ଭଞ୍ଜନଗର(ନୀଳଚକ୍ର Live) ବରିଷ୍ଠ ନାଗରିକ ମଞ୍ଚର ନଭେମ୍ବର ମାସ ବୈଠକ ମଧ୍ୟାହ୍ନ ରେ ଅନୁଷ୍ଠିତ ହୋଇଯାଇଛି।ମଞ୍ଚ ସଭାପତି ଶ୍ରୀଯୁକ୍ତ ସୋମନାଥ ନାୟକ ଅଧ୍ୟକ୍ଷତା କରିଥିଲେ। ବୈଠକ ଆରମ୍ଭରେ ଡାକ୍ତର ପାଣୁ ନାୟକ ଓ ସଦସ୍ୟ ଭାସ୍କର ପ୍ରଧାନ ଙ୍କ ଧର୍ମପତ୍ନୀ ବିନ ପ୍ରଧାନ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ଶୋକ ପ୍ରସ୍ତାବ ଗୃହୀତ ହୋଇଛି ।ସଭାପତି ଙ୍କ ସହ ଉପସଭାପତି ଶ୍ରୀ ରବୀନ୍ଦ୍ର ଆଚାର୍ଯ୍ୟ, ସମ୍ପାଦକ ରବିନାରାୟଣ ସାମନ୍ତ ମଂଚାସୀନ ଥିଲେ. ସଭାପତି ଘୁମୁସର ଜିଲ୍ଲା ଦାବୀ ଉପରେ ଚାଲିଥିବା ଆନ୍ଦୋଳନ ର ସବିଶେଷ ବିବରଣୀ ଉପସ୍ଥାପିତ କରିଥିଲେ. ଆଗାମୀ 8ତାରିଖ ବୁଗୁଡ଼ା ବନ୍ଦ କୁ ଆମ ମଞ୍ଚ ପୂର୍ଣ୍ଣ ପ୍ରାଣରେ ସହଯୋଗ କରିବା ପାଇଁ ନିବେଦନ କରିଥିଲେ.ମଞ୍ଚର ସ୍ଥାୟୀ ଅଫିସ ପାଇଁ ନୂଆ ଉପ ଜିଲ୍ଲାପାଳ ଙ୍କୁ ନିବେଦନ କରିବା ପାଇଁ ଠିକ ହେଲା. ତହସିଲଦାର ଙ୍କ ପାଖରେ ଘର ଡ଼ିହ ଲିଜ ପାଇଁ ପଡ଼ିଥିବା ଫାଇଲ କୁ ତ୍ୱରାନ୍ୱିତ କରିବା ପାଇଁ ନିଷ୍ପତି ନିଆଗଲା. ଆଜିର ଲକି ଡ୍ର ରେ ରବିନାରାୟଣ ନାୟକ ଭାଗ୍ୟଶାଳୀ ବିଜେତା ଘୋଷିତ ହୋଇ ପୁରସ୍କାର ଲାଭ କରିଥିଲେ. ଉପ ଵିଧି ପଞ୍ଜିକରଣ ପାଇଁ କର୍ମକର୍ତା ଓ କାର୍ଯ୍ୟକାରୀ କମିଟି ସଦସ୍ୟ ମାନେ ତୁରନ୍ତ ପାସ୍ସପୋର୍ଟ ସାଇଜ ଫୋଟୋ ଯୋଗାଇ ଦେବାକୁ ଅନୁରୋଧ କରାଯାଇଥିଲା..ସଵାଶେଷ ରେ ସମ୍ପାଦକ ସଭାପତି ଓ ସଦସ୍ୟ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ବରିଷ୍ଠ ନାଗରିକ ମଞ୍ଚର ନଭେମ୍ବର ମାସ ବୈଠକ
Chief Editor By Nirakar Sahu
0
Post a Comment