ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)- ୩୧.୧୦.୨୦୨୩ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା କୋ ୟୁନିଟ୍ ତରଫରୁ ରାଷ୍ଟ୍ରୀୟ ଏକତା ଦିବସ ଅଧ୍ୟକ୍ଷ ଶ୍ରୀଯୁକ୍ତ ନୃସିଂହ ଚରଣ ପ୍ରଧାନଙ୍କ ପୌରୋହିତ୍ୟରେ ପାଳନ ହୋଇଯାଇଛି । ପ୍ରଥମେ ଅଧ୍ୟକ୍ଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଉପସ୍ଥିତ ସ୍ଵେଚ୍ଛାସେବୀ ମାନଙ୍କୁ ଶପଥ ପାଠ କରାଇଥିଲେ ।
ଛାତ୍ରୀ ପ୍ରିତି ମୂଳି ଅତିଥି ମାନଙ୍କର ପରିଚୟ ଓ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଅଧ୍ୟାପକ ଶ୍ରୀଯୁକ୍ତ ମହେଶ ପ୍ରସାଦ ପଟ୍ଟନାୟକ ଯୋଗଦେଇ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ବକ୍ତା ଭାବେ ଗଞ୍ଜାମ ଜିଲ୍ଲା ଜାତୀୟ ସେବା ଯୋଜନାର ସହକାରୀ ସଂଯୋଜକ ଶ୍ରୀଯୁକ୍ତ ସୁନୀଲ କୁମାର ମୁନି ଯୋଗଦେଇ ଅଖଣ୍ଡତା ହିଁ ଭାରତର ସଂହତି ବିଷୟରେ ସ୍ବେଚ୍ଛାସେବୀ ମାନଙ୍କୁ ଉଦବୋଧନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଅଧ୍ୟାପିକା ସୁଶ୍ରୀ ଅସ୍ମା ନନ୍ଦ ଯୋଗଦେଇ ଜାତୀୟ ସଂହତି ହିଁ ଭାରତର ସର୍ବସ୍ବ ବୋଲି କହିଥିଲେ । ସ୍ବେଚ୍ଛାସେବୀ ଚନ୍ଦନ ଗୌଡ଼, ନନ୍ଦିନୀ ପ୍ରଧାନ ରାଷ୍ଟ୍ରୀୟ ଏକତା ଦିବସ ଉପରେ ନିଜର ବକ୍ତବ୍ୟ ରଖିଥିଲେ ।
କାର୍ଯ୍ୟକ୍ରମ ଅଧିକାରୀ ସୁଶ୍ରୀ ସୁନିତା ଗୌଡ଼ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ଉପସ୍ଥିତ ଥିବା ସମସ୍ତ ଅତିଥି ଓ ଛାତ୍ରଛାତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ୭୦ ରୁ ଉର୍ଦ୍ଧ ସ୍ବେଚ୍ଛାସେବୀ ଓ କର୍ମଚାରୀ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଡ଼ି.ଇ.ଓ ସରୋଜ କୁମାର ନାୟକ ସମେତ ସ୍ବେଚ୍ଛାସେବୀ ଚନ୍ଦନ ଗୌଡ଼, ସୁମନ୍ତ ପାତ୍ର, ସାଗର ପାତ୍ର, ଟୁକୁନା ବାରିକ, ରୋଶନ ପାତ୍ର , ଜ୍ୟୋତି ନାୟକ,ରୂପା ରଣା, ଶିବାନୀ ରଣା, ସୋନାଲି ପ୍ରଧାନ, ରୁବି ବେହେରା, ଶିଲା ସେଠି, କାଜଲ ବେହେରା, ତୁଳସୀ ନାୟକ, ସ୍ବପ୍ନ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

Post a Comment