ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live) ୦୧.୧୦.୨୦୨୩ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡ଼ିଗ୍ରୀ କଲେଜ ପରିସରରେ ଜାତୀୟ ସେବା ଯୋଜନା କୋ- ୟୁନିଟ୍, ସ୍କାଉଟ୍ ଏଣ୍ଡ ଗାଇଡ, ଯୁବ ରେଡକ୍ରସ୍ ଓ ମୋ କଲେଜ ମିଳିତ ଆନୁକୁଲ୍ୟରେ "ସ୍ୱଚ୍ଛ ଭାରତ ଓ ସୁନ୍ଦର ଭାରତ" ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସାହୁ କାର୍ଯ୍ୟକ୍ରମକୁ ଉଦଘାଟନ କରି ସ୍ବେଚ୍ଛାସେବୀ ତଥା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ସ୍ୱରୂପ ଏକ ଘଣ୍ଟା ଶ୍ରମଦାନ ନିମନ୍ତେ ଉତ୍ସାହିତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନା ଅଧିକାରୀ ଡ଼ଃ ପ୍ରମୋଦ କୁମାର ଚୌଧୁରୀ,ଭାରତ ସ୍କାଉଟ୍ ଏଣ୍ଡ ଗାଇଡର ପ୍ରଶିକ୍ଷକ ଡ଼ଃ ଜୟଦେବ ଗୌଡ଼, ସ୍କାଉଟ୍ ଏଣ୍ଡ ଗାଇଡ ରେଞ୍ଜର ନେତ୍ରୀ ଅଧ୍ୟାପିକା ସୁନିତା ବିଷୋୟୀ, ଯୁବ ପରାମର୍ଶ ଦାତା ଶ୍ରୀ ସରୋଜ କୁମାର ନାୟକ, ମୋ କଲେଜ ଆଲୁମିନି ସେକ୍ରେଟାରୀ ଶ୍ରୀ ବିଭୂତି ଭୂଷଣ ନାୟକ ଯୋଗଦାନ କରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ୮୦ ରୁ ଉର୍ଦ୍ଧ୍ବ ସ୍ଵେଚ୍ଛାସେବୀ, ରୋଭର, ରେଞ୍ଜର, ଛାତ୍ରଛାତ୍ରୀ ଓ କର୍ମଚାରୀ ମାନେ ଶ୍ରମଦାନ କାର୍ଯ୍ୟକ୍ରମରେ ସାମିଲ ରହିଥିଲେ । ସ୍ବେଚ୍ଛାସେବୀ ନିଳାଞ୍ଚଳ ପ୍ରଧାନ, ଚନ୍ଦନ ଗୌଡ଼, ଆଶିଷ ପାଢ଼ୀ , ଓମ୍ ପ୍ରକାଶ ପ୍ରଧାନ, କମେଶ୍ୱର ଗୌଡ଼, ସନ୍ତୋଷ ରଥ, ପ୍ରକାଶ ପାତ୍ର, ଶୋଭନ ସାହୁ, ରାଜେନ୍ଦ୍ର ନାୟକ, ସାଇ ସମର୍ଥ ସାଥୁଆ, ଦିପା ରଣା, ସୋନୁ ବେହେରା, ତପସ୍ଵିନୀ ସେଠୀ, ମଧୁସ୍ମିତା ପ୍ରଧାନ, ମାନସୀ ପ୍ରଧାନ, ଜ୍ୟୋତି ପ୍ରଧାନ ଓ ସ୍ନେହଲତା ନାୟକ ପ୍ରମୁଖ ସହଯୋଗ କରିଥିଲେ ।

إرسال تعليق