀ/ଶିକ୍ଷକ ଯୋଗ ଦେଇଥିଲେ।ଏହି ପରିପେକ୍ଷୀରେ ସଙ୍ଘ ତରଫରୁ ଏକ ସ୍ମାରକ ପତ୍ର ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ କଲ୍ୟାଣୀ  ପାଢ଼ୀ ଙ୍କୁ ପ୍ରଦାନ କରାଯାଇଥିଲା

Post a Comment

أحدث أقدم
Header ADS