ଭଞ୍ଜନଗର(ନୀଳଚକ୍ର Live) ଭଞ୍ଜନଗର ଜଳ ବିଭାଜନ ଅନ୍ତର୍ଗତ ଡ଼ହ ଜଳଭଣ୍ଡାର ନିକଟରେ ବିଡେକା ପରିବାର ତରଫରୁ ଜଳେଶ୍ବର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଗୁରୁବାର ଠାରୁ ଆରମ୍ଭ ହୋଇଛି।ଏହା ଆସନ୍ତା ୫ଦିନ ପର୍ଯ୍ୟନ୍ତ ଚାଲିବ।ଆଜି ପ୍ରଥମ ଦିବସରେ ଦୀକ୍ଷା ଗ୍ରହଣ, କଳସ ଯାତ୍ରା ଓ ଅଙ୍କୁରାରୋପଣ କାର୍ଯ୍ୟ ସମାପନ ହୋଇଛି।ଶୁକ୍ରବାର ନାମଯଜ୍ଞ ଆରମ୍ଭ,ସାଲା ପୂଜା,ସୂର୍ଯ୍ୟ ପୂଜା, ବନଯାଗ ଓ ଅଗ୍ନି ସ୍ଥାପନ ଏବଂ ଶନିବାର ସାଲା ପୂଜା, ରତ୍ନମୁଦ, ମହାସ୍ନାନ,ପ୍ରାଣ ପ୍ରତିଷ୍ଠା ଓ ରବିବାର ଶୈବ ମନ୍ଦିର ପ୍ରାସାଦ ପ୍ରତିଷ୍ଠା, ନଗର ପରିକ୍ରମା, ଦେବତାଙ୍କ ସିଂହାସନ ଆରୋହଣ, ପୂର୍ଣ୍ଣାହୁତି ଏବଂ ସୋମବାର ନାମଯଜ୍ଞ ସମାପନ,ଦଧିଭାଣ୍ଡ ଭଞ୍ଜନ,ନଗର ଭ୍ରମଣ ଓ ପ୍ରସାଦ ସେବନ ଭଳି ଧାର୍ମିକ କାର୍ଯ୍ୟର ଆୟୋଜନ କରାଯାଇଛି।ଏଥିସହ ଜନସାଧାରଣଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ଖେଳ ଓ ମିନାବଜାର ମଧ୍ୟ ରହିଛି।ଏହା ଏକ ଉପାନ୍ତ ଅଞ୍ଚଳ ହୋଇଥିବାରୁ ବହୁ ଦୂର ଦୁରାନ୍ତ ଗ୍ରାମରୁ ବହୁ ଭକ୍ତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଭୁକୃପା ଲାଭ କରୁଥିବା ଦେଖାଯାଇଛି।
ରିପୋର୍ଟ-ସୌମ୍ୟଜିତ ପ୍ରଧାନ
إرسال تعليق