BREAKING
Loading...
:

ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।


ଜଗନ୍ନାଥ ପ୍ରସାଦ:(ନୀଳଚକ୍ର Live)ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡ଼ିଗ୍ରୀ କଲେଜର ନୂଆଁ ଓଡ଼ିଶା, ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମର ସମନ୍ଵିତ ଯୁବ ବିକାଶ ଆନୁକୁଲ୍ୟରେ ନିକଟସ୍ଥ ରାଉତି ଗ୍ରାମ ପଞ୍ଚାୟତର ରାଉତି ଗ୍ରାମରେ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଚେତନତା ସଭାରେ ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଚନ୍ଦ୍ରମଣି ପ୍ରଧାନ ଉପସ୍ଥିତ ରହି ସ୍ବେଚ୍ଛାସେବୀ ତଥା ଆଞ୍ଚଳିକ ଡ଼ିଗ୍ରୀ କଲେଜ ଛାତ୍ରଛାତ୍ରୀ ବିଭିନ୍ନ ଗ୍ରାମରେ ଯେଉଁ ଯୁବ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ " ନୂଆଁ ଓଡ଼ିଶା, ଯୁବ ଓଡ଼ିଶା ଓ ନବୀନ ଓଡ଼ିଶାର ବାର୍ତ୍ତା ମାଧ୍ୟମରେ ସଚେତନ କରିଥିଲେ ତାର ଭୂୟସୀ ପ୍ରଶଂସା କରିଥିଲେ ।

ସମ୍ମାନିତ ଅତିଥି ଭାବେ ରାଉତି ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ରାମକୃଷ୍ଣ ସେଠୀ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କ ସଚେତନ କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ । ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ନୋଡାଲ ଅଫିସର ଡ଼ଃ ପ୍ରମୋଦ କୁମାର ଚୌଧୁରୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଗ୍ରାମବାସୀଙ୍କୁ ଅବଗତ କରାଇଥିଲେ । ସଚେତନ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସାହୁ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତକାରୀ କାର୍ଯ୍ୟକ୍ରମକୁ ସଫଳ ରୂପାୟନ, ବିଶେଷ କରି ନୂଆଁ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାର ପ୍ରସାର କରିବା ଆମର ଲକ୍ଷ୍ୟ ଏଥିପାଇଁ ସମ୍ମିଳିତ ଉଦ୍ୟମ ଆବଶ୍ୟକ ବୋଲି କହିଥିଲେ । ଅନ୍ୟତମ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀଯୁକ୍ତ ନିରଞ୍ଜନ ଶତପଥୀ ଛାତ୍ରଛାତ୍ରୀ ମାନଙ୍କ ବିଭିନ୍ନ ସଚେତନ କାର୍ଯ୍ୟକ୍ରମକୁ ଉପଲବ୍ଧି ସହ କାର୍ଯ୍ୟରେ ପରିଣତ କରିବା ପ୍ରତ୍ୟେକ ଗ୍ରାମବାସୀଙ୍କ ଧେୟ ହେବା ଉଚିତ ବୋଲି କହିଥିଲେ । ସାଂସ୍କୃତିକ ସଂଯୋଜକ ଡ଼ଃ ବିନୋଦ କୁମାର ଦାଶ, ଅଧ୍ୟାପକ ଶ୍ରୀଯୁକ୍ତ ବିଭୂତି ଭୂଷଣ ପ୍ରଧାନ, ଶ୍ରୀ ବିରଞ୍ଚି ନାରାୟଣ ପ୍ରଧାନ, ଶ୍ରୀ ଶ୍ରୀକାନ୍ତ ପାତ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମର ଆଭିମୁଖ୍ୟ ବ୍ୟକ୍ତ କରିଥିଲେ । ସଚେତନ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ ପରିଚାଳନାରେ ଡି.ଇ.ଓ ସରୋଜ କୁମାର ନାୟକ ସହିତ ସ୍ବେଚ୍ଛାସେବୀ ଭାରତୀ ବେହେରା, ସୁଜାତା ପ୍ରଧାନ, ସରିତା ନାଇକ, ସୁମିତ୍ରା ନାଇକ, ରାଜେନ୍ଦ୍ର ନାୟକ, ଆଶିଷ ପାଢ଼ୀ, ଓମ୍ ପ୍ରକାଶ ପ୍ରଧାନ, କାମେଶ୍ୱର ଗୌଡ଼, ସୋନୁ ବେହେରା,  ଫକୀର ମୋହନ ସେନାପତି, ଗଙ୍ଗା ଭୋଇ, ତୋଫା ନାୟକ, ପବିତ୍ର ନାୟକ ପ୍ରମୁଖ ସହଯୋଗ କରିଥିଲେ

Post a Comment

Previous Post Next Post
Header ADS