BREAKING
Loading...
:

ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନାଥ ପ୍ରସାଦ ରେଞ୍ଜ ଦୁବ ଫାର୍ମରେ ୬୮ ତମ  ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି

 


ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନାଥ ପ୍ରସାଦ ରେଞ୍ଜ  ଦୁବ ଫାର୍ମରେ  ୬୮ ତମ  ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ପରିବେଶ ସନ୍ତୁଳନ ରକ୍ଷା କରିବାକୁ ହେଲେ ବନ୍ୟପ୍ରାଣୀ ସୁରକ୍ଷିତ ରହିବାକୁ ପଡିବ। ବନ୍ୟପ୍ରାଣୀ ସୁରକ୍ଷିତ ରହିଲେ ଜଙ୍ଗଲ ସୁରକ୍ଷିତ ରହିବ। ବନ୍ୟପ୍ରାଣୀ ଓ ଜଙ୍ଗଲ ସୁରକ୍ଷିତ ରଖିବାକୁ ହେଲେ ଲୋକଙ୍କ ସହଯୋଗ ଲୋଡ଼ା, ତେଣୁ ବନ ବିଭାଗ କର୍ମଚାରୀ ଲୋକଙ୍କ ସହ ସମନ୍ବୟ ରକ୍ଷା କରିବା ସହ ସେମାନଙ୍କର ସୁଖ ଦୁଃଖରେ ସାଥୀ ହୁଅନ୍ତୁ । ଆୟୋଜିତ ଉତ୍ସବରେ  ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ତାହା କହିଛନ୍ତି। ଅବସରପ୍ରାପ୍ତ ବନଖଣ୍ଡ ଅଧିକାରୀ ସୁରେଶ ହୋତା ମୁଖ୍ଯବକ୍ତା ଭାବେ ଯୋଗଦେଇ ଯୁଗ୍ମ ଜଙ୍ଗଲ ପରିଚାଳନା ଉପରେ କହିଥିଲେ। 

 ଅବୈତନିକ ବନ୍ୟ ପ୍ରାଣୀ ତତ୍ତ୍ୱବଧାରକ ଶୁଳପାଣି ଶତପଥୀ ସଭାକୁ  ସଂଯୋଜନା କରିଥିଲେ। ଶିକ୍ଷକ  ନାରାୟଣ ବେହେରା , କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ କୁମାର ବେହେରା, ଦୁବ ଫାର୍ମ ଏମ୍ ଡି ସୁଶାନ୍ତ ପ୍ରଧାନ, ଜଗନ୍ନାଥ ପ୍ରସାଦ ରେଞ୍ଜର ଉମାକାନ୍ତ ଦାସ ଓ,ନିରାକାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବନ୍ୟପ୍ରାଣୀ ଓ ଜଙ୍ଗଲ ସୁରକ୍ଷା ସମ୍ପର୍କରେ ଉପସ୍ଥିତ ବନ ସୁରକ୍ଷା ସମିତି ସଭ୍ୟା ସଭ୍ଯ ମାନଙ୍କୁ ଉଦବୋଧନ ଦେଇଥିଲେ। ଏହି ଅବସରରେ ଦାସକାଠିଆ ଲୋକ ନୃତ୍ୟ ମାଧ୍ୟମରେ ଉପସ୍ଥିତ ଲୋକଙ୍କୁ ବନ୍ୟପ୍ରାଣୀ ସୁରକ୍ଷା ଉପରେ ସଚେତନତା କରାଯାଇଥିଲା।

ସୁବାସ ଚନ୍ଦ୍ର ବେହେରା  ଓ ଦେବେନ୍ଦ୍ର ନାଥ ଦାସ   ଦାସକାଠିଆ ନୃତ୍ୟ ପରିବେଷଣ କରିଥିଲେ ସଚେତନତା ବାର୍ତ୍ତା ଦେଇଥିଲେ।

Post a Comment

أحدث أقدم
Header ADS