BREAKING
Loading...
:

ମାନ୍ୟବର ଅର୍ଥମନ୍ତ୍ରୀ ଙ୍କ ମାରାଥନ ନିର୍ଵାଚନୀ ପ୍ରଚାର


ଜଗନ୍ନାଥ ପ୍ରସାଦ-(ନୀଳଚକ୍ର live)୧୦-୦୫-୨୪-ମାନ୍ୟବର ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ପାଇଁ ସପ୍ତମ ଥର ପାଇଁ ବିଜେଡ଼ି ପ୍ରାର୍ଥୀ ରୂପେ ନିର୍ବାଚନ ଲଢ଼ୁଛନ୍ତି।ଆଜି ଜଗନ୍ନାଥ ପ୍ରସାଦ ବ୍ଲକ ର ଅଢେଇ ଗାଁ, ବରଗାଁ, ବିଡ଼ିପୁର,ଝାଡଭୂମି, ଗୋଛାବାଡି,ଚିକିଲି, ଚୋପରା ଠାରେ ପଥପ୍ରାନ୍ତ ନିର୍ଵାଚନୀ ସଭା କରି ପ୍ରଚାର ଜୋରଦାର କରିଛନ୍ତି।







ତାଙ୍କ ସହ ବିଭିନ୍ନ ସଭା ରେ ବ୍ଲକ ଅଧକ୍ଷା ଶ୍ରୀମତୀ ଜୟଶ୍ରୀ ସାହୁ, ଉପାଧ୍ୟକ୍ଷ ରଞ୍ଜିତ ପାତ୍ର, ସାଂସଦ ପ୍ରତିନିଧି ବିପ୍ରଚରଣ ବାରିକ,ପୂର୍ବତନ ସରପଞ୍ଚ ଉମାସଙ୍କର ବାରିକ, ସମାଜସେବୀ ଶୂଳ ପାଣି ଶତପଥୀ, ବିଜେଡି ଉପସଭାପତି ପ୍ରଭାତ ଚନ୍ଦ୍ର ଦଳବେହେରା,ଜିଲ୍ଲା ପରିଷଦ ସଦସ୍ୟା ଓ ସଦସ୍ୟ ମାନେ,

ବିଡ଼ିପୁର ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ରଶ୍ମିତା ସାହୁ,ସମିତି ସଭ୍ୟା ଶ୍ରୀମତୀ ଗୀତାରାଣୀ ବାରିକ, ପୂର୍ବତନ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ  ପ୍ରମୁଖ ମଂଚାସିନ ଥିଲେ ଓ ହଜାର ହାଜର ବିଜେଡି ସମର୍ଥକ ଓ ବିଜୁ ପ୍ରେମୀ ଯୋଗ ଦେଇଥିଲେ।

Post a Comment

Previous Post Next Post
Header ADS