ଜଗନ୍ନାଥ ପ୍ରସାଦ(ନୀଳଚକ୍ର live) ଘୁମୁସର ତାଲୁକା ଶୁଣ୍ଡି ସମାଜ ର ଉନବିଂଶ ସାଧାରଣ ଅଧିବେଶନ ନିମପଦର ର ଡ଼ା. ସୀମାଞ୍ଚଳ ସାହୁ ଙ୍କ ଫିସେରି ଫାର୍ମ ରେ ଅନୁଷ୍ଠିତ ହୋଇ ଯାଇଛି। ଶୁଣ୍ଡି ସମାଜ ର କୂଳବୃଦ୍ଧ ତଥା ବୟୋଜ୍ୟେଷ୍ଠ ବାଲିପଦର ଗ୍ରାମର କୁମୁଦ ଚନ୍ଦ୍ର ସାହୁ କୂଳ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ।ଗଞ୍ଜାମ ଜିଲ୍ଲା ଶୁଣ୍ଡି ସମାଜର ଆଇନ ପରାମର୍ଶ ଦାତା ତଥା ବ୍ରହ୍ମପୁର କୋର୍ଟ ର ବରିଷ୍ଠ ଓକିଲ ନିର୍ମଳ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ଓ ବରେଣ୍ୟ ଅତିଥି ରୂପେ ଗଞ୍ଜାମ ଜିଲ୍ଲା ଶୁଣ୍ଡି ସମାଜର ସଭାପତି ନିରଞ୍ଜନ ସାହୁ ଓ ଗଞ୍ଜାମ ଜିଲ୍ଲା ଶୁଣ୍ଡି ସମାଜ ର ସଂପାଦକ ତଥା ବ୍ରହ୍ମପୁର କୋର୍ଟ ର ବରିଷ୍ଠ ଓକିଲ ମହେନ୍ଦ୍ର କୁମାର ସାହୁ ଯୋଗ ଦେଇ କୂଳ ର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହ ଜାତି ର ଉର୍ଣ୍ଣତି ପାଈଁ ବହୁ ଉପାଦେୟ ବକ୍ତବ୍ୟ ପ୍ରଦାନ କରିଥିଲେ।
ଘୁମୁସର ତାଲୁକା ଶୁଣ୍ଡି ସମାଜ ର ସଭାପତି ରମାରଞ୍ଜନ ସାହୁ ଉନବିଂଶ ସାଧାରଣ ଅଧିବେଶନ ରେ ସଭାପତିତ୍ୱ କରିଥିଲେ।ଘୁମୁସର ତାଲୁକା ଶୁଣ୍ଡି ସମାଜ ର ପରିଚାଳନା ପାଈଁ ଆଗାମୀ ଚାରି ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା।
ପୁନର୍ବାର ସଭାପତି ରୂପେ ରମାରଞ୍ଜନ ସାହୁ ସର୍ବସମ୍ମତି କ୍ରମେ ନିର୍ଵାଚିତ ହୋଇଥିବା ବେଳେ ଉପସଭାପତି ରୂପେ ପ୍ରଶାନ୍ତ କୁମାର ସାହୁ, ସମ୍ପାଦକ ରୂପେ ସୁଧୀର କୁମାର ସାହୁ,ସହ ସମ୍ପାଦକ ରୂପେ ପ୍ରତାପ ଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ରୂପେ ଶ୍ରୀଧର ସାହୁ,ଉପଦେଷ୍ଟା ରୂପେ ବରିଷ୍ଠ ଓକିଲ ପବିତ୍ର ପ୍ରସାଦ ସାହୁ,ଡ଼ଃ.ସୀମାଞ୍ଚଳ ସାହୁ,ହେମନ୍ତ କୁମାର ସାହୁ,ପ୍ରଭାତ ଚନ୍ଦ୍ର ସାହୁ, ସୁଶାନ୍ତ କୁମାର ସାହୁ,ଆଇନ ପରାମର୍ଶ ଦାତା ରୂପେ ଭଞ୍ଜନଗର କୋର୍ଟ ର ଯୁବ ଓକିଲ ନିରାକାର ସାହୁ,ଅଡିଟର ରୂପେ ମଙ୍ଗୁଳୁ ସାହୁ, ଓ ରାଜେଶ କୁମାର ସାହୁ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇ ଥିଲେ। ସେହିପରି ନୂତନ ଭାବେ ଗଠିତ ଘୁମୁସର ତାଲୁକା ଶୁଣ୍ଡି ସମାଜ ର ମହିଳା ମୋର୍ଚ୍ଚା ର ସଭାନେତ୍ରୀ ରୂପେ ଶ୍ରୀମତୀ କୁନି ରାଣୀ ସାହୁ ଓ ସମ୍ପାଦିକା ରୂପେ ଶ୍ରୀମତୀ ଅରୁନ୍ଧତୀ ସାହୁ ସର୍ବସମ୍ମତି ରେ ମନୋନୀତ ହୋଇଥିଲେ।
ଦଶମ ଶ୍ରେଣୀ ପରୀକ୍ଷା ରେ ସର୍ବୋଚ୍ଚ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇ ଥିବା ପ୍ରତ୍ୟେକ ମୁଠା ର କୃତି ଛାତ୍ର ଛାତ୍ରୀ ମାନଙ୍କୁ କୁଳ ସମାଜ ତରଫରୁ ଅତିଥି ମାନେ ମାନପତ୍ର ଓ ସିଲ ଦେଇ ସଂମାନିତ କରିଥିଲେ। ଗରିବ ଶ୍ରେଣୀର କନ୍ୟା ମାନଙ୍କୁ ଜାତି ତରଫରୁ ମାଗଣାରେ ବିବାହ କାର୍ଯ୍ୟ କରାଯିବା, ସ୍ୱାସ୍ଥ୍ୟ ଗତ ସମସ୍ୟା ରେ ସହାୟତା କରିବା, ଓ ସବୁ ଅସୁବିଧା ରେ କୁଳ ତରଫରୁ ସହାୟତା ଯୋଗେଇ ଦିଆ ଯିବ ବୋଲି ସଭାପତି ଓ ଅତିଥି ମାନେ ସୂଚନା ଦେଇଥିଲେ।

Post a Comment