ଜଗନ୍ନାଥ ପ୍ରସାଦ:(ନୀଳଚକ୍ର Live) ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଆଞ୍ଚଳିକ ଡ଼ିଗ୍ରୀ କଲେଜ ମିଳିତ ଆନୁକୁଲ୍ୟରେ କଲେଜ ପରିସରରେ ସ୍କାଉଟ୍ ଏଣ୍ଡ ଗାଇଡର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ନୃସିଂହ ଚରଣ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଦିବସକୁ ଆଞ୍ଚଳିକ ଡ଼ିଗ୍ରୀ କଲେଜ ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ବେଣୁଧର ସାବତ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍କାଉଟ୍ ଏଣ୍ଡ ଗାଇଡର ରୋଭର ଲିଡର ଡ଼ଃ ଜୟଦେବ ଗୌଡ଼ ପ୍ରତିଷ୍ଠା ଦିବସ ପାଳନର ଉଦ୍ଦେଶ୍ୟ, ଇତିହାସ ଏବଂ ସେବାର ଏକ ମହତ୍ ଅନୁଷ୍ଠାନ ଭାବେ ଭାରତ ବର୍ଷରେ ପ୍ରସାର ଲାଭ କରିଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ ।
ସମ୍ମାନିତ ଅତିଥି ଭାବେ ଆଞ୍ଚଳିକ ଡ଼ିଗ୍ରୀ କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସାହୁ, ପ୍ରାଧ୍ୟାପକ ଶ୍ରୀଯୁକ୍ତ ଲୋକନାଥ ମହାନ୍ତି, ଅଧ୍ୟାପକ ଡ଼ଃ ବିନୋଦ କୁମାର ଦାଶ, ଅଧ୍ୟାପକ ଶ୍ରୀଯୁକ୍ତ ନିରଞ୍ଜନ ଶତପଥୀ, ଅଧ୍ୟାପକ ଡ଼ଃ ପ୍ରମୋଦ କୁମାର ଚୌଧୁରୀ ଯୋଗ ଦେଇଥିଲେ । ସ୍କାଉଟ୍ ଏଣ୍ଡ ଗାଇଡର (ମହିଳା ଶାଖା) ରେଞ୍ଜର ଲିଡର ସୁଶ୍ରୀ ସୁନିତା ବିଷୋୟୀ ଏବଂ ରୋଭର ଲିଡର ଶ୍ରୀ ଶ୍ରୀକାନ୍ତ ପାତ୍ରଙ୍କ ତତ୍ବାବଧାନରେ ପ୍ରଶିକ୍ଷଣ ଏବଂ ଗାଇଡସ୍ ମାନଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲେ ।
ପରିଶେଷରେ ରେଞ୍ଜର ସୁଶ୍ରୀ ସୁନିତା ବିଷୋୟୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ ପ୍ରତିଷ୍ଠା ଦିବସ ସୁଚାରୁରୂପେ ସମ୍ପାଦନା ହୋଇଥିବାରୁ ଉପସ୍ଥିତ ଅତିଥି ବୃନ୍ଦ ଓ ସ୍କାଉଟ୍ ଏଣ୍ଡ ଗାଇଡସ୍ ଏବଂ ସମସ୍ତ କର୍ମଚାରୀଙ୍କୁ ସାଧୁବାଦ ଜଣାଇଥିଲେ । ପ୍ରତିଷ୍ଠା ଦିବସ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସଫଳତା ଓ ସୁପରିଚାଳନାରେ ସହଯୋଗ କରିଥିଲେ ଗ୍ରନ୍ଥାଗାରିକ ଶ୍ରୀଯୁକ୍ତ ରଘୁନାଥ ପାଣି ଓ ଡି.ଇ.ଓ ସରୋଜ କୁମାର ନାୟକ ଓ ସ୍ବେଚ୍ଛାସେବୀ ଅଶୋକ ବାରିକ, ଫକୀର ମୋହନ ସେନାପତି, ଶୋଭନ ସାହୁ, କାମେଶ୍ୱର ଗୌଡ଼, ଓମ୍ ପ୍ରକାଶ ପ୍ରଧାନ, ମନସ୍ଵିନୀ ବେହେରା, ପୁଷ୍ପାଞ୍ଜଳି ପ୍ରଧାନ ।

Post a Comment