BREAKING
Loading...
:

ଜଗନ୍ନାଥ ପ୍ରସାଦ ବ୍ଳକ ର ୧୦ ଟି ସ୍ମାର୍ଟ ସ୍କୁଲ କୁ ଲୋକାର୍ପଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

 


ଜଗନ୍ନାଥ ପ୍ରସାଦ(ନିରାକାର ସାହୁ)ଭିଡ଼ିଓ କନଫେରେନ୍ସ ମାଧ୍ୟମରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ର ୨୩୦ ଟି ନୂତନ    ରୂପାନ୍ତରିତ   ସ୍ମାର୍ଟକ୍ଲାସ ହାଇସ୍କୁଲ କୁ ଲୋକାର୍ପଣ କରିଛନ୍ତି। 

ସେଥିମଧ୍ୟ ରୁ ଜଗନ୍ନାଥ ପ୍ରସାଦ ବ୍ଲକ ର  ୧୦ ଟି  ରୂପାନ୍ତରିତ ସ୍କୁଲ ର ଲୋକାର୍ପଣ ହୋଇଛି।ଏହି କାର୍ଯ୍ୟକ୍ରମ କୁ ଫାଇବି ଟି  ସଚିବ ଭି.କେ ପାଣ୍ଡିଆନ୍ ଭିଡ଼ିଓ କନଫେରେନ୍ସ  ଉଦଘାଟନୀ ସଭା କୁ ପରିଚାଳନା କରିଥିଲେ ।







ଜଗନ୍ନାଥ ପ୍ରସାଦ ବ୍ଲକ ର ବି.ଡିପୁର ଗ୍ରାମପଞ୍ଚାୟତ ର ଚନ୍ଦ୍ର ଶେଖର କୃଷି ନୋଡାଲ ଉଚ୍ଚ ବିଦ୍ୟାଳୟ ,କୁମ୍ପାପଡା ର ଗଦାଧର ପ୍ରଧାନ ହାଇସ୍କୁଲ,ପଞ୍ଚଭୂତି ର ନେହୁରୁ ହାଇସ୍କୁଲ,ଚଢ଼େୟାପଲ୍ଲୀ ର ୟୁଜି ହାଇସ୍କୁଲ,କାଦୁଆ ର ଗୋପୀନାଥ ସ୍ଵାମୀ ନୋଡାଲ ବିଦ୍ୟାପୀଠ,କମସରଗଡ଼ ର ଶିକ୍ଷା ନିକେତନ,ରାଉତି ର ୟୁଜି ହାଇସ୍କୁଲ,କ୍ଷେତମୁଣ୍ଡାଳି ର ୟୁଜି ହାଇସ୍କୁଲ,ଅଲାଡି ର ଗୋପୀନାଥ ସ୍ଵାମୀ ବିଦ୍ୟାପୀଠ,CSS ନୋଡାଲ ହାଇସ୍କୁଲ,ଓ କଳିଙ୍ଗ ପଦର ର ଅଚୁତା ନନ୍ଦ ଆଶ୍ରମ ହାଇସ୍କୁଲ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଭିଡିଓ କନଫେରେନ୍ସ ରେ ଉଦଘାଟନ କରିଛନ୍ତି।ସମସ୍ତ ସ୍କୁଲ କୁ ବିଡିଓ ଅନୁପ କୁମାର ପଣ୍ଡା ଯାଇ ସମସ୍ତ କାର୍ଯ୍ୟ ତଦାରଖ କରିବା ସହ  ଉଦଘାଟନ ର  ମଧ୍ୟ ସମସ୍ତ ଆୟୋଜନ କରିଥିଲେ।ବ୍ଲକ ଅଧକ୍ଷା ଜୟଶ୍ରୀ ସାହୁ,ଉପାଦକ୍ଷ ରଞ୍ଜିତ ପାତ୍ର,



କନ୍ଧମାଳ ସାଂସଦ ପ୍ରତିନିଧି  ବିପ୍ର ଚରଣ ବାରିକ,ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା,ସରପଞ୍ଚ,ସମିତିସଭ୍ୟ/ସଭ୍ୟା,ମାନେ ବିଭିନ୍ନ ସ୍କୁଲ ରେ ଉପସ୍ଥିତ ରହିଥିଲେ।  ଶିକ୍ଷା କ୍ଷେତ୍ର ରେ ଏହି ଅଭିନବ ପ୍ରୟାସ ଓ ଯୁଗାନ୍ତକାରୀ ପଦକ୍ଷେପ  ସହ  ଆଧୁନିକ ଜ୍ଞାନ କୌଶଳ ରେ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ













ସ୍ମାର୍ଟ କ୍ଲାସ, ଇ-ଲାଇବ୍ରେରୀ, ଲେବ୍ରୋଟରୀ, ଉତ୍ତମ ଟଏଲେଟ୍‌, ପାନୀୟ ଜଳର ବ୍ୟବସ୍ଥା ସାଙ୍ଗକୁ ଖେଳପଡ଼ିଆ ରହିଥିବା ଯୋଗୁଁ ବୁଦ୍ଧିଜୀବୀ,ନିର୍ବାଚିତ ପ୍ରତିନିଧି,ଶିକ୍ଷକ /ଶିକ୍ଷୟତ୍ରୀ,ଅଭିଭାବକ,ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଶଂସା କରିଛନ୍ତି।


Post a Comment

أحدث أقدم
Header ADS