BREAKING
Loading...
:

କୁଡୁତେଇ ସରପଞ୍ଚ ସନତ କୁମାର ପ୍ରଧାନ ଙ୍କ ଅକାଳ ବିୟୋଗ

 


ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live) ଭୂଇଁକରୋଡା ଆକ୍ରମଣରେ ଜଗନ୍ନାଥପ୍ରସାଦ ବ୍ଲକ କୁଡୁତାଇ ପଞ୍ଚାୟତ ସରପଞ୍ଚଙ୍କ ସନତ କୁମାର ପ୍ରଧାନ ଙ୍କ ମୃତ୍ୟୁ ଘଟିଛି । ଟ୍ରାକ୍ଟର ଯୋଗେ ନିଜ ଜମିରେ ଚାଷ କାର୍ଯ୍ୟ କରୁଥିବା ବେଳେ ମାଟିତଳୁ ମହୁମାଛି ସଦୃଶ ଭୁଇଁକରୋଡା ହଜାର ହଜାର ସଂଖ୍ୟାରେ ବାହାରି ସରପଞ୍ଚ ସନତ କୁମାର ପ୍ରଧାନଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ ।ସେ ଦୌଡ଼ି ଦୌଡ଼ି ନିକଟ ଗାଁ କୁ ଯିବା ପରେ ସେଠାରେ ଏକ ପାଲ ଘୋଡ଼ି ହୋଇ କିଛି ସମୟ ରହିବା ପରେ ଆକ୍ରମଣ କାରି ଭୁଇଁକରୋଡ଼ା ପଲ ଛାଡି ଚାଲିଯାଇଥିଲେ । ତାଙ୍କୁ ଗ୍ରାମବାସୀ ଉଧାର କରି ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା  ପକ୍ଷରୁ ସୂଚନା ମିଳିଛି ।ସେ ପଂଚାୟତ ସରପଞ୍ଚ ଭାବେ ନିର୍ବାଚିତ ହେବା ପରେ ପଞ୍ଚାୟତର ବିଭିନ୍ନ ଉର୍ଣ୍ଣୟନ ମୂଳକ କାର୍ଯ୍ୟ କରିଥିଲେ । ସେ ବ୍ରହ୍ମକୁମାରିସ ଆଶ୍ରମ ସହ ଅଙ୍ଗା ଅଙ୍ଗୀ ଭାବେ ଜଡ଼ିତ ଥିବା ସହ ନିଜ ଘରେ ଆଶ୍ରମ କରି ଶିବ ବାବା ଙ୍କ ପ୍ରଚାର ଓ ପ୍ରସାର ରେ ମଧ୍ୟ ନିଜକୁ ନିଯୋଜିତ  କରିଥିଲେ ଥିଲେ।

ତାଙ୍କ ମୃତ୍ୟୁ ଖବରରେ ଅଞ୍ଚଳରେ ଏକ ଦୁଃଖର ବତାଵରଣ ଖେଳି ଯାଇଛି ଓ ଓଁ ଶାନ୍ତି ପରିବାର ରେ ମଧ୍ୟ ଦୁଃଖ ର ଛାୟା ଖେଳିଯାଇଛି

Post a Comment

أحدث أقدم
Header ADS