BREAKING
Loading...
:

ଜଗନ୍ନାଥ ପ୍ରସାଦ ବନାଞ୍ଚଳ ରେ ବନ ମହୋତ୍ସବ ସପ୍ତାହ ପାଳିତ

 


ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)-ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ଜଗନ୍ନାଥପ୍ରସାଦ ବନାଞ୍ଚକ ଅନ୍ତର୍ଗତ ସରଂକ୍ଷିତ ଜଙ୍ଗଲ ଭାଗ ନମ୍ବର,0୫ ଓ ଗେରେଡା ଅଧିନ ଭୁଷ ଭୁଷା  ବନ ସଂରକ୍ଷଣ ସମିତି ଅନ୍ତର୍ଭୁକ୍ତ ଜଙ୍ଗଲ ରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ପକ୍ଷରୁ ପ୍ରତେକ ବର୍ଷ ଭଳି ଏବର୍ଷ ମଧ୍ୟ ଜୁଲାଇ ଏକ ତାରିଖରୁ ପାଳିତ ହେଉଛି ୭୪ତମ ବନ ମହୋତ୍ସବ କାର୍ଯ୍ୟକ୍ରମ।

ଏହି କାର୍ଯ୍ୟକ୍ରମ ରେ ଉତ୍ତର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅବୈତନିକ ବନ୍ୟ ପ୍ରାଣୀ ତତ୍ୱାବଧାରକ  ତଥା ସମାଜ ସେବୀ ଶୁଳପାଣି ଶତପଥି ଓ ସାମ୍ମାନିତ ଅତିଥିଭାବେ ପ୍ରକୃତି ବନ୍ଧୁ  ପୁରସ୍କାର ପ୍ରାପ୍ତ ତଥା ରେଡକର୍ସ କାଉନସିଲର  ଅଧ୍ୟାପକ ଲୋକନାଥ ମହାନ୍ତି,

ପ୍ରକୃତି ପ୍ରେମୀ ତଥା ବରିଷ୍ଟ ଆଇନଜୀବୀ ନିରାକାର ସାହୁ ,ସହକାରୀ ବନ ସରଂକ୍ଷକ ବିକ୍ରମ ଦେବ ପଟ୍ଟନାୟକ ,ଜଗନ୍ନାଥ ପ୍ରସାଦ ବନାଞ୍ଚଳ ଅଧିକାରୀ ଉମାକାନ୍ତ ଦାସ ପ୍ରମୁଖ ଯୋଗଦେଇ ଧରାପୃଷ୍ଟରେ ଜୀବଜଗତ ତିଷ୍ଠି ରହିବା ପାଇଁ ବୃକ୍ଷର ଆବଶ୍ୟକ ଉପରେ ଅଲୋକପାତ କରିଥିଲେ l

କ୍ରିୟାଧର ବନସରଂକ୍ଷଣ ସମିତି ର ସଭ୍ୟସଭ୍ୟା ଙ୍କ ଉପସ୍ଥିତ ରେ ପ୍ରାୟ ଦୁଇସହ ବୃକ୍ଷ ରୋପଣ କରାଯାଇଥିବା ବେଳେ ଆଗାମୀ ଦିନରେ ଏହି ବନାଞ୍ଚଳ ଅଧୀନରେ ପ୍ରାୟ ପଞ୍ଚ ହଜାର ଚାରା ରୋପଣ ପାଇଁ ଧାର୍ଯ୍ୟ କରାଯାଇଥିବା ବନାଞ୍ଚଳ ଅଧୁକାରୀ ପ୍ରକାଶ କରିଥିଲେ l

ଏହି କାର୍ଯ୍ୟକ୍ରମ ରେ ବନପାଳ ଇଶ୍ୱା ଗଣେଶ, ଶରତ ଚନ୍ଦ୍ର ମହାନ୍ତି, କୋ-ର୍ଡିନେଟର ଶ୍ରୀମତି ସୁପ୍ରଭା ପଣ୍ଡିତ, ସ୍ୱାତି  ଜୀବିକା ଜୀବନ ର ଉର୍ଣ୍ଣୟନ ଅଧିକାରିଣୀ ଶ୍ରଦ୍ଧାଙ୍ଗିନୀ ମଲ୍ଲିକ,  

 କୃଷ୍ଣ ଚନ୍ଦ୍ର ନାହାକ, ରାଜେନ୍ଦ୍ର ଦଳେଇ, ବନ ରକ୍ଷୀ ବାସୁଦେବ ସେଠି, ଶ୍ରୀମାନ ପ୍ରଧାନ, ଚନ୍ଦ୍ର ଶେଖର ପାଣିଗ୍ରାହୀ, ପ୍ରଭାସିନୀ ଗୌଡ଼, ପ୍ରମୁଖ ସହଯୋଗ କରିଥିଲେ
l

























Post a Comment

أحدث أقدم
Header ADS