BREAKING
Loading...
:

ଘୁମୁସର ବ୍ରାହ୍ମଣ ପୁରୋହିତ ସମ୍ମିଳନୀ ଅନୁଷ୍ଠିତ


ଜଗନ୍ନାଥପ୍ରସାଦ(ନୀଳଚକ୍ର live):  ସ୍ଥାନୀୟ ବ୍ଲକ ଅନ୍ତର୍ଗତ କାଦୁଆସ୍ଥିତ ଶ୍ରୀ ଶ୍ରୀ ଗୁପ୍ତେଶ୍ଵର ମନ୍ଦିର ପୀଠ ମଧ୍ୟରେ ଘୁମୁସର ବ୍ରାହ୍ମଣ ପୁରୋହିତ ସମିତିର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି! ବିଶିଷ୍ଟ ପଣ୍ଡିତ ଶ୍ରୀ ଜୟକୃଷ୍ଣ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମିତିର କାର୍ଯ୍ୟକାରୀ ସଭାପତି ପଣ୍ଡିତ ଶ୍ରୀ ବୁଲୁ ମହାପାତ୍ର, ଉପଦେଷ୍ଟା ପଣ୍ଡିତ ଶ୍ରୀ ଦିବାକର ଶତପଥୀ, ସମ୍ପାଦକ ପଣ୍ଡିତ ଶ୍ରୀ ସରୋଜ କୁମାର ଷଡ଼ଙ୍ଗୀ, ସଚିବ ଶ୍ରୀ ମୃତ୍ୟୁଞ୍ଜୟ ରଥ, ଯୁଗ୍ମ ସମ୍ପାଦକ ପଣ୍ଡିତ ଶ୍ରୀ ଜ୍ୟୋତିପ୍ରକାଶ  ମିଶ୍ର, କୋଷାଧ୍ୟକ୍ଷ ପଣ୍ଡିତ ଶ୍ରୀ କୃଷ୍ଣଚନ୍ଦ୍ର ମିଶ୍ର, ପଣ୍ଡିତ ଶ୍ରୀ ରାଜେନ୍ଦ୍ର କୁମାର ପତି, ପଣ୍ଡିତ ଶ୍ରୀ ଶିଶିର କୁମାର ଦାଶ ଓ

ଜ୍ୟୋତିର୍ବିଦ ପଣ୍ଡିତ ଶ୍ରୀ ଅନ୍ନଦା ତ୍ରିପାଠୀ ମଞ୍ଚାସୀନ ଥିବା ବେଳେ କୁଲାଡ଼, ଭଞ୍ଜନଗର, ବେଲଗୁଣ୍ଠା, ଗାଲେରୀ, ସୋରଡ଼ା, ବୁଗୁଡ଼ା, ବି ଡି ପୂର ଓ ଜଗନ୍ନାଥପ୍ରସାଦ ଅଂଚଳ ର ବହୁ ବିଦ୍ୱାନ ବ୍ରାହ୍ମଣ ପଣ୍ଡିତ ଯୋଗଦେଇଥିଲେ !


ବୈଠକ ପ୍ରାରମ୍ଭରେ ପ୍ରଭୁ ଶ୍ରୀ ଗୁପ୍ତେଶ୍ୱରଙ୍କ ଠାରେ ଧୂପ ଦୀପ ପ୍ରଜ୍ଜ୍ୱଳନ କରିବା ସହ ସାମୁହିକ ମନ୍ତ୍ର ପାଠ କରାଯବା ପରେ ଶ୍ରୀ ଅନ୍ନଦା ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିବା ପୂର୍ବକ ମଞ୍ଚାସୀନ ଅତିଥିମାନେ ବ୍ରହ୍ମଣ୍ୟ ଧର୍ମ, ପୂଜା ପାଠ ଓ ବ୍ରାହ୍ମଣମାନଙ୍କ ବିଭିନ୍ନ ସମସ୍ୟା ଉପରେ ଓଜସ୍ୱିନୀ ଅଭିଭାଷଣ ରଖିଥିଲେ ! ସମିତିର ସଂଗଠନ, କାର୍ଯ୍ୟାଧାରା, ସମ୍ବଳ ବୃଦ୍ଧି ଓ ପ୍ରଚାର ପ୍ରସାର ସହ ସମ୍ପୂର୍ଣ୍ଣ ରାଜ୍ୟର କୋଣାନୁକୋଣେ ଥିବା ବ୍ରାହ୍ମଣ ମାନଙ୍କ ସହ ସୁସମ୍ବନ୍ଧ ସ୍ଥାପନ କରିବା ,ଆର୍ଥିକ ଅନାଟନରେ ଥିବା ବ୍ରାହ୍ମଣ ଦେବତାମାନଙ୍କୁ ସାହାଯ୍ୟ କରିବା ସହିତ ଶିକ୍ଷା, ସ୍ବାସ୍ଥ୍ୟ, ଉଦ୍ୟୋଗ, କଳା, ସଂସ୍କୃତି ଆଦିରେ ସଂସ୍କାର ସହ ଅଗ୍ରଣୀ ଭୂମିକା ଗ୍ରହଣ କରିବା,.

ସମାଜ ସେବା ସହ ପ୍ରତ୍ୟେକଙ୍କୁ ଆଧ୍ୟାତ୍ମିକ ଶିକ୍ଷା ଦେବା,ଧର୍ମ ଓ ଦେବାନୁଷ୍ଠାନର ସୁରକ୍ଷା ପାଇଁ ପ୍ରୟତ୍ନ କରିବା,ଦେବୋତ୍ତର ବିଭାଗ ଅଧୀନରେ ଥିବା ମନ୍ଦିର ମାନଙ୍କରେ ସେବାରତ ବ୍ରାହ୍ମଣ ମାନଙ୍କୁ ଉଚିତ୍ ପାରିଶ୍ରମିକ ଦେବା ଓ ପେନ୍ସନ୍ ବ୍ୟବସ୍ଥା ଲାଗୁ କରିବା  ପାଇଁ ଦାବୀ ଉପସ୍ଥାପନା କରିବା,ଶାଖା ଅଧିନରେ ଏକ "ବୈଦିକ ଗୁରୁକୁଳ" ସ୍ଥାପନ କରିବା,ବିଦ୍ୟାଳୟ ପାଠ୍ୟକ୍ରମ ଗୁଡିକରେ ବ୍ରାହ୍ମଣ କବି, ଲେଖକ, ନାଟ୍ୟକାର, ଗାଳ୍ପିକ, ବୈଜ୍ଞାନିକ, ଚିକିତ୍ସକ, ସ୍ବାଧୀନତା ସଂଗ୍ରାମୀ ମାନଙ୍କ ବିଷୟକୁ ସ୍ଥାନ ଦେବାପାଇଁ ଅନୁରୋଧ କରିବା,ଆୟୁର୍ବେଦ, ଜ୍ୟୋତିଷ, କର୍ମକାଣ୍ଡ ଆଦିର ବୈଜ୍ଞାନିକ ସିଦ୍ଧାନ୍ତକୁ ଆଧୁନିକ ଯୁଗରେ ପୁନର୍ବାର ପ୍ରଚଳନ କରାଇବା,ଗୋ ସେବା ଓ ସୁରକ୍ଷା ତଥା ପଞ୍ଚଗବ୍ୟ ଚିକିତ୍ସାର ପ୍ରଶିକ୍ଷଣ ଦେବା ସହ ଜନ ସଚେତନତା ସୃଷ୍ଟି କରିବା,ଆର୍ଥିକ ଅନାଟନ ପରିବାରର ପିଲା ମାନଙ୍କୁ ସାମୂହିକଭାବେ ବ୍ରତୋପନୟନ ଓ ବିବାହ କରାଇବାର ବ୍ୟବସ୍ଥା କରିବା,କର୍ମକାଣ୍ଡର ଉଚିତ୍ ଶିକ୍ଷା ଦେବା,ଯଜ୍ଞ ଅନୁଷ୍ଠାନ ପ୍ରତି ଆଗ୍ରହ ସୃଷ୍ଟି କରେଇବା  ଓ ସମିତି ପକ୍ଷରୁ ଏକ ତ୍ରୈମାସିକ ଆଧ୍ୟାତ୍ମିକ ସାହିତ୍ୟ ପତ୍ରିକା  ପ୍ରକାଶିତ କରିବା ଉପରେ ନିଷ୍ପତ୍ତି ହୋଇଥିଲା! ଶେଷରେ କାର୍ଯ୍ୟକାରୀ ସଭାପତି ଶ୍ରୀ ବୁଲୁ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ !

Post a Comment

أحدث أقدم
Header ADS