ଜଗନ୍ନାଥ ପ୍ରସାଦ:(ନୀଳଚକ୍ର Live)୨୨.୧୧.୨୦୨୩ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡ଼ିଗ୍ରୀ କଲେଜ ପରିସରରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ତରଫରୁ ହୋଇଥିବା "ସମନ୍ଵିତ ଯୁବ ବିକାଶ (ଆଇ.ୱାଇ.ଡି.ପି) କାର୍ଯ୍ୟକ୍ରମ" ର ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ନୋଡାଲ ଅଫିସର ଡ଼ଃ ପ୍ରମୋଦ କୁମାର ଚୌଧୁରୀଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ସାଂସ୍କୃତିକ ପରିଷଦର ସଂଯୋଜକ ଡ଼ଃ ବିନୋଦ କୁମାର ଦାଶଙ୍କ ସକ୍ରିୟ ସହଯୋଗ ଓ ପରିଚାଳନାରେ ଓଡ଼ିଆ ପ୍ରବନ୍ଧ, ଇଂରାଜୀ ପ୍ରବନ୍ଧ, ଓଡ଼ିଆ ତର୍କ, ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଚାରକ ଭାବେ ଅଧ୍ୟାପକ ଶ୍ରୀଯୁକ୍ତ ନିରଞ୍ଜନ ଶତପଥୀ, ଶ୍ରୀଯୁକ୍ତ ବିଭୂତି ଭୂଷଣ ପ୍ରଧାନ,ଶ୍ରୀ ବିରଞ୍ଚି ନାରାୟଣ ପ୍ରଧାନ, ଶ୍ରୀ ଶ୍ରୀକାନ୍ତ ପାତ୍ର, ଅଧ୍ୟାପିକା ଶ୍ରୀମତୀ ସୁଚରିତା କର ଯୋଗଦେଇଥିଲେ । ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ପରେ ପରେ ଚିତ୍ରାଙ୍କନ ଓ ଝୋଟି ପ୍ରତିଯୋଗିତା ହୋଇଥିଲା । ବିଚାରକ ଭାବେ ଅଧ୍ୟାପକ ଶ୍ରୀ ନିରଞ୍ଜନ ଶତପଥୀ, ଶ୍ରୀଯୁକ୍ତ ବିଭୂତି ଭୂଷଣ ପ୍ରଧାନ ଓ ଡି.ଈ.ଓ ସରୋଜ କୁମାର ନାୟକ ଯୋଗଦେଇ କୃତି ଛାତ୍ରଛାତ୍ରୀ ଙ୍କୁ ଚୟନ କରିଥିଲେ । ସ୍ବେଚ୍ଛାସେବୀ ସୋଭନ ସାହୁ, ରାଜେନ୍ଦ୍ର ନାୟକ, ଆଶିଷ ପାଢ଼ୀ, ଓମ୍ ପ୍ରକାଶ ପ୍ରଧାନ, ଚନ୍ଦନ ଗୌଡ଼, କାମେଶ୍ୱର ଗୌଡ଼ ପ୍ରମୁଖ ସହଯୋଗ କରିଥିଲେ ।
ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଆନୁକୁଲ୍ୟରେ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ
Chief Editor By Nirakar Sahu
0
Post a Comment