BREAKING
Loading...
:

ଓଁ ଶାନ୍ତି ଆଶ୍ରମ ତରଫରୁ ରକ୍ଷା ବନ୍ଧନ ଉଛବ ପାଳିତ


ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ,ଜଗନ୍ନାଥ ପ୍ରସାଦ ଉପାସେବା କେନ୍ଦ୍ର ତରଫରୁ ବ୍ଲକ ର ବିଭିନ୍ନ ସ୍ଥାନ ରେ ରକ୍ଷା ବନ୍ଧନ କାଯ୍ୟକ୍ରମ ଶେଷ ହୋଇଯାଇଛି । ଜଗନ୍ନାଥ ପ୍ରସାଦ ବି ଡି ଓ,ଭ୍ରାତା ଅନୁପ ପଣ୍ଡା,  ବ୍ୟାଙ୍କ ମ୍ୟାନେଜେର ଭ୍ରାତା ପ୍ରିୟଜୀତ ବେହେରା, ଛାମୁଣ୍ଡା ବି. ଏମ ,ଭ୍ରାତା ଶାନ୍ତି ସ୍ୱରୂପ ଗାନ୍ଧୀ, Dr. ପରିଧି ମାଡାମ, ତହସିଲଦାର ଭ୍ରାତା ବୈରାଲ ମୁର୍ମୁ, ଥାନା ଅଧିକାରୀ ଭ୍ରାତା ଦିଲୀପ କୁମାର ସ୍ୱାଇଁ ସମେତ ଏ ଏସ ଆଇ ମାନଙ୍କୁ, ଜଗନ୍ନାଥ ପ୍ରସାଦ ମହାବିଦ୍ୟାଳୟ ର ଅଧକ୍ଷ ସମେତ ସମସ୍ତ ଅଧ୍ୟାପକ ମାନଙ୍କୁ ତଥା ବି ଡି ପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଙ୍କ ସମେତ ସମସ୍ତ ଅଧ୍ୟାପକ ମାନଙ୍କୁ,

ନ୍ୟାୟଧୀସ ଭଗିନୀ ପ୍ରଜ୍ଞା ରାଉତ,

ବରିଷ୍ଠ ସାମ୍ବାଦିକ ତଥା ଓକିଲ ଭ୍ରାତା ନିରାକାର ସାହୁଙ୍କୁ ଭଗିନୀ ବ୍ରହ୍ମକୁମାରୀ ଅର୍ଚନା ରାକ୍ଷୀର ଆଧ୍ୟାତ୍ମିକ ରହସ୍ୟ ବିଷୟରେ ଶୁଣାଇ କହିଥିଲେ ଯେ କେବଳ ନାରୀକୁ ସୁରକ୍ଷା ନୁହଁ ଉଭୟ ନାରୀ ଓ ପୁରୁଷଙ୍କୁ ସୁରକ୍ଷା ଦରକାର ଯାହା ପରମାତ୍ମା ପିତା ସାକାର ମାଧ୍ୟମ ପ୍ରଜାପିତା ବ୍ରହ୍ମା ଙ୍କ ଦ୍ୱାରା ପ୍ରତିଜ୍ଞା କରି ରକ୍ଷାସୁତ୍ର ମାଧ୍ୟମରେ ପ୍ରଦାନ କରୁଛନ୍ତି,































ଏବଂ ତାର ପ୍ରତି ବଦଳରେ ଆମ ଠାରୁ ବଦ୍ ଗୁଣ ଓ ବଦ ଅଭ୍ୟାସ କୁ ଦାନ ସ୍ୱରୂପ ନେଇ ସଗୁଣ  ବା ଦୈବୀ ଗୁଣ ଭରୁ ଛନ୍ତି l ଶେଷରେ ବ୍ରହ୍ମlକୁମାରୀ
ଆଶ୍ରମରେ ମଧ୍ୟ ବହୁ ଧୂମଧାମ ରେ ରାଖୀ ଉତ୍ସବ ପାଳନ କରାଯାଇଛି ।ବି.କେ.ସାଗରିକା ରକ୍ଷାବନ୍ଧନ ଉଛବ ରେ ସହାୟତା କରିଥିଲେ। ପ୍ରାୟ 80ଜଣ ଭାଇ ଭଉଣୀ ରାଖୀ ବାନ୍ଧି ପରମାତ୍ମା ଙ୍କ ସୁରକ୍ଷା ର ପାତ୍ର ହୋଇଛନ୍ତି ।

Post a Comment

أحدث أقدم
Header ADS