BREAKING
Loading...
:

ପୁରୁଷୋତ୍ତମପୁର ଏନଏସି ତରଫରୁ ବିଶ୍ୱ ପରିବେଶ ଦିବସ ପାଳିତ

 


ପୁରୁଷୋତ୍ତମପୁର(ନୀଳଚକ୍ର live) ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ କାର୍ଯ୍ୟନର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ରଙ୍କ ନେତୃତ୍ୱ ରେ କୁମାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ  ସମଗ୍ର ଗଞ୍ଜାମ ଜିଲ୍ଲାରେ ଆଜି ବିଶ୍ୱ ପରିବେଶ ଦିବସ ପାଳିତ ହେବା ସହିତ କୁମ୍ଭାରୀ ଗ୍ରାମ ଓ ଗଡ଼ସାହି ନଦି ତଟସାହି ରେ ପ୍ରଧାନମନ୍ତ୍ରୀ ଆବସ ଯୋଜନାର ହିତାଧାରୀଙ୍କୁ ନିଜ ନିଜ ଘର ଆଗ ଖୋଲା ଜାଗାରେ ଗୋଟାଏ ଗୋଟାଏ ଚାରା ରୋପଣ ଲଗାଇବାକୁ ଚାରା ପ୍ରଦାନ କରାଯାଇଥିଲା l

ଏହି କାର୍ଯ୍ୟକ୍ରମରେ ଏନଏସିର ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ଉପାଧ୍ୟକ୍ଷ
କୃଷ୍ଣ ଚନ୍ଦ୍ର ପଣ୍ଡା, କାଉସିଲର ଗିରିଜା ବେହେରା, ଅଶୋକ କୁମାର ମହାଙ୍କୁଡ ସଂମ୍ମାନିତ ଅଥିତିଭାବେ ଯୋଗ ଦେଇଥିଲେ l ସେହିପରି ପୁରୁଷୋତ୍ତମପୁର ନରସିଂହ ଦାସ ଉଚ୍ଚବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ନେତୃତ୍ୱରେ ପରିବେଶ କାର୍ଯ୍ୟକ୍ରମରେ ଖଲ୍ଲିକୋଟ ରେଞ୍ଜର ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ l

ସେହିପରି ଏନଏସି ଅଧକ୍ଷା, ଉପାଧ୍ୟକ୍ଷ, କାଉସିଲର ପ୍ରମୁଖ ଯୋଗ ଦେଇ ବିଶ୍ୱ ପରିବେଶ କେବେ ହୋଇଥିଲା ଆରମ୍ଭ କ’ଣ ରହିଛି ଏହାର ଉଦ୍ଦେଶ୍ୟ ପ୍ରତ୍ୟେକ ବର୍ଷ ଜୁନ ୫ କୁ ବିଶ୍ୱ ପରିବେଶ ଦିବସ ଭାବରେ ପାଳନ କରାଯାଏ । ଲୋକଙ୍କ ମଧ୍ୟରେ ପରିବେଶ ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଏହି ବିଶ୍ୱ ପରିବେଶ ଦିବସ ପାଳନ
କରାଯାଇଆସୁଛି ।

ପ୍ରକୃତି ଆମ ଜୀବନର ଏକ ମୁଖ୍ୟ ଅଂଶ ଏବଂ ଏହାର ସୁରକ୍ଷା କରିବା ହେଉଛି ଆମର ଦାୟିତ୍ୱ ।ପ୍ରକୃତିର ସବୁଜିମା ହିଁ ଆମ ଜୀବନ ଏବଂ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ସେଥିପାଇଁ ପ୍ରକୃତିକୁ କିପରି ପ୍ରଦୁଷଣ ମୁକ୍ତ କରିହେବ ସେଥିପ୍ରତି ଆମକୁ ଧ୍ୟାନ ଦେବାକୁ ପଡ଼ିବ । ଲୋକଙ୍କ ମନରେ ସଚେତନତା ଆଣିବା ପାଇଁ ଏହି ଦିବସରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ ।ବର୍ତ୍ତମାନ ପ୍ରଦୂଷଣର ମାତ୍ରା ଏତେ ଅଧିକ ହୋଇଗଲାଣି ଯେ ଏହା ପରିବେଶ ପାଇଁ ବିପଦ ସୃଷ୍ଟି କରୁଛି ।

ପ୍ରଦୂଷଣ କାରଣରୁ ଅନେକ ଜୀ ବଜନ୍ତୁ ଲୋପ ପାଇବାକୁ ବସିଲେଣି । ସେହିପରି ମଣିଷ ମଧ୍ୟ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେବାରେ ଲାଗିଛି ।କେବେ ଆରମ୍ଭ ହେଲା ବିଶ୍ୱ ପରିବେଶ ଦିବସ : ୮ ରାଷ୍ଟ୍ର ଜୁନ ୫ ୨0୨୨ ବାଙ୍ଗଲାଦେଶରେ ବଡ଼ ଦୁର୍ଘଟଣା, କଣ୍ଟେନର ଡିପୋରେ ଜୁନ ୫' ୨0୨୨ ମିଳିତ ଜାତିସଂଘ ଦ୍ୱାରା ୧୯୭୨ ମସିହାରେ ଷ୍ଟକହୋମ ସମ୍ମିଳନୀରେ ଏହି ବିଶ୍ୱ ପରିବେଶ ଦିବସର ପ୍ରତିଷ୍ଠା କରାଯାଇଥିଲା । ଏହି ସମ୍ମିଳନୀରେ ୧୧୯ ଦେଶ ଅଂଶଗ୍ରହଣ କରିଥିଲେ । ଏହାପରେ ହିଁ ଜୁନ ୫କୁ ବିଶ୍ୱ ପରିବେଶ ଦିବସ ଭାବରେ ପାଳନ କରାଯାଉଛି । ଭାରତରେ ୧୯ ନଭେମ୍ବର ୧୯୮୬ ରୁ ପରିବେଶ ସୁରକ୍ଷା ଆଇନ କାର୍ଯ୍ୟକାରୀ ହେଲା ।ଏହାର ଉଦ୍ଦେଶ୍ୟ:ବିଶ୍ୱରେ ଦିନକୁ ଦିନ ପ୍ରଦୂଷଣ ବଢିବାରେ ଲାଗିଛି । ଏହି ବଢୁଥିବା ପ୍ରଦୂଷଣ ପ୍ରକୃତି ପ୍ରତି ବିପଦ ସୃଷ୍ଟି କରୁଛି । ଏହି ପ୍ରଦୂଷଣକୁ ରୋକିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିଲା ବିଶ୍ୱ ପରିବେଶ ଦିବସ । ଯାହାଦ୍ୱାରା ଲୋକମାନେ ସଚେତନ ହେବା ସହିତ ପ୍ରକୃତିକୁ ପ୍ରଦୂଷଣର ବଞ୍ଚାଇବା ଥିଲା ମୂଳ ଲକ୍ଷ୍ୟ ।ସେହିପରି ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସ ୨୦୨୨ର ବିଷୟବସ୍ତୁ ‘କେବଳ ଗୋଟିଏ ପୃଥିବୀ’ ରଖାଯାଇଛି । ‘ପ୍ରକୃତି ସହିତ ସଦଭାବନାରେ ରହିବା’ ହେଉଛି ଏହି ବିଷୟବସ୍ତୁର ସ୍ଲୋଗାନ । ଏହି କାର୍ଯ୍ୟକ୍ରମକୁ ଏନଏସି ମୁକ୍ତା, ମିଶନ ଶକ୍ତି ଯନ୍ତ୍ରୀ ସଂଗ୍ରାମ କେଶରୀ ନାୟକ,ବରୁଣ କୁମାର ବେହେରା, ବିକ୍ରମ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l

ରିପୋର୍ଟ//ପ୍ରସନ୍ନ କୁମାର ଦାସ

Post a Comment

أحدث أقدم
Header ADS