BREAKING
Loading...
:

ଜଗନ୍ନାଥ ପ୍ରସାଦ ରେ ବିଜେଡି ର ବିରାଟ କର୍ମୀ ସମାବେଶ

 


ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live) ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ରେ ବାଜିଲା ନିର୍ବାଚନୀ ପ୍ରଚାର ବିଗୁଲ।ଜଗନ୍ନାଥ ପ୍ରସାଦ ର  ଜଳେଶ୍ବର ଆମ୍ବ ତୋଟା ରେ ବିଜେଡ଼ି ତରଫରୁ ଏକ ବିରାଟ କର୍ମୀ ସମାବେଶ ଅନୁଷ୍ଠିତ ହୋଇ ଯାଇଛି। ଭଞ୍ଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡ଼ି ପ୍ରାର୍ଥୀ ମାନ୍ୟବର ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ କନ୍ଧମାଳ ସାଂସଦ ପ୍ରାର୍ଥୀ  ଡ.ଅଚ୍ୟୁତ ସାମନ୍ତ ବିଜେଡି ର ହଜାର ହଜାର ସମର୍ଥକ ମାନଙ୍କ ଏକ ବିରାଟ ବାଇକ ଓ କାର ଶୋଭାଯାତ୍ରାରେ ମା କରଂଜେଇ ପୀଠ ରୁ ବାହାରି ଜଳେଶ୍ବର ତୋଟା ରେ ପହଞ୍ଚି ଥିଲେ।


ଜଗନ୍ନାଥ ପ୍ରସାଦ ପୁରା ଜନ ସମୁଦ୍ର ରେ ପରିଣତ ହୋଇ ଥିଲା। ବିଜେଡି କର୍ମୀ ସମାବେଶରେ ବରିଷ୍ଠ ସରକାରୀ ଓକିଲ ଦିବାକର ନାୟକ ସ୍ୱାଗତ ଭାଷଣ ଦେବା ସହ ମଞ୍ଚ ପରିଚାଳନା କରିଥିଲେ।ମାନ୍ୟବର ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସାଂସଦ ଅଚ୍ୟୁତ ସାମନ୍ତ, ଓଡ଼ିଶା କାଜୁ ନିଗମ ର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା,ଜଗନ୍ନାଥ ପ୍ରସାଦ ବ୍ଲକ ସାଂସଦ ଙ୍କ ପ୍ରତିନିଧି ବିପ୍ର ଚରଣ ବାରିକ, ଗଞ୍ଜାମ ଜିଲ୍ଲା ବିଜେଡି ଉପସଭାପତି ରାଜକିଶୋର ସାହୁ,ବ୍ଲକ ଅଧକ୍ଷା ଜୟଶ୍ରୀ ସାହୁ, ବ୍ଲକ ଉପାଧ୍ୟକ୍ଷ ରଞ୍ଜିତ ପାତ୍ର, ସମାଜସେବୀ ସୁଳପାଣି ଶତପଥୀ,



ଜଗନ୍ନାଥ ପ୍ରସାଦ ବ୍ଲକ  ବିଜେଡ଼ି ସଭାପତି ପ୍ରଭାତ ଚନ୍ଦ୍ର ଦଳବେହେରା,ପ୍ରମୂଖ ପୁଣି ଅଗାମୀ ମେ 20 ତାରିଖ ନିର୍ବାଚନ ରେ ଶଙ୍ଖ ଚିନ୍ହ ରେ ଭୋଟ ଦେଇ ବିପୁଳ ଭୋଟ ରେ

ବିଧାୟକ ପ୍ରାର୍ଥୀ ଶ୍ରୀ ଯୁକ୍ତ ଆରୁଖ ଓ ସାଂସଦ ପ୍ରାର୍ଥୀ ଡ଼ଃ.ସାମନ୍ତ ଙ୍କୁ ଜିତେଇବା ସହ ଷଷ୍ଠ ଥର ପାଇଁ ମାନ୍ୟବର ନବୀନ ପଟ୍ଟନାୟକ ଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଆହ୍ୱାନ ଦେଇଥିଲେ। ବିଜେଡି କର୍ମୀ ସମାବେଶ ରେ ହଜାର ହଜାର ସମର୍ଥକ ଯୋଗ ଦେଇଥିଲେ।

Post a Comment

Previous Post Next Post
Header ADS