ଭଞ୍ଜନଗର(ନୀଳଚକ୍ର Live)ଭଞ୍ଜନଗର ବାର ଆସୋସିଏସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇ ଯାଉଛି।ସଭାପତି ଭାବେ ଆଇନଜୀବୀ ସନ୍ତୋଷ କୁମାର ନାୟକ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ବେଳେ ,ଅମରେଶ କୁମାର ମହାପାତ୍ର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଉପସଭାପତି ଭାବେ ଧୀରେନ କୁମାର ସ୍ବାଇଁ ଏବଂ ଯୁଗ୍ମ ସମ୍ପାଦକ ଭାବେ ଚନ୍ଦ୍ରମଣୀ ମହାପାତ୍ର ନିର୍ବାଚିତ ହୋଇଛନ୍ତି। ପୂର୍ବରୁ କୋଷାଧ୍ୟକ୍ଷ ଭାବେ ଗିରିଜା ଶଙ୍କର ଭୂୟାଁ କାର୍ଯ୍ୟକାରୀ ସଦସ୍ୟ ଭାବେ ନିରାକାର ସାହୁ, ଅରୁଣ କୁମାର ପ୍ରଧାନ, ଓ ସ୍ନିଗ୍ଧା ଦାଶ, ଅପ୍ରତିଦ୍ବନ୍ଦୀ ରହିଥିଲେ ।
ନିର୍ବାଚନ ଅଧିକାରୀ ଭାବେ ଆଇନଜୀବୀ ରମେଶ ଚନ୍ଦ୍ର ପଣ୍ଡା,ଲଡୁ କିଶୋର ଆଲଟିଆ,ତ୍ରିନାଥ ମଲ୍ଲିକ୍,ବିମ୍ବାଧର ଷଢଙ୍ଗୀ ଏବଂ ଅଭାଗିନୀ ବିଷୋୟୀ ନିର୍ବାଚନ ପରିଚାଳନା କରିଥିଲେ।
ନିର୍ବାଚନ ଅଧିକାରୀ ଭାବେ ଆଇନଜୀବୀ ରମେଶ ଚନ୍ଦ୍ର ପଣ୍ଡା,ଲଡୁ କିଶୋର ଆଲଟିଆ,ତ୍ରିନାଥ ମଲ୍ଲିକ୍,ବିମ୍ବାଧର ଷଢଙ୍ଗୀ ଏବଂ ଅଭାଗିନୀ ବିଷୋୟୀ ନିର୍ବାଚନ ପରିଚାଳନା କରିଥିଲେ।
إرسال تعليق