ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live) ବି.ଡିପୁର ଗ୍ରାମ ପଂଚାୟତର ସୋରିଷମୂଳ ଗ୍ରାମ ଠାରେ ବିଶ୍ୱ ମଙ୍ଗଳ ଓ ଅଞ୍ଚଳ ର ମଙ୍ଗଳ କାମନା କରି କୌପିନିଧାରି ମହିମା ଧାରି ଅଲେଖ ସମାଜ ପକ୍ଷରୁ ବାର୍ଷିକ ମହିମା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୌପିନିଧାରି ପୂଜ୍ୟ ବ୍ରହ୍ମ ଅବଧୂତ ନିରଞ୍ଜନ ବାବା,ପୂଜ୍ୟ ବ୍ରହ୍ମ ଅବଧୂତ ଜୟରାମ ବାବା,ପୂଜ୍ୟ ବ୍ରହ୍ମ ଅବଧୂତ ପ୍ରଭାକର ବାବା ଙ୍କ ନେତୃତ୍ବରେ ଗ୍ରାମର ମଝିରେ ଯଂଜ୍ଞ ମଣ୍ଡପ ସ୍ଥାପନା କରି ଆଧ୍ୟାତ୍ମିକ ହୋମ ଯଂଜ୍ଞ ସାରି ନଗରପରିକ୍ରମା କରିବା ସହ ଯଂଜ୍ଞ ସ୍ଥଳରେ ପହଞ୍ଚି ଥିଲେ । ଏବଂ ତାଙ୍କ ସହିତ ୨୦ରୁ ଅଧିକ ଅଲେଖ ମହିମା ଧାରି ସାଧୁ ସନ୍ଥ ମଧ୍ୟ ଏହି ଭଳି ଧର୍ମ କାର୍ଯ୍ୟ ରେ ଯୋଗଦେଇ ଥିଲେ। ରାତ୍ର ସମୟ ରେ ଭକ୍ତ ମାନଙ୍କ ପାଇଁ ବାବା ଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ସାଙ୍ଗକୁ ପ୍ରସାଦ ସେବନ ବ୍ୟବସ୍ତା ହୋଇଥିଲା । ଏହି ପରି ବର୍ଣ୍ଣାଢ଼୍ୟ, ସୁନ୍ଦର ଆଧ୍ୟାତ୍ମିକ ଓ ଭକ୍ତି ଭାବ ପରିବେଶ ଭିତରେ କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ବିପ୍ର ଚରଣ ବାରିକ ଓ ସରପଞ୍ଚ ଙ୍କ ପ୍ରତିନିଧି ଶିଶିର କାନ୍ତ ସାହୁ ଉଭୟ ଯଂଜ୍ଞ ମଣ୍ଡପ ରେ ଉପସ୍ଥିତ ଥିବା ଅଲେଖ ମହିମା ବାବା ଙ୍କ କୃପା ଲାଭ କରିବା ସହ ଅଂଚଳ ବାସୀଙ୍କ ମଙ୍ଗଳ କାମନା କରି ସହ ଆର୍ଶୀବାଦ ଭିକ୍ଷା କରିଥିଲେ । ଏଥିରେ ଗ୍ରାମ ତରଫରୁ ବୁଲୁ ସ୍ୱାଇଁ, କୈଳାସ ଚନ୍ଦ୍ର ପରିଡ଼ା, ସୁଶାନ୍ତ ସ୍ୱାଇଁ, ଜଗତ କୁମାର ସ୍ୱାଇଁ ଉତ୍ତାଜ ସ୍ୱାଇଁ, ନାରାୟଣ ପାତ୍ର, ସନ୍ତୋଷ ବାରିକ, ପଞ୍ଚୁ ସାହୁ, ଧୀରେନ୍ଦ୍ର ବାରିକ,ନୀଳାଞ୍ଚଳ ନାୟକ, ରେସନ ପରିଡ଼ା, ବଳରାମ ସ୍ୱାଇଁ, ଶରତ ଚନ୍ଦ୍ର ପାଢ଼ୀ, ପ୍ରସନ୍ନ ତ୍ରିପାଠୀ, ରବୀନ୍ଦ୍ର ତ୍ରିପାଠୀ , ପରୀକ୍ଷିତ ପାଢ଼ୀ ସୁଶାନ୍ତ ପାତ୍ର, କବିରାଜ ସାହୁ, ମଣ୍ଟୁ ସ୍ୱାଇଁ, ରାମଚନ୍ଦ୍ର ସ୍ୱାଇଁ, ଗନ୍ଧି ସ୍ୱାଇଁ ଏବଂ ଏହି ପରି ବହୁ ଅଂଚଳ ର ବହୁ ଯୁବକ, ମା, ଭଉଣୀ ଓ ଗୁରୁଜନ ମାନେ ଉପସ୍ଥିତ ଥିଲେ । ଏହି ମହୋତ୍ସବରେ ଯଜ୍ଞ ହୋମ ,ଆହୁତି ଧ୍ୱନି ରେ ଅଂଚଳ ପ୍ରକମ୍ପିତ ହେଉଥିଲା। ପୁଣି ସକାଳେ ପୁଣି ହୋମ,ଯଜ୍ଞ ସାଙ୍ଗ କୁ ଗ୍ରାମ ରେ ସମସ୍ତ ଙ୍କ ପାଇଁ ବାଲ୍ୟନିଳା ବ୍ୟବସ୍ତା କରିଯାଇ ଥିଲା ।ମହିମା ଅଲେଖ ଙ୍କ ଆର୍ଶୀବାଦ ଯୋଗୁଁ ଏ ଗ୍ରାମ ର ଏକତା ସହିତ ଭାଇଚାରା ଓ ଆଧ୍ୟାତ୍ମିକ ପରିବେଶ ସୁଷ୍ଟି ହୋଇଛି।
ସୋରିଷମୂଳ ରେ ମହିମା ମହୋତ୍ସବ ଅନୁଷ୍ଠିତ
Chief Editor By Nirakar Sahu
0
إرسال تعليق