BREAKING
Loading...
:

ଆମ ଓଡିଶା ନବୀନ ଓଡିଶା ଯୋଜନା'ର ଅର୍ଥର ବିନିଯୋଗ ସମ୍ପୂର୍ଣ୍ଣ ଦାୟିତ୍ବ ସରପଞ୍ଚଙ୍କୁ ଦିଆଯାଉ : ରବି ରଥ


ବ୍ରହ୍ମପୁର,(ନୀଳଚକ୍ର Live) : ଓଡ଼ିଶାର 30 ଜିଲା ଓ 314 ବ୍ଲକରେ ନର୍ିବାଚିତ ହୋଇଥିବା 6 ହଜାର 798 ସରପଞ୍ଚଙ୍କୁ ଆମ ଓଡ଼ିଶା ନବୀନ ଓଡ଼ିଶା କାଯର୍‌ୟକ୍ରମର ସଫଳତା ପାଇଁ ସମ୍ପୂର୍ଣ୍ଣ ଦାୟିତ୍ବ ପ୍ରଦାନ କରାଯାଉ ବୋଲି ରାଷ୍ଟ୍ରୀୟ ପଞ୍ଚାୟତିରାଜ ଗ୍ରାମ ପ୍ରଧାନ / ସରପଞ୍ଚ ସଂଗଠନ ଓଡ଼ିଶା ଶାଖାର ସଭାପତି ରବି ରଥ ପ୍ରେସ୍‌ ବିଜ୍ଞପ୍ତିରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଶ୍ରୀ ରଥ କହିଛନ୍ତି ଗ୍ରାମାଞ୍ଚଳରେ ହୋଇଥିବା ବିକାଶ ମୂଳକ ସମସ୍ତ କାଯର୍‌ୟ ନର୍ିବାଚିତ ସରପଞ୍ଚମାନଙ୍କୁ ଦାୟିତ୍ବ ଦେଇ ସେମାନଙ୍କୁ ଉତ୍ତରଦାୟୀ କରାଯିବା ଉଚିତ ଶ୍ରୀ ରଥ କହିଛନ୍ତି ଯେ, ଯେମିତି ମନ୍ଦିରର ମହାପ୍ରଭୂ ତଥା ଦେବାଦେବୀଙ୍କ ଉଦ୍ଦ୍ୟେଶରେ ଭକ୍ତ ଅର୍ପଣ କରାଯାଉଥିବା ନଡିଆ ଭୋଗସାମଗ୍ରୀରେ, ମହାପ୍ରଭୂଙ୍କୁ କେବଳ ତାଳି ଓ ଢୋ ଶବ୍ଦ ମିଳୁଛି ଆଉ ସବୁ ଭୋଗ ସାମଗ୍ରୀ ଯାଚନା କରିଥିବା ଭକତ ଓ ପୂଜାରୀର ହେଉଛି ସେହି କ୍ରମରେ ଆମ ଓଡିଶା ନବୀନ ଓଡିଶା  ଯୋଜନାର 50 ଲକ୍ଷ ଟଙ୍କା ଲେଖାଏଁ ପଞ୍ଚାୟତରେ ବ୍ୟୟ ହେବାକୁ ଯାଉଛି କହିଲେ କିଛି ଭୂଲ ହେବନି  କାରଣ ଫାଇଭ ଟି ସଚିବଙ୍କର ମୋ ସରକାରରେ, ରାଜ୍ୟରେ ଥିବା ସମସ୍ତ ପଞ୍ଚାୟତ ଠାରୁ ଆରମ୍ଭ କରି ପୌର ପରିଷଦ ତଥା ନିଗମ ଯାଏଁ କାହାର ହେଲେ  କରିବାର କ୍ଷମତା ନଥିବାର ପରିସ୍ଥିତି ପରିବେଶରୁ ଜଣାଯାଉଛି ପରିସ୍ଥିତିରୁ ଦେଖିବାକୁ ମିଳୁଛି, ସାରା ରାଜ୍ୟର ଏହି ତ୍ରୀସ୍ତରୀୟ ପଞ୍ଚାୟତ  ଗୁଡିକର ସଂସ୍ଥା ପାଇଁ ଦରକାର ପଡୁଥିବା, ସୁସ୍ଥ ଭାରତ/ଓଡିଶା ଯୋଜନା ଠାରୁ ଆରମ୍ଭ କରି ବିଦୁ୍ୟତ ସରଞ୍ଜାମ ଯାଏଁ କିଣିବାର କୌଣସି କ୍ଷମତା ନାହିଁ ଏଥିପାଇଁ ରାଜ୍ୟର ଭୂବନେଶ୍ବରରୁ କେହି ଜଣେ ସବୁ ପ୍ରକାର ସରଞ୍ଜାମ କିଣି ପଠାଉଛନ୍ତି ସେହି ସବୁ ସରଞ୍ଜାମ ଗୁଡିକୁ ପଞ୍ଚାୟତ ଠାରୁ ପୌର ଓ ନିଗମ କର୍ତ୍ତୃପକ୍ଷ ମାନେ ଦଶପଳ ରସଣ ସୁଙ୍ଘି କାନ ମୁଣ୍ଡ ଅଣ୍ଡାଳି ଆଉଁସି ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି  ଏଥିପାଇଁ ପଞ୍ଚାୟତର ସରପଞ୍ଚ ମାନେ ସେହି ସରଞ୍ଜାମ ବାବଦକୁ ନିଜ ନିଜର ଗୋଷ୍ଠି ଉନ୍ନୟନ ଅଧିକାରୀ ମାନଙ୍କ ପାଖରେ ସମୁଦାୟ ଅର୍ଥ  ପୈଠ କରୁଛନ୍ତି ସେହିପରି ପୌର ପରିଷଦ ଓ ନିଗମର ଅଧ୍ୟକ୍ଷ ଓ ମେୟାର ମାନେ ମଧ୍ୟ କାଯର୍‌ୟନିର୍ବାହୀ ଅଧିକାରୀ ମାନେ ସରଞ୍ଜାମ ବାବଦକୁ ପୈଠ କଲା ବେଳକୁ, ବିଲରେ ଦସ୍ତଖତ ଦେବାକୁ ବାଧ୍ୟ ହେଉଛନ୍ତି  ଯେତେବେଳେ ଫାଇଭ ଟି ସଚିବଙ୍କର ମୋ ସରକାରର ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ସଂସ୍ଥା ଗୁଡିକର ନିର୍ବାଚିତ ଜନପ୍ରତିନିଧି ମାନେ କେବଳ ଗୋବର ଗଣେଶ ହେଇ ଗୋତି ଶ୍ରମିକ ଭାବରେ ଦାୟିତ୍ବ ତୁଲେଇବାର ମୁଖ୍ୟ ଦାଯିତ୍ବ ଦିଆ ଯାଇଛି, ସେତେବେଳେ ଆମ ଓଡିଶା ନବୀନ ଓଡିଶାରେ ଯୋଗାଇ ଦିଆଯାଉଥିବା 50 ଲକ୍ଷ ଟଙ୍କା ଲେଖାଏଁର ଶବଦ କାନକୁ ଭଲ ଶୁଭାଯିବା ସହ ପୁଜାରୀ ଓ ନିର୍ଦ୍ଧିଷ୍ଟ ଭକତର ହିଁ ଲାଭ ହେଇଯାଇ ରାବେଡି ଖାଇବାର ସୁଯୋଗ ମିଳିବ ଯଦି ସରକାରଙ୍କ  ପଞ୍ଚାୟତ ପ୍ରତିନିଧିମାନଙ୍କ ଉପରେ ଆସ୍ଥା ଓ ବିଶ୍ବାସ ଥାଏ, ତାହେଲେ ପଞ୍ଚାୟତ ସରପଞ୍ଚମାନଙ୍କୁ ସମ୍ପୂର୍ଣ୍ଣ କ୍ଷମତା ସହ ପଞ୍ଚାୟତର ବିକାଶ ମୂଳକ ଦାୟିତ୍ବ ପ୍ରଦାନ କରାଯାଉ ବୋଲି ଶ୍ରୀ ରଥ ପ୍ରକାଶ କରିଛନ୍ତି।

Post a Comment

أحدث أقدم
Header ADS