BREAKING
Loading...
:

ସାଇବର ସଚେତନ କାର୍ଯ୍ଯକ୍ରମ ଏବଂ ବକୃତା ପ୍ରତିଯୋଗୀତା


ଜଗନ୍ନାଥ ପ୍ରସାଦ:(ନୀଳଚକ୍ର Live )-୨୭-୧୦-୨୦୨୫ ରିଖ ଦିନ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡ଼ିଗ୍ରୀ କଲେଜ ପରିସରରେ ସାଇବର ସଚେତନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି | ଆଇ.କ୍ଯୁ.ଏସି ସଂଯୋଜକ ଡଃ ପ୍ରମୋଦ କୁମାର ଚୌଧୁରୀ ଏହି କାର୍ଯ୍ଯକ୍ରମକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ |ସମ୍ମାନୀତ ଅତିଥି ଏବଂ ସାଧନ ବ୍ଯକ୍ତି ଭାବେ ସ୍ଥାନୀୟ ଥାନାଧିକାରୀ ଶ୍ରୀଯୁକ୍ତ ପ୍ରମୋଦ କୁମାର ଲେଙ୍କା ଯୋଗ ଦେଇ ସାଇବର ସୁରକ୍ଷାର ବିଭିନ୍ନ ଦିଗ ଉପରେ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ଅବଗତ କରିଥିଲେ |ରେଡକ୍ରସ କାଉନସିଲର ଅଧ୍ଯାପକ ଶ୍ରୀଯୁକ୍ତ ନିରଞ୍ଜନ ଶତପଥି ସଚେତନ କାର୍ଯ୍ଯକ୍ରମରେ ଉଦ୍ଦେଶ୍ଯ ସଂପର୍କରେ ସୂଚନା ପ୍ରଦାନକରି ଡିଜଟାଲ୍ ମାଧ୍ଯମକୁ ସୁରକ୍ଷିତ ବ୍ଯବହାର ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ | ଅଧ୍ଯାପକ ଶ୍ରୀଯୁକ୍ତ ବିଭୁତି ଭୂଷଣ ପ୍ରଧାନ ନିଜ ବକ୍ତବ୍ଯରେ ଡିଜିଟାଲ୍ ମାଧ୍ଯମକୁ  କିପରି ସୁରକ୍ଷିତ ଭାବେ ଚଳାଇବା  ଏବଂ ବ୍ଯକ୍ତିଗତ ତଥ୍ଯକୁ ସୁରକ୍ଷିତ ରଖିବାରେ ଯତ୍ନଶୀଳ ହେବା ସେ ସଂପର୍କରେ ମତ ପ୍ରଦାନ କରଥିବା ବେଳେ ଅଧ୍ଯାପକ ଶ୍ରୀ ପଞ୍ଚାନନ ପୋଲାଇ ,ଶ୍ରୀକାନ୍ତ ପାତ୍ର ଅଧ୍ଯାପିକା ସୁନିତାବିଷୋୟୀ ସାଇବର ଅପରାଧ ଆଜି ସମାଜକୁ ଭ୍ରଷ୍ଟଦିଗକୁ  ନେଇଗଲାଣି ସେଥିପାଇଁ ସମସ୍ତେ ସଚେତନ ହୋଇ ଏହାର ବ୍ଯବହାର କରିବା ଉଚିତ୍ ବୋଲି ମତ ପ୍ରଦାନ କରିଥଲେ | ସଭାପତି ଅଭିଭାଷଣରେ ଡଃ ଚୌଧୁରୀ ଏଦିଗରେ 'ଆମେ ଜାଣିବା,ଜାଣିଲେ ଅନ୍ଯକୁ ଜଣାଇବା ଏବଂ ପରେ ସାଇବର ଅପରାଧ କବଳରୁ ନିଜକୁ ମୁକ୍ତ କରିପାରିବା ବୋଲି ମତବ୍ଯକ୍ତ କରିଥିଲେ | ସଚେତନତା କାର୍ଯ୍ଯକ୍ରମ ପରେ ଛାତ୍ର ଛାତ୍ରୀ ମଧ୍ଯରେ ସାଇବର ଅପରାଧ ସଂପର୍କିତ ଓଡିଆ ଓ ଇଂରାଜୀ ତର୍କ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ଉକ୍ତ ପ୍ରତିଯୋଗିତାରେ ଓଡିଆ ତର୍କରେ ସୁଶ୍ରୀ ସ୍ନେହଲତା ନାୟକ ଯୁକ୍ତତିନି ଶେଷବର୍ଷ ଛାତ୍ରୀ ଓ ଇଂରାଜୀ ତର୍କରେ ସୁଶ୍ରୀ ଲୁସି ସାହାଣୀ ଯୁକ୍ତତିନି ଦ୍ୱିତୀୟ ବର୍ଷ ଛାତ୍ରୀ ପ୍ରଥମ ସ୍ଥାନ ଅଧିକାର କରି ବ୍ଲକ୍ ସ୍ତରୀୟ ପ୍ରତିଯୋଗିତାକୁ ମନୋନୀତ ହୋଇଛନ୍ତି |ପରିଶେଷରେ ଅଧ୍ଯାପକ ନିରଞ୍ଜନ ଶତପଥି କାର୍ଯ୍ଯକ୍ରମର ସଫଳତା ପାଇଁ ଉପସ୍ଥିତ ଅତିଥି ଏବଂ ଛାତ୍ରଛାତ୍ରୀଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ |

Post a Comment

أحدث أقدم
Header ADS