BREAKING
Loading...
:

ଆସିକା ରେ ଗଞ୍ଜାମ ଜିଲ୍ଲା ଘରୋଇ ବସ ମାଲିକ ସଂଘର ନୂତନ କୋର୍ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ


ଆସିକା-(ନୀଳଚକ୍ର Live)ଗଞ୍ଜାମ ଜିଲ୍ଲାର  ଜୋନ ନମ୍ବର ୪ ର ଆସିକା ଠାରେ ରାଜ୍ୟ ଘରୋଇ ବସ ମାଲିକ ସଂଘ ଗଞ୍ଜାମ ଜିଲ୍ଲା ର ସମସ୍ତ ଘରୋଇ ବସ ମାଲିକ ସଂଘର ଗଠନ ହୋଇଥିବା ନୂତନ କୋର୍ କମିଟି ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା ।ଉକ୍ତ ବୈଠକ ରେ ନିଷ୍ପତି ନିଆଗଲା କି ବର୍ତ୍ତମାନ ସରକାର ଙ୍କ ଯେଉଁ ପୂର୍ବ ଵିଜ୍ଞାପନ ଅନୁସାରେ ଯଦି କୌଣସି ଘରୋଇ ବସ ମାଲିକ ସଂଘର ବିନା ଅନୁମତି ରେ ନୂତନ ପରିମିଟ୍ ଆବେଦନ କରି ଆଣିଥାନ୍ତି ତାହେଲେ  ରାସ୍ତା ରେ ଗାଡି ଚଳାଇ ଦିଆଯିବ ନାହିଁ  ତାକୁ ସଂଘ ବିରୋଧ କରିବ ଏବଂ ବନ୍ଦ କରିବାକୁ ବାଧ୍ୟ ହେବ ।

ନିର୍ଦ୍ଧାରଣ ନମ୍ବର ଦୁଇ (୨ )ରେ ରାଜ୍ୟ ସରକାର ଙ୍କ ଯେଉଁ ଓ.ଏସ ଆର.ଟି.ସି ବସ ମନମୁଖୀ ଭାବେ ଏକ ମିନିଟ ଦୁଇ ମିନଟ  ବ୍ୟବଧାନରେ ସରକାର ତାଙ୍କୁ ପରିମିଟ୍ ପ୍ରଦାନ କରୁଛନ୍ତି ଯାହାକି  ଘରୋଇ ବସ ଓ ସରକାରୀ ବସ ମଧ୍ୟରେ ଦୈନଦିନ ଦ୍ରୁତଗତି ଯିବା ଆସିବା କରିବା ଦ୍ୱରା ଉଭୟ ଙ୍କ ମଧ୍ୟରେ ପ୍ରତିଦ୍ବନ୍ଦୀତା ସୁଷ୍ଟି ହୋଇ ସାଧାରଣ ଯାତ୍ରୀ ଙ୍କ ପ୍ରତି ବିପଦ ସୁଷ୍ଟି ହେବା ସଙ୍ଗେ ସଙ୍ଗେ ବିଭିନ୍ନ ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ସମ୍ମୁଖୀନ ହେବାର ନଜିର ରହିଅଛି ଏବଂ ଏହା ଦ୍ୱାରା ଘରୋଇ ବସ ମାଲିକ ମାନେ ଅଣ ନିଃଶ୍ୱାସୀ ହୋଇ ବହୁ କ୍ଷତି ସହିବାକୁ ପଡୁଛି।  ନିର୍ଦ୍ଧାରଣ ନମ୍ବର ତିନି (୩ ) ରେ ବର୍ତ୍ତମାନ ରାଜ୍ୟ ସରକାର ପ୍ରତ୍ୟେକ ଗ୍ରାମପଂଚାୟତ ଓ ଗ୍ରାମାଞ୍ଚଳ କୁ  ମୋ ବସ୍ ପ୍ରଚଳନ କରିବା ପାଇଁ ଯେଉଁ ନିଷ୍ପତି ନେଇଛନ୍ତି  ଘରୋଇ ବସ ମାଲିକ  ଙ୍କୁ ପୁଣି ଭବିଷ୍ୟତରେ ବହୁ କ୍ଷତି ସହିବାକୁ ପଡିବ ବୋଲି ସମ୍ଭାବାନ ଅଛି ବୋଲି ବୈଠକ ଆଲୋଚନା କରାଗଲା  ।





ଯଦି ସରକାର ମୋ ବସ୍ ପ୍ରଚଳନ ନିଷ୍ପତି ରୁ ନ ଓହରନ୍ତି ତାହେଲେ ଆଗାମୀ ଦିନରେ ରାଜ୍ୟ ଘରୋଇ ବସ ମାଲିକ ମାନେ ଏହାର ପ୍ରତିବାଦ ସ୍ୱରୂପ ଘରୋଇ ବସ ମାଲିକ ସଂଘ ବ୍ୟାପକ ରୁ ବ୍ୟାପକ ଆନ୍ଧୋଳନ କରି ରାଜ ରାସ୍ତାକୁ ଓହ୍ଲାଇବ ବାଧ୍ୟ ହେବ ବୋଲି ନିଷ୍ପତି ନିଆଗଲା । ବହୁ ସମୟ ରେ ଦେଖିବାକୁ ମିଳୁଛି ଯେ  ଓ.ଏସ ଆର.ଟି.ସି ବସ ର ଗୋଟିଏ ରୁଟ୍ ରେ ପରିମିଟ୍ ଥାଇ ସେହି ବସ ନ ଚାଲି ତା ଜାଗା ରେ ଦୈନଦିନ ଅନ୍ୟ ପଞ୍ଜିକୃତ ନମ୍ବର ବସ ମନମୁଖୀ ଭାବେ ଯିବା ଆସିବା କରୁଛି ଏଥିରେ ସରକାର ଙ୍କ ଏନଫୋର୍ସମେଣ୍ଟ ଟିମକୁ ତରଫରୁ କୌଣସି ଯାଞ୍ଚ କରାଯାଉ ନାହିଁ  ଏଥିରେ ବସ ମାଲିକମାନେ ପ୍ରତିବାଦ କଲେ ଆଞ୍ଚଳିକ ଥାନା ର ସହଯୋଗ ମାଗି ବସ କୁ ଚଳାଇବା ରେ ସକ୍ଷମ ହୁଅନ୍ତି ।  ଏଥି ସମ୍ଭଧେ ଯଦି କୌଣସି ସରକାରୀ ବସ ଗୋଟିଏ ରୁଟ୍ ଥାଇ ଯଦି ସେହି ବସ ଚଳ ପ୍ରଚଳ ନ କରି ତା ଜାଗା ରେ ଅନ୍ୟ ବସ ଚଳ ପ୍ରଚଳ ତା ବିରୋଧ ରେ ଖୁବ୍ ଶୀଘ୍ର ଘରୋଇ ବସ ମାଲିକ ସଂଘ ଉକ୍ତ ବସ ବିରୋଧ ଥାନ ର ଏତଲା ଦେବା ସଙ୍ଗେ ସଙ୍ଗେ ଗଞ୍ଜାମ ଜିଲ୍ଲା ର ଜିଲ୍ଲାପାଳ,ଛତ୍ରପୁର ଓ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ,ଛତ୍ରପୁର ଓ ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାର  ମାନଙ୍କ ଦୁଷ୍ଟି କୁ ନେବା ପାଇଁ  ନିଷ୍ପତି ନିଆଗଲା । ଏଥିରେ ଯୋଗଦେଇ ଥିଲେ ବ୍ରହ୍ମପୁର ଘରୋଇ ବସ ମାଲିକ ସଂଘ ସଭାପତି ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ପଟ୍ଟନାୟକ, ସନ୍ତୋଷ ପୋଲାଈ, ସଞ୍ଜୟ କୁମାର ସାହୁ ଏସ.ପୂର୍ଣ୍ଣ ଚନ୍ଦ୍ର ପାତ୍ର ପୁଷ୍ଟି, ଇ.ଲୋକନାଥ,ସୂଯ୍ୟନାରାୟଣ ପାଣିଗ୍ରାହୀ,ବିରାଜ ମଣି ତ୍ରିପାଠୀ,ସନ୍ତୋଷ କୁମାର ସ୍ୱାଇଁ, ଶିବ ନାରାୟଣ ପ୍ରଧାନ,  ଭବାନୀ ମିଶ୍ର, ବଳରାମ ପାଣିଗ୍ରାହୀ, ରାମଚନ୍ଦ୍ର ମହାନ୍ତି,ସନ୍ତୋଷ କୁମାର ପାତ୍ର,ଯୋଗେନ୍ଦ୍ର ବେହେରା, ଦେବାଶିଷ ଦାସ, ସହିଦି ରହିମି, ଜିତେନ୍ଦ୍ର ସ୍ୱାଇଁ,ବିପ୍ର ଚରଣ ବାରିକ, ନୀଳାଞ୍ଚଳ ପଣ୍ଡା ,ବିକ୍ରମ କେଶରୀ ମହାନ୍ତି,କାର୍ତ୍ତିକପରିଡା,ପ୍ରମୋଦ କୁମାର ଜେନା, ଭି ରାଜେନ୍ଦ୍ର ରାଓ ଦୋରା ଏହି ଭଳି ବହୁ ମାନ୍ୟ ଗଣ୍ୟ ମାଲିକ ଯୋଗ ଦେଇଥିଲେ । ପରିଶେଷରେ ବ୍ରହ୍ମପୁର ଘରୋଇ ବସ ମାଲିକ ସଂଘ ସଭାପତି ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ୍ କରିଥିଲି ।

Post a Comment

أحدث أقدم
Header ADS