BREAKING
Loading...
:

ଯୁକ୍ତ ତିନି ଶେଷ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ କୃତିତ୍ୱ


ଜଗନ୍ନାଥ ପ୍ରସାଦ:(ନୀଳଚକ୍ର Live)-୦୯.୦୫.୨୦୨୪: ଗତ ମଇ ମାସ ୭ ତାରିଖରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଦ୍ଵାରା ପ୍ରକାଶିତ ଯୁକ୍ତ ତିନି ଅନ୍ତିମ ବର୍ଷ କଳା ପରୀକ୍ଷାର ଫଳ ଅନୁଯାୟୀ ସ୍ଥାନୀୟ ଆଞ୍ଚଳିକ ଡ଼ିଗ୍ରୀ କଲେଜ, ଜଗନ୍ନାଥ ପ୍ରସାଦର ଛାତ୍ରଛାତ୍ରୀ ମାନେ ଅର୍ଥନୀତି, ଇତିହାସ, ଓଡ଼ିଆ ଓ ରାଜନୀତି ବିଜ୍ଞାନ ସମ୍ମାନରେ ସମସ୍ତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହେବା ଦ୍ଵାରା କଲେଜର ଫଳାଫଳ ଶତ ପ୍ରତିଶତ ହୋଇଛି



ଏଥିସହିତ ଇତିହାସ ସମ୍ମାନର ଛାତ୍ରୀ ସୁଶ୍ରୀ ବିଷ୍ଣୁପ୍ରିୟା ପ୍ରଧାନ ପଞ୍ଚମ ସ୍ଥାନ ଏବଂ ସୁଶ୍ରୀ କାଜଲ ସେଠୀ ଦଶମ ସ୍ଥାନ  ଓ ଓଡ଼ିଆ ସମ୍ମାନର ଛାତ୍ରୀ ସୁଶ୍ରୀ ଶ୍ରଦ୍ଧାଞ୍ଜଳି ନାୟକ ନବମ ସ୍ଥାନ ଅଧିକାର କରି ପ୍ରଥମ ଦଶ ଜଣ ମଧ୍ୟରେ ନିଜର ନାମ ବଜାୟ ରଖି କଲେଜର ଗୌରବକୁ ଦ୍ଵିଗୁଣିତ କରିଛନ୍ତି । ଛାତ୍ରଛାତ୍ରୀ ମାନଙ୍କ ଏହି କୃତିତ୍ୱ ପାଇଁ ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସାହୁ ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି ।

Post a Comment

Previous Post Next Post
Header ADS