ଭଞ୍ଜନଗର (ନୀଳଚକ୍ର Live) ପାଇକାଳି ଖଣ୍ଡାୟତ ସମାଜର ଓ ବି. ସି. କମିଟି ବୈଠକ ଅଧକ୍ଷ୍ୟ ଶ୍ରୀ ସୋମନାଥ ନାୟକ ସଭାପତି ତ୍ବ ରେ ଅନୁଷ୍ଠିତ ହୋଇଯାଇଛି।କମିଟି ସଭ୍ୟ ସର୍ବଶ୍ରୀ ନଗେନ୍ଦ୍ର ନାୟକ, ଡାକ୍ତର ମାଗି ନାୟକ, ବରୁଣ କୁମାର ବେହେରା, ସନ୍ତୋଷ କୁମାର ବେହେରା, ଦିବାକର ନାୟକ ଓ ବୃନ୍ଦାବନ ବେହେରା ଯୋଗଦାନ କରି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ଗଞ୍ଜାମ ର ଏଗାର ଟି ଚାଷୀ ଜାତି ଭିତରୁ ଖଣ୍ଡାୟତ ଓ ଦଳପତି ସମାଜ କୁ ଛାଡି ଓ ବି ସି ତାଲିକା ଭୁକ୍ତ ହୋଇ ସାରିଲେଣି ତେଣୁ ଏଇ ଦୁଇ ଜାତିକୁ ତୁରନ୍ତ ଓ. ବି ସି ଭୁକ୍ତ କରିବା ପାଇଁ ବର୍ଷାଧିକ କାଳ ହେଲା ଆବେଦନ ହୋଇଥିଲେ ମଧ୍ୟ ଏ ଯାବତ ଓ ବି. ସି ମାନ୍ୟତା ନଦେବା କ୍ଷୋଭ ର ବିଷୟ ବୋଲି ମତ ପ୍ରକାଶ ପାଇଥିଲା।କମିଟି ତୁରନ୍ତ ଜିଲ୍ଲାପାଳ ଙ୍କୁ ଦେଖା କରି ଏ ବିଷୟରେ ଆଲୋଚନା କରିବା ପାଇଁ ନିଷ୍ପତି ହୋଇଛି ।ପରବର୍ତ୍ତୀ ଅବସ୍ଥାରେ ଓ ବି. ସି କମିଶନ ଙ୍କୁ ଭୁବନେଶ୍ୱର ରେ ଦେଖା କରି ଏ ଦିଗରେ ପଦକ୍ଷେପ ନେବାପାଇଁ ମଧ୍ୟ ନିର୍ଧାରଣ ଗୃହୀତ ହୋଇଛି ,ବୈଠକ ଶେଷରେ ଅଧକ୍ଷ୍ୟ ଙ୍କୁ ଧନ୍ୟବାଦ ଦେଇ ବୈଠକ ଶେଷ ହୋଇଥିଲା।
ଗଞ୍ଜାମ ଜିଲ୍ଲା ପାଇକାଳି ଖଣ୍ଡାୟତ ସମାଜର ଓ. ବି. ସି. କମିଟି ବୈଠକ
Chief Editor By Nirakar Sahu
0
Post a Comment