BREAKING
Loading...
:

ଜିରାବାଡ଼ି ଗ୍ରାମରେ ସ୍ୱଚ୍ଛତା ଅଭିଯାନ ଓ ସଚେତନତା କାର୍ଯ୍ୟକ୍ରମ ।


 ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live): ୦୫.୧୧.୨୦୨୩ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା କୋ ୟୁନିଟ୍ ତରଫରୁ ଜିରାବାଡ଼ି ଗ୍ରାମର ତିନି ଛକ ଠାରେ ଏକ ସ୍ୱଚ୍ଛତା ଓ ସଚେତନତା କାର୍ଯ୍ୟକ୍ରମ ୪୦ରୁ ଉର୍ଦ୍ଧ ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀଙ୍କ ଦ୍ଵାରା କରାଯାଇଥିଲା । ଏଥିରେ ଗଞ୍ଜାମ ଜିଲ୍ଲା ଜାତୀୟ ସେବା ଯୋଜନାର ସହକାରୀ ସଂଯୋଜକ ଶ୍ରୀଯୁକ୍ତ ସୁନୀଲ କୁମାର ମୁନି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ ।

ସ୍ବେଚ୍ଛାସେବୀ ମାନେ ମୁଖ୍ୟ ରାସ୍ତା ପାର୍ଶ୍ବ, ନଳକୂପ ପାଖ, ହାଟ ବଜାର ସଫେଇ କରିବା ସହ ଜନ ସାଧାରଣଙ୍କୁ ସ୍ଲୋଗାନ ମାଧ୍ୟମରେ ସଚେତନତା କରିଥିଲେ । ଗ୍ରାମବାସୀ ମାନେ ବିପୁଳ ସଂଖ୍ୟାରେ ଯୋଗଦେଇ ସ୍ବେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ବେଚ୍ଛାସେବୀ ରୁଦ୍ର ପ୍ରସାଦ ପାଣିଗ୍ରାହି, ଟୁକୁନା ବାରିକ, ଆଶିଷ କୁମାର ଗୌଡ଼, ରାହୁଲ କୁମାର ପ୍ରଧାନ, ସନାତନ ପ୍ରଧାନ, ମାନସ ରଞ୍ଜନ ସାହୁ, ଦାଶରଥି ନାୟକ, ପ୍ରକାଶ ବେହେରା, ବିନାୟକ ଡାକୁଆ, ମନୋଜ ପ୍ରଧାନ, ଲିପିନା ପ୍ରଧାନ, ଶିବାନୀ ନାୟକ, ଦୀପ୍ତି ସାହୁ, ରାଜଲକ୍ଷ୍ମୀ ପ୍ରଧାନ, ପ୍ରମୁଖ ସହଯୋଗ କରିଥିଲେ ।

Post a Comment

أحدث أقدم
Header ADS