BREAKING
Loading...
:

ଯୁବ ଓଡ଼ିଶା ଓ ନବୀନ ଓଡ଼ିଶାର ସାମାଜିକ ସଚେତନତା କାର୍ଯ୍ୟକ୍ରମ।


ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live) ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ରାଉତି ପଞ୍ଚାୟତର ଚାରିକୋଣିଆ ଗ୍ରାମରେ କ୍ରୀଡ଼ା ଓ ଯୁବ ସେବା ବିଭାଗ, ଓଡ଼ିଶା ସରକାରଙ୍କ ସହଯୋଗରେ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଜଗନ୍ନାଥ ପ୍ରସାଦ ସମନ୍ଵିତ ଯୁବ ବିକାଶ ଯୋଜନା ଅନ୍ତର୍ଗତ "ନୂଆଁ ଓଡ଼ିଶା, ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା" କାର୍ଯ୍ୟକ୍ରମର ସାମାଜିକ ସଚେତନତା ସଭା  ଅନୁଷ୍ଠିତ ହୋଇଯାଇଛି । ସାମାଜିକ କାର୍ଯ୍ୟକଳାପ ସଂଯୋଜକ ପ୍ରାଧ୍ୟାପକ ଶ୍ରୀଯୁକ୍ତ ମିହିର କୁମାର ଶତପଥୀଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟରୁ  ସଚେତନତା ଶୋଭା ଯାତ୍ରାରେ ବାହାରି ସ୍ଲୋଗାନ ଦେଇ, ପୋଷ୍ଟର, ପ୍ଲାକାର୍ଡ ଧରି ଜଗନ୍ନାଥ ପାଟଣା ଗ୍ରାମରେ ପହଞ୍ଚି ରାସ୍ତା କଡ଼ରେ ଲୋକଙ୍କୁ ସ୍ବାସ୍ଥ୍ୟ, ପରିମଳ, ଶିକ୍ଷା ଓ ପ୍ଲାଷ୍ଟିକ ମୁକ୍ତ ଭାରତ ଉପରେ ସଚେତନତା କରିଥିଲେ । ମା ତାରିଣୀ ମନ୍ଦିର ନିକଟରେ ସଫେଇ କାର୍ଯ୍ୟ କରି ସେଠାରୁ ପଦଯାତ୍ରାରେ ଯାଇ ଚାରିକୋଣିଆ ଗ୍ରାମରେ ପହଞ୍ଚି ଏକ ସଚେତନତା ସଭା ଅନୁଷ୍ଠିତ କରିଥିଲେ । ଉକ୍ତ ସଭାରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ନୃସିଂହ ଚରଣ ପ୍ରଧାନ ଅଧ୍ୟକ୍ଷତା କରି ଜଣ ସାଧାରଣଙ୍କ ନିକଟରେ ସାମାଜିକ ସଚେତନତାର ବାର୍ତ୍ତା  ଉପସ୍ଥାପନ କରିଥିଲେ । ନୋଡାଲ ଅଫିସର ଡ଼ଃ ଜୟଦେବ ଗୌଡ଼ ସରକାରଙ୍କ ଯୁବ ବିକାଶ କାର୍ଯ୍ୟକ୍ରମ ଉପରେ ଜନ ସାଧାରଣଙ୍କୁ ଉଦବୋଧନ ଦେଇଥିଲେ । ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାରୀ ଶିକ୍ଷା ଓ ପରିମଳ ସଚେତନତା ଉପରେ ଅଭିଭାଷଣ ଦେଇ ଯୁବ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ଗ୍ରାମର ଯୁବ ସମାଜସେବୀ ଶ୍ରୀଯୁକ୍ତ ସପନ ପ୍ରଧାନ ଯୋଗ ଦେଇଥିଲେ । ସାଂସ୍କୃତିକ ସଂଯୋଜକ ପ୍ରାଧ୍ୟାପକ ଶ୍ରୀଯୁକ୍ତ ଲୋକନାଥ ମହାନ୍ତି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ, ହାତ ଧୋଇବାର ବିଭିନ୍ନ ପ୍ରଣାଳୀ ଶିଖାଇବା ସହିତ ଛାତ୍ରଛାତ୍ରୀ ମାନଙ୍କ ସହ ପଥପ୍ରାନ୍ତ ନାଟକ ଓ ଦେଶାତ୍ମକ ବୋଧକ ସଙ୍ଗୀତ, ନୃତ୍ୟ ମାଧ୍ୟମରେ ଜନ ସାଧାରଣଙ୍କୁ ସଚେତନ କରାଇଥିଲେ ।




ଏହି କାର୍ଯ୍ୟକ୍ରମରେ ସହ ସଂଯୋଜକ ଅଧ୍ୟାପକ ଶ୍ରୀଯୁକ୍ତ ରାଧା ମାଧବ ପ୍ରଧାନ, ଶ୍ରୀଯୁକ୍ତ ସୁନିର କାନ୍ତ ମିଶ୍ର, ଶ୍ରୀଯୁକ୍ତ ହାଡୁ ବନ୍ଧୁ ପ୍ରଧାନ, ଶ୍ରୀଯୁକ୍ତ ଅଶ୍ଵିନୀ କୁମାର ପରମଗୁରୁ, ପ୍ରାଧ୍ୟାପିକା ଶ୍ରୀମତୀ ଆରତୀ ମହାପାତ୍ର, ଅଧ୍ୟାପିକା ସୁଶ୍ରୀ ସୁନୀତା ଗୌଡ଼, ଡେମନଷ୍ଟେଟର ତଥା ସହ ସଂଯୋଜକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ପାତ୍ର ଯୋଗ ଦେଇ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ବିଷୟରେ ଜନ ସାଧାରଣଙ୍କୁ ଅବଗତ କରାଇଥିଲେ । ଶେଷରେ ଡି.ଈ.ଓ ସରୋଜ କୁମାର ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ କର୍ମଚାରୀ ଶ୍ରୀଯୁକ୍ତ ମନ୍ମଥ କୁମାର ମହାନ୍ତି, ଶ୍ରୀଯୁକ୍ତ ସିମାଞ୍ଚଳ ମହାନ୍ତି, ଶ୍ରୀଯୁକ୍ତ ଧୋବା ପ୍ରଧାନ ଓ ସ୍ବେଚ୍ଛାସେବୀ ଗୋପାଳ ପାତ୍ର, ମନୋଜ କୁମାର ପ୍ରଧାନ, ଶେଖର ଜେନା, ରାହୁଲ ନାୟକ, ବିଷ୍ଣୁ ପ୍ରଧାନ, ଦୂତିକୃଷ୍ଣ ଭୋଇ, ବିନାୟକ ଡାକୁଆ, ସନ୍ତୋଷ ସେନାପତି, ସନାତନ ସାହୁ, ଅନାଦି ସାହୁ, ସୁଜିତ କୁମାର ନାୟକ, ଦୀପିକା ପ୍ରଧାନ, ପ୍ରୀତି ମୂଳି, ତୁଳସୀ ପ୍ରଧାନ, ରୁଚି ପ୍ରଧାନ ନନ୍ଦିନୀ ପ୍ରଧାନ, ଶ୍ରାବଣୀ ପ୍ରଧାନ, ପ୍ରଗତି ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

Post a Comment

Previous Post Next Post
Header ADS