BREAKING
Loading...
:

ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ପାଇଁ ପୂର୍ବ ପ୍ରସ୍ତୁତି ବୈଠକ


ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)- ୧୪.୦୯.୨୦୨୩-ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆସନ୍ତା ୧୮ ତାରିଖ ସୋମବାର ଦିନ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ସକାଶେ ଏକ ପୂର୍ବ ପ୍ରସ୍ତୁତି ବୈଠକ ଅଧ୍ୟକ୍ଷ ଶ୍ରୀ ନୃସିଂହ ଚରଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ଆଲୋଚ଼ନାରେ ଗଞ୍ଜାମ ଜିଲ୍ଲା ଜାତୀୟ ସେବା ଯୋଜନାର ସହ ସଂଯୋଜକ ଶ୍ରୀ ସୁନିଲ୍ କୁମାର ମୁନି,  ଜାତୀୟ ସେବା ଯୋଜନା ଅଧିକାରିଣୀ ସୁଶ୍ରୀ ସୁନିତା ଗୌଡ଼, ଉଦ୍ଭିଦ ବିଜ୍ଞାନ ପ୍ରାଧ୍ୟାପକ ଶ୍ରୀ ସୁଧାଂଶୁ ରଞ୍ଜନ ଦାଶ, ଯୁବ ରେଡକ୍ରସ୍ କାଉନସିଲର  ପ୍ରାଧ୍ୟାପକ ଶ୍ରୀ ଲୋକନାଥ ମହାନ୍ତି , ପୂର୍ବତନ ଯୋଜନା ଅଧିକାରୀ ଡ଼ଃ ଜୟଦେବ ଗୌଡ଼, ଅଧ୍ୟାପକ ଶ୍ରୀ ସୁନିର କାନ୍ତ ମିଶ୍ର ଯୋଗଦେଇ ରକ୍ତଦାନ ସମ୍ପର୍କରେ ଜାତୀୟ ସେବା ଯୋଜନାର ସ୍ବେଚ୍ଛାସେବୀ ମାନଙ୍କୁ ନିଜସ୍ଵ ମତ ପୋଷଣ କରିଥିଲେ ।  ପୂର୍ବତନ ଛାତ୍ରଛାତ୍ରୀ, ସ୍ବେଚ୍ଛାସେବୀ,  ଅଭିଭାବକ ଓ ବୁଦ୍ଧିଜୀବୀ ମାନଙ୍କୁ ଏଥିରେ ସାମିଲ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦିଆଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱରର ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ବିଶ୍ଵ ମୋହନ ଜେନା ସମ୍ମତି ପ୍ରଦାନ କରିଛନ୍ତି ବୋଲି ଅଧ୍ୟକ୍ଷ ସୂଚନା ଦେବା ସହ ବହୁ ସଂଖ୍ୟାରେ ଯୋଗ ଦେଇ ରକ୍ତ ଦାନ ଶିବିରକୁ ସଫଳ କରିବା ପାଇଁ  କହିଥିଲେ । କାର୍ଯ୍ୟକ୍ରମ ଶେଷରେ ଡ଼ି.ଈ.ଓ ସରୋଜ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

Previous Post Next Post
Header ADS