BREAKING
Loading...
:

ଆସିକା ରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ୧୮୨ ତମ ଜୟନ୍ତୀ ସମାରୋହ ପାଳିତ


ଆସିକା(ନୀଳଚକ୍ର live) ସମ୍ଭାବନା ସାରସ୍ୱତ ସାଂସ୍କୃତିକ ପରିଷଦ, ଓଡିଶା ତରଫରୁ ସ୍ଥାନୀୟ ଆସିକା ବାଣୀବିହାରସ୍ଥିତ ଲାୟନସ କ୍ଲବ ପରିସରରେ  ଓଡ଼ିଆ ଭାଷାର ପ୍ରାଣପ୍ରତୀମ ବ୍ୟାସକବି ଫକୀରମୋହନ ସେନାପତିଙ୍କ ୧୮୨ ତମ ଜୟନ୍ତୀ ସମାରୋହ  ମହାସମାରୋହରେ ପାଳିତ ହୋଇଯାଇଛି । ପରିଷଦର ସଭାପତି ତଥା ଶ୍ରୀମଦ ଭଗବତ ଗୀତାର ମହାନ ପ୍ରବକ୍ତା ଶ୍ରୀଯୁକ୍ତ ଶରତ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହକୁ ବିଶିଷ୍ଟ ଶିକ୍ଷାବିତ ଓ ଓଡିଶା ସଂଗୀତ ନାଟକ ଏକାଡେମୀ ସଦସ୍ୟ ଶ୍ରୀଯୁକ୍ତ ଇ. ଅନୀଲ କୁମାର ପାତ୍ର ଉଦ୍‌ଘାଟନ କରିଥିଲେ! ମୁଖ୍ୟଅତିଥି  ବିଶିଷ୍ଟ ଭାଷାବିଦ ଜ୍ୟୋତିର୍ବିଦ ପଣ୍ଡିତ ଶ୍ରୀ ଅନ୍ନଦା ତ୍ରିପାଠୀ, ମୁଖ୍ୟ ବକ୍ତା ତାରାତାରିଣୀ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ ପଣ୍ଡା, ସମ୍ମାନିତ ଅତିଥି ସୋରଡା ବିଜ୍ଞାନ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଶ୍ରୀ ଧର୍ମେନ୍ଦ୍ରନାଥ ପାତ୍ର ଓ ବରେଣ୍ୟ ଅତିଥି ଗୋଲିଆ ଓଡିଶା ଆଦର୍ଶ ବିଦ୍ୟାଳୟର ଓଡ଼ିଆ ଶିକ୍ଷକ ଶ୍ରୀ ବିଘ୍ନରାଜ ପଣ୍ଡା ଯୋଗ ଦେଇ ଓଡ଼ିଆ ଭାଷାକୁ ଉଜ୍ଜୀବିତ କରିବାରେ ଫକୀରମୋହନଙ୍କର ଅବଦାନ ଅତୁଳନୀୟ ବୋଲି କହିଥିଲେ । 



ଫକୀରମୋହନଙ୍କର ସାହିତ୍ୟ ରଚନା ଆଜି ଓଡ଼ିଆ ଜାତି ପ୍ରତି ସର୍ବଶ୍ରେଷ୍ଠ ଅବଦାନ ବୋଲି ଆଲୋଚନା ପ୍ରସଙ୍ଗରେ କହିଥିଲେ। ତତସହିତ ମାତୃଭାଷାର ସଙ୍କଟ କାଳରେ ଏକ ବିପନ୍ନ ଜାତିର ସେନାପତି ଭାବରେ କାର୍ଯ୍ୟ କରିଥିଲେ ବୋଲି କହିଥିଲେ! ପ୍ରାରମ୍ଭରେ ଅତିଥିଙ୍କ ପକ୍ଷରୁ ପ୍ରଭୁ ଶ୍ରୀ ଜଗନ୍ନାଥ ଓ ବ୍ୟାସକବିଙ୍କ  ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଉତ୍କଳ ସଂଗୀତ ଗାନ କରାଯାଇଥିଲା। ଅପରାହ୍ନର "କବିତା ପାଠୋତ୍ସବ କାର୍ଯ୍ୟକ୍ରମ"ରେ ଶିକ୍ଷାବିଦ ତଥା ପ୍ରାକ୍ତନ ପ୍ରଶାସକ ଶ୍ରୀ ବଂଶୀଧର ରଥ ପୌରୋହିତ୍ୟ କରିଥିବାବେଳେ ସମୀକ୍ଷକ ଅଧ୍ୟାପକ ଶ୍ରୀ ଲୋକନାଥ ନାୟକ , ସଂଯୋଜକ ଶ୍ରୀ ପଞ୍ଚାନନ ନାୟକ, ଶ୍ରୀମତି ତପସ୍ୱିନୀ ମିଶ୍ର ଓ ଶ୍ରୀମତି କଳ୍ପଳତା ମହାପାତ୍ର କାର୍ଯ୍ୟକ୍ରମର ବଳିଷ୍ଠ ସଂଯୋଜନା କରିଥିଲେ! ପରିଷଦର ପ୍ରତିଷ୍ଠାତା ଶ୍ରୀ ରବୀନ୍ଦ୍ର କୁମାର ମଲ୍ଲ ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦିତ ଓ ପରିଚାଳିତ କରିଥିବାବେଳେ ଶ୍ରୀ ସରୋଜକୃଷ୍ଣ ଷଡ଼ଙ୍ଗୀ, ଶ୍ରୀ ଲଡ଼ୁକିଶୋର ବିଷୋୟୀ, ଶ୍ରୀ ଲକ୍ଷ୍ମଣ ବେହେରା, ଏ କୁଶ ନାଇଡ଼ୁ ପ୍ରମୁଖ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ଓ ପରିଚାଳନା ସମ୍ପାଦକ ଶ୍ରୀ ବୁଦ୍ଧିରାମ ନାହାକ ଧନ୍ୟବାଦ ଅର୍ପଣ କରିଥିଲେ!

Post a Comment

Previous Post Next Post
Header ADS