ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)-: ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡ଼ିଗ୍ରୀ କଲେଜ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଉକ୍ତ ଯୋଗ ଦିବସକୁ କଲେଜ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ବେଣୁଧର ସାବତ ଶୁଭାରମ୍ଭ କରି କହିଥିଲେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ଦ୍ଵାରା ସୁସ୍ଥ ସମାଜ ଗଠନ କରିବାର ପ୍ରକ୍ରିୟା ସାରା ବିଶ୍ୱରେ ପ୍ରଚଳିତ ହୋଇଛି, ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓ କର୍ମଚାରୀଗଣ ଏଥିରେ ସାମିଲ ହେବାକୁ ସେ ଆହ୍ବାନ ଦେଇଥିଲେ ।
ଉକ୍ତ ଶିବିରରେ ଜାତୀୟ ସେବା ଯୋଜନା, ଯୁବ ରେଡକ୍ରସ୍ ଓ ଭାରତ ସ୍କାଉଟ ଏଣ୍ଡ ଗାଇଡର ସ୍ବେଚ୍ଛାସେବୀ ଓ ଅନ୍ୟାନ୍ୟ ଛାତ୍ରଛାତ୍ରୀ ଯୋଗଦେଇ ବିଭିନ୍ନ ଯୋଗ କରିଥିଲେ । ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ପ୍ରମୋଦ କୁମାର ଚୌଧୁରୀ ଯୋଗ ଦ୍ୱାରା ମାନସିକ ସ୍ତରରେ ଉନ୍ନତ ହେବା ସହ ଶରୀରର ଗଠନ ପ୍ରକ୍ରିୟା ସମୃଦ୍ଧ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ।
ଯୋଗ ପ୍ରଶିକ୍ଷକ ଭାବେ ଭାରତ ସ୍କାଉଟ ଏଣ୍ଡ ଗାଇଡର ରୋଭର୍ ଲିଡର ଡ଼ଃ ଜୟଦେବ ଗୌଡ଼ ଏବଂ କାହ୍ନୁ ଚରଣ ପ୍ରଧାନ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଯୋଗର ବିଭିନ୍ନ କୌଶଳ ସମ୍ପର୍କରେ ତାଲିମ୍ ପ୍ରଦାନ କରିଥିଲେ । ଯୋଗ ତାଲିମ୍ ଶିବିର କାର୍ଯ୍ୟକ୍ରମର ଶେଷରେ କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ପ୍ରମୋଦ କୁମାର ଚୌଧୁରୀ ଛାତ୍ରଛାତ୍ରୀ ମାନଙ୍କୁ ଶପଥ ପାଠ କରାଇଥିଲେ । ଅଧ୍ୟାପକ ଶ୍ରୀଯୁକ୍ତ ବିଭୂତି ଭୂଷଣ ପ୍ରଧାନ ଓ ଅଧ୍ୟାପକ ଶ୍ରୀ ବିରଞ୍ଚି ନାରାୟଣ ପ୍ରଧାନ ଏବଂ ମହାବିଦ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ଉକ୍ତ ଶିବିରକୁ ଗ୍ରନ୍ଥାଗାରିକ ଶ୍ରୀ ରଘୁନାଥ ପାଣି ଓ ଡି.ଇ.ଓ ସରୋଜ କୁମାର ନାୟକ ପରିଚାଳନା କରିଥିଲେ । ସ୍ବେଚ୍ଛାସେବୀ ଅଶୋକ ବାରିକ, ସନ୍ତୋଷ ରଥ, ସୋଭନ ସାହୁ ଓ ସୋନୁ ବେହେରା ପ୍ରମୁଖ ସହଯୋଗ କରିଥିଲେ ।

إرسال تعليق