BREAKING
Loading...
:

ବ୍ଲକ ସ୍ତରୀୟ ବିଶ୍ୱ ସଂସ୍କୃତ ଦିବସ ସମାରୋହ


ଜଗନ୍ନାଥପ୍ରସାଦ :  ସ୍ଥାନୀୟ ବ୍ଲକ ଅନ୍ତର୍ଗତ କାଦୁଆ ମଙ୍ଗରାଜପୂର ଗୋପୀନାଥ ସ୍ୱାମୀ ନୋଡାଲ ବିଦ୍ୟାପୀଠ ଠାରେ ବ୍ଲକ ସ୍ଥରୀୟ ବିଶ୍ୱ ସଂସ୍କୃତ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି ! ଅନୁଷ୍ଠାନର ପୃଷ୍ଠପୋଷକ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ଗୋଦାବରୀଶ ମହାପାତ୍ରଙ୍କ କରକମଳରେ ଉଦଘାଟିତ ଓ ଅନୁଷ୍ଠାନର ପ୍ରଧାନଶିକ୍ଷକ ଶ୍ରୀ ସନ୍ତୋଷ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି  ଜଗନ୍ନାଥପ୍ରସାଦ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଅନୁପ ପଣ୍ଡା, ବିଶିଷ୍ଟ ଅତିଥି ଗୋଷ୍ଠୀ ଶିକ୍ଷାଧିକାରୀ ସୁଶ୍ରୀ କଲ୍ୟାଣୀ ପାଢ଼ୀ,



ମୁଖ୍ୟବକ୍ତା ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘର ରାଜ୍ୟ  ଉପ ସଭାପତି ଶ୍ରୀ  ଲମ୍ବୋଦର ଶତପଥୀ, ସମ୍ମାନିତ ବକ୍ତା ଜ୍ୟୋତିର୍ବିଦ୍ୟା ବିଶାରଦ ଶ୍ରୀ ଅନ୍ନଦା ତ୍ରିପାଠୀ, ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ଶ୍ରୀ ନାଥୁରାମ ଦାଶ,  ସଙ୍ଘ ସଭାପତି ପଣ୍ଡିତ ଶ୍ରୀ ସୋମନାଥ ବେହେରା ଓ ସମ୍ପାଦକ ପଣ୍ଡିତ ଶ୍ରୀ ପ୍ରତାପ ଚନ୍ଦ୍ର ଶତପଥୀ ଓ ସମ୍ବାଦ ପ୍ରତିନିଧି ଶ୍ରୀ ଚନ୍ଦ୍ରକେତୁ ରାଉତ ଯୋଗଦେଇ ସଂସ୍କୃତ ଭାଷାର ସୁରକ୍ଷା, ପ୍ରଚାର ଓ ପ୍ରସାର ଉପରେ ଅଭିଭାଷଣ ରଖିବା ସହ ମହାନ ସଂସ୍କୃତ କବି ମାଘ ଙ୍କ ରଚିତ "ଶିଶୁପାଳ ବଧମ୍" ଓ ,"ଶ୍ରୀ ରାଘବ ୟଦାଭିୟମ୍" କାବ୍ୟର ଉଦାହରଣ ମାଧ୍ୟମରେ ଦେଶ ବିଦେଶରେ ସଂସ୍କୃତ ଭାଷା କିପରି ଲୋକପ୍ରିୟ ହୋଇପାରିଛି ଆଲୋଚନା କରିଥିଲେ !







କର୍ଣ୍ଣାଟକର ସିମୋଗା ନଦୀ ଅବବାହିକା ଅନ୍ତର୍ଗତ ମାଲୁର ଗ୍ରାମର ସମସ୍ତ ବ୍ୟକ୍ତି ଏବେ ବି ସଂସ୍କୃତ ଭାଷାରେ କଥାବାର୍ତ୍ତା କରି ବିଶ୍ୱକୁ ଏକ ସୁନ୍ଦର ବାର୍ତ୍ତା ପ୍ରେରଣ କରୁଛନ୍ତି, ତାହା ଉପରେ ଆଲୋଚନା ରଖିଥିଲେ ! ମଧ୍ୟାନ୍ତରରେ ପିଲାମାନଙ୍କଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ ଅତିଥିମାନେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ !କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହ କୃତୀ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ! କାର୍ଯ୍ୟକ୍ରମକୂ ସ୍ଥାନୀୟ ବିଦ୍ୟାପୀଠର ସଂସ୍କୃତ ଶିକ୍ଷୟିତ୍ରୀ ଶ୍ରୀମତୀ ନିରୁପମା ସାହୁ ପରିଚାଳନା କରିଥିବା ବେଳେ ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପୂର୍ଣ୍ଣ ସହଯୋଗ କରିଥିଲେ !

Post a Comment

أحدث أقدم
Header ADS