ଜଗନ୍ନାଥ ପ୍ରସାଦ(ନୀଳଚକ୍ରLive)ଜଗନ୍ନାଥ ପ୍ରସାଦ ରେଂଜେର ଉମାକାନ୍ତ ଦାସ ଙ୍କ ନିର୍ଦେଶ କ୍ରମେ ବନ କର୍ମଚାରୀ ମାନେ ଜଗନ୍ନାଥ ପ୍ରସାଦ ସଂରକ୍ଷିତ ଜଙ୍ଗଲ କମାର୍ଟମେଂଟ-4,ତିରିକୁପା ଗ୍ରାମ ନିକଟ ଜଙ୍ଗଲରେ କାର୍ଯ୍ୟ କରୁଥିବା ବେଳେ,ସେହି ସମୟରେ ଜଙ୍ଗଲ ରେ ନିଆଁ ଲଗାଉ ଥିବା ବେଳେ ଜଣେ ବ୍ୟକ୍ତି କୁ ହଠାତ୍ କାବୁ କରି ଗିରଫ କରିଛନ୍ତି। ତିରିକୁପା ଗ୍ରାମର ଅମର ବେହେରା (22ବର୍ଷ,ପିତା-ବଂଧୁଆ ବେହେରା)ନିଜ ଗ୍ରାମ ନିକଟ ଜଙ୍ଗଲ ରେ ନିଆଁ ଲଗାଉଥିବା ବେଳେ ଗେରେଡା ଫରେଷ୍ଟର କଳାବଦନ ଦାସ,ଜଗନ୍ନାଥ ପ୍ରସାଦ ଫରେଷ୍ଟର ଇସା ଗଣେଶ,ଗେରେଡା ଫରେଷ୍ଟଗାର୍ଡ ପ୍ରଦ୍ୟୁମ୍ନ ବିଶୋଇ, Squrd ଲମ୍ବୋଦର ଗୌଡ଼,ସଞ୍ଜିତ ଗନ୍ତାୟତ ,ପ୍ରମୁଖ ତାକୁ କାବୁ କରି ଗିରଫ କରିଛନ୍ତି। OR Case No-36 JP of 2022-23 ରେ କୋର୍ଟ ଚାଲାନ କରାଯାଇଛି।
إرسال تعليق