BREAKING
Loading...
:

ଅନ୍ତର୍ଜାତୀୟ ସ୍ବେଚ୍ଛାସେବୀ ଦିବସ ପାଳିତ


ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)-୦୫.୧୨.୨୦୨୩ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ୍ ଶାଖା ଓ ରେଡ୍ ରିବନ କ୍ଲବ ଆନୁକୁଲ୍ୟରେ ଜିରାବାଡି ଗ୍ରାମରେ ସ୍ବେଚ୍ଛାସେବୀ ଦିବସ ଉପଲକ୍ଷେ ଏକ ଏଡ଼ସ ସଚେତନତା ପଦଯାତ୍ରା ଓ ସଭା ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷ ଶ୍ରୀଯୁକ୍ତ ନୃସିଂହ ଚରଣ ପ୍ରଧାନ ଏହାକୁ ଉଦଘାଟନ କରି ଏଡ଼ସ ସୁରକ୍ଷା ସହିତ ସ୍ବେଚ୍ଛାସେବୀ ମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଯୁବ ରେଡକ୍ରସ୍ କାଉନସିଲର ପ୍ରାଧ୍ୟାପକ ଲୋକନାଥ ମହାନ୍ତି ଓ ସରୋଜ କୁମାର ନାୟକଙ୍କ ନେତୃତ୍ୱରେ ସ୍ବେଚ୍ଛାସେବୀ ମାନେ ଜିରାବାଡି ଗ୍ରାମର ବିଭିନ୍ନ ସାହି ପରିକ୍ରମା କରି ଏଡ଼ସ ସଚେତନତା ସମ୍ପର୍କରେ ପ୍ଲାକାର୍ଡ, ପ୍ରଚାର ପତ୍ର ସ୍ଲୋଗାନ ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନ ଜାଗରଣ ସୃଷ୍ଟି କରିଥିଲେ ।




ପରେ ଏକ ସଚେତନତା ସଭା ଗ୍ରାମର ବଡ଼ଦାଣ୍ଡ ସାହି ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ସରୋଜ କୁମାର ନାୟକ ଯୋଗଦେଇ ସ୍ବେଚ୍ଛାସେବୀ ମାନଙ୍କ ବିପର୍ଯ୍ୟୟ  ବେଳେ ମହନୀୟ କାର୍ଯ୍ୟାବଳିକୁ ଉଚ୍ଚ ପ୍ରଶଂସା କରିଥିଲେ । କାଉନସିଲ ଲୋକନାଥ ମହାନ୍ତି ପ୍ରାଥମିକ ଉପଚାର ଓ ସଡ଼କ ସୁରକ୍ଷା ସମ୍ପର୍କରେ ଜନ ସାଧାରଣଙ୍କୁ ପ୍ରଶିକ୍ଷଣ ମାଧ୍ୟମରେ ବୁଝାଇ ଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମର ଦେବରାଜ ନାୟକ, ପ୍ରଦୀପ ପ୍ରଧାନ, ଆଦିକନ୍ଧ ପ୍ରଧାନ ଯୋଗ ଦେଇ ସ୍ଵେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଶ୍ରୀଯୁକ୍ତ ପ୍ରତାପ କୁମାର ଦାଶ ସ୍ଵରଚିତ କବିତା "ମୁ ବି ସ୍ବେଚ୍ଛାସେବୀ ବୋଲେ ହୁଟି" ଗାନ କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।  ଯୁବ ରେଡକ୍ରସ୍ ର ପୁରାତନ ସ୍ବେଚ୍ଛାସେବୀ କାହ୍ନୁ ଚରଣ ପ୍ରଧାନ, ଦୀପକ କୁମାର ଘଡ଼ାଇ ଓ ସ୍ବେଚ୍ଛାସେବୀ ଗୋପାଳ ପାତ୍ର, ମନୋଜ କୁମାର ପ୍ରଧାନ, ଶୁଭମ୍ ସାମଲ, ନୀଳାଞ୍ଚଳ ପ୍ରଧାନ, ଅଙ୍କିତା ଡାକୁଆ, ଦୀପିକା ପ୍ରଧାନ, ପ୍ରୀତି ମୂଳି ପ୍ରମୁଖ ସହଯୋଗ କରିଥିଲେ ।

Post a Comment

Previous Post Next Post
Header ADS