BREAKING
Loading...
:

ଏସୟୁଜେ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ


ବ୍ରହ୍ମପୁର(ନୀଳଚକ୍ର Live):ରାଜ୍ୟ ସାମ୍ବାଦିକ ସଙ୍ଘ ଏସ୍.ୟୁ.ଜେ ର ଗଞ୍ଜାମ ଜିଲ୍ଲା ଶାଖା ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ବ୍ରହ୍ମପୁର ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ଜିଲ୍ଲା ଶାଖା ସଂଘ ସଭାପତି ବିଶ୍ୱନାଥ ମାରଣା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ବରିଷ୍ଠ ସାମ୍ବାଦିକ ତୃଷାର କୁମାର ସିଂ,ଏସ୍.ୟୁ.ଜେ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସୁରଜିତ ପଣ୍ଡା,ଜିଲ୍ଲା ଶାଖା ସମ୍ପାଦକ ଦିଗାମ୍ବର ମହାରଣା, ଆଲୋକ କୁମାର ସାହୁ,ରାଧାଶ୍ୟାମ ଆଚାର୍ଯ୍ୟ,ଇତିଶ୍ରୀ ସମାପିକା ମହାନ୍ତି ପ୍ରମୁଖ ଯୋଗଦେଇ ଜାତୀୟ ପ୍ରେସ ଦିବସ  ପାଳନ ଉପରେ ଆଲୋକପାତ କରିଥିଲେ। ଗଣମାଧ୍ୟମର ଭୂମିକା ଏବଂ ଗଣମାଧ୍ୟମର ସୁରକ୍ଷା ନେଇ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନେ ନିଜ ମତବ୍ୟକ୍ତ କରିଥିଲେ।ଏଥିରେ ସରକାର ସାମ୍ବାଦିକ ମାନଙ୍କ ନିମନ୍ତେ ସାମ୍ବାଦିକ ସୁରକ୍ଷା ଆଇନ,ପେନସନ ଲାଗୁକରିବା ଭଳି ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ।ଏହି ଅବସରରେ ସାମ୍ବାଦିକ ରାଧାଶ୍ୟାମ ଆଚାର୍ଯ୍ୟ କହିଥିଲେ ଯେ, ସାମ୍ବାଦିକ ମାନେ ଖବର ପ୍ରସାରଣ ଦିଗରେ ଅଧିକ ତତ୍ପର ହେବା ସହିତ ସମାଜର ମଙ୍ଗଳ ଓ ଜନସାଧାରଣଙ୍କ ସ୍ୱରକୁ ଅଧିକା ଗୁରୁତ୍ୱ ଦେବା ଆବଶ୍ୟକ ବୋଲି କହିଥିଲେ।

ଏହି ଅବସରରେ ଆଲୋକ ସାହୁ,ଇତିଶ୍ରୀ ସୋମାପିକା ମହାନ୍ତି ଯୋଗଦେଇ କାର୍ଯ୍ୟରତ  ସାମ୍ବାଦିକ ମଧ୍ୟରେ ଏକତା ରହିବା ଆବଶ୍ୟକ ବୋଲି କହିଥିଲେ।ବରିଷ୍ଠ ସାମ୍ବାଦିକ ସୁରଜିତ ପଣ୍ଡା ନିଜ ବକ୍ତବ୍ୟରେ କହିଥିଲେ ଯେ,ସାମ୍ବାଦିକ ଙ୍କ ମଧ୍ୟରେ ପ୍ରତିଯୋଗିତା ମୂଳକ ଖବତ ପ୍ରସାରଣ କରିବା ଉପରେ କହିଥିଲେ।

କାର୍ଯ୍ୟକ୍ରମକୁ ସାଧାରଣ ସମ୍ପାଦକ ଦିଗାମ୍ବର ମୋହରଣା ସଂଯୋଜନା କରିଥିବା ବେଳେ ପରିଶେଷରେ କୋଷାଧ୍ୟକ୍ଷ ନୀଳାଞ୍ଚଳ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ସାମ୍ବାଦିକ ସିଏଚ୍ ମନୋଜ କୁମାର ପାତ୍ର,ଆଲୋକ ବେହେରା,କପିଳ କୁମାର ପାଢ଼ୀ,ସୀମାଞ୍ଚଳ ସାହୁ, ଇ.ରଞ୍ଜନ, ହିମାଂଶୁ ଶେଖର ପାଢ଼ୀ, ବିଭୁନନ୍ଦନ ପଣ୍ଡା, ଇ.ପୂର୍ଣ୍ଣଚନ୍ଦ୍ର,ଅଭିଜିତ କର, ନରସିଂହ ଡାକୁଆ,ସୁଭେନ୍ଦୁ ଦାସ, ରୂପକ ମହାନ୍ତି,ଏମ୍.ପ୍ରଶାନ୍ତ ପାତ୍ର,ସୀମାଞ୍ଚଳ ପାଣିଗ୍ରାହୀଙ୍କ ସମେତ ବହୁ ସାମ୍ବାଦିକ ଭାଇ ଓ ଭଉଣୀ ମାନେ ଉପସ୍ଥିତ ରହି ନିଜର ମତବ୍ୟକ୍ତ ପ୍ରକାଶ କରିଥିଲେ ।

Post a Comment

Previous Post Next Post
Header ADS