BREAKING
Loading...
:

କୋରାପୁଟ ବିଇଓ କାର୍ଯ୍ୟାଳୟ ଆଗରେ ୩ ଦଫା ଦାବି ନେଇ ପ୍ରାଥମିକ ଶିକ୍ଷକ ଙ୍କ ଗଣଧାରଣା


କୋରାପୁଟ(ନୀଳଚକ୍ର Live)କୋରାପୁଟ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ର କର୍ମକର୍ତ୍ତା ମାନେ ୩ଦଫା ଦାବି ନେଇ ସମୂହ ଛୁଟି ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଆଗରେ ୯ ହେଲା ଧାରଣା ରେ ବସିଛନ୍ତି। ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ଏହି କାର୍ଯ୍ୟବନ୍ଦ ଓ ଗଣଧାରଣାକୁ ଦାବୀ ପୂରଣ ପର୍ଯ୍ୟନ୍ତ ଚାଲୁ ରଖିବାକୁ ନିଷ୍ପତ୍ତି ହୋଇଛି।ପ୍ରାଥମିକ ଶିକ୍ଷକ ନିଯୁକ୍ତିରେ ଠିକା ନିଯୁକ୍ତିପ୍ରଥା ବନ୍ଦ କରିବା,ଏକ୍ସକ୍ୟାଡର ଶିକ୍ଷକଙ୍କୁ କ୍ୟାଡରଭୁକ୍ତ କରିବା ସହିତ କନିଷ୍ଠଶିକ୍ଷକ, କଳାଶିକ୍ଷକ, କ୍ରୀଡ଼ାଶିକ୍ଷକଙ୍କୁ ନିୟମିତ କରିବା, ସମସ୍ତବର୍ଗର ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ବେତନ(୪୨୦୦ ଗ୍ରେଡ୍‌ ପେ’)ପ୍ରଦାନ କରିବା , ନୂତନ ପେନ୍‌ସନ୍‌ ବ୍ୟବସ୍ଥା ଉଚ୍ଛେଦ କରି ପୁରାତନ ପେନ୍‌ସନ୍‌ ବ୍ୟବସ୍ଥା ପ୍ରଚଳନ ପ୍ରମୁଖ ଦାବି ରହିଛି।କୋରାପୁଟ ବ୍ଲକ ସଭାପତି ବସନ୍ତ ଲେଙ୍କା ,ଆଞ୍ଚଳିକ ସମ୍ପାଦକ ଗୋପାଳ ମିଶ୍ର, ସଂଯୋଜକ ଗଜନୀ ଚନ୍ଦ୍ରଶେଖର, ଟି. ଅରୁଣା, ଲଷ୍ମୀ ପ୍ରିୟା ଦାସ, ଙ୍କ ସହ ବ୍ଲକ ଶିକ୍ଷକ ସଂଘ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଧାରଣା ରେ ବସିଛନ୍ତି।

Post a Comment

Previous Post Next Post
Header ADS